Categories: ଖେଳ

ପାକିସ୍ତାନ ପେସରଙ୍କ ବୋଲିଂ ଉପରେ ଉଠିଲା ପ୍ରଶ୍ନ

ମେଲବୋର୍ନ,୧୯।୧: ଚଳିତ ବିଗ୍‌ ବାଶ୍‌ ଲିଗ୍‌ (ବିବିଏଲ୍‌)ରେ ଖେଳିଥିବା ପାକିସ୍ତାନ ପେସର ମହମ୍ମଦ ହାସନେନଙ୍କ ବୋଲିଂ ଆକଶନ ଉପରେ ପ୍ରଶ୍ନ ଉଠାଇଛନ୍ତି ଜଣେ ଅମ୍ପାୟର। ୨୧ ବର୍ଷୀୟ ହାସନେନ ଏବେ ସିଡ୍‌ନୀ ଥଣ୍ଡର ପାଇଁ ୫ ମ୍ୟାଚ୍‌ ଖେଳିବା ଚୁକ୍ତି ଶେଷ କରିଛନ୍ତି। କିନ୍ତୁ ତାଙ୍କୁ ଆଇସିସି ସ୍ବୀକୃତି ପ୍ରାପ୍ତ ବାୟାମେକାନିକ୍ସ ଲାବୋରେଟୋରୀରେ ପରୀକ୍ଷାରେ ସମ୍ମୁଖୀନ ହେବାକୁ ପଡ଼ିବ।

କାରିବିୟନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ଘଣ୍ଟା ପ୍ରତି ୧୫୫ କିମି ବେଗରେ ବୋଲିଂ କରି ହାସନେନ ଚର୍ଚ୍ଚାକୁ ଆସିଥିଲେ। ୨୦୧୯ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଏହି ପେସର ଏପର୍ଯ୍ୟନ୍ତ ୮ ଦିନିକିଆ ଓ ୧୮ ଟି୨୦ ମ୍ୟାଚ୍‌ ଖେଳିଛନ୍ତି।

ତାଙ୍କୁ ୧୯ ତାରିଖରେ ଅଷ୍ଟ୍ରେଲିଆରେ ବୋଲିଂ ଟେଷ୍ଟ ଦେବାର ଥିଲା। ମାତ୍ର ସେ ପାକିସ୍ତାନ ଫେରିଯାଇ ଥିବାରୁ ପରେ ପରୀକ୍ଷା କରାଯିବ। ଯଦି ଏଥିରେ ସେ ବିଫଳ ହୁଅନ୍ତି, ତେବେ ତାଙ୍କୁ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ସସ୍‌ପେଣ୍ଡ କରାଯିବ। ଏଥିଯୋଗୁ ୧୦ ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଥିବା ପାକିସ୍ତାନ ସୁପର ଲିଗ୍‌ରେ ହାସନେନଙ୍କ ଉପଲବ୍ଧତା ଉପରେ ସନ୍ଦେହ ସୃଷ୍ଟି ହୋଇଛି।

Share