ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣରେ ସେମାନେ ଗୁରୁତ୍ୱ ବହନ କରିଥାଆନ୍ତି ବୋଲି କୁହାଯାଇଆସୁଛି। ଭାରତୀୟ ଗଣମାଧ୍ୟମ ଓ ସରକାରୀ ମୁଖପାତ୍ରମାନେ ଏଭଳି ବିଶେଷକରି ଗତ କିଛି ଦଶନ୍ଧି ଧରି ପାକିସ୍ତାନକୁ ଏକ ଉଗ୍ରବାଦ ସମର୍ଥକ, ଦରିଦ୍ର ଓ ଦୁର୍ବଳ ଦେଶ ଭାବେ ଚିତ୍ରଣ କରିଆସୁଛନ୍ତି। ଏବକାର ସ୍ଥିତିରେ ସେହିସବୁ ମନଗଢ଼ା କାହାଣୀ ହୁଏତ ଗ୍ରହଣଯୋଗ୍ୟ ହେବା କଷ୍ଟକର। ସେଥିପାଇଁ ଏବେ ପାକିସ୍ତାନ ପ୍ରତି ନୂଆ ଶବ୍ଦ-ଦଲାଲ ରାଷ୍ଟ୍ର-ବ୍ୟବହାର କରାଯିବା ଆରମ୍ଭ ହେଲାଣି। ଏଠାରେ ମନେରଖିବାକୁ ହେବ ଯେ, ରାଶନ କାର୍ଡ ହେଉ କିମ୍ବା ଡ୍ରାଇଭିଂ ଲାଇସେନ୍ସ, ଯିଏ ଆଣିବାକୁ ଯାଏ ସିଏ ପ୍ରଥମେ ‘ଦଲାଲ’ ଖୋଜିଥାଏ। ସାଧାରଣରେ ଦଲାଲମାନେ ଯେଉଁ କାମ ହାସଲ କରିପାରନ୍ତି ତାହା ଅନ୍ୟମାନେ କରିପାରିବେ ନାହିଁ ବୋଲି ସ୍ବୀକାର କରାଯାଏ। ତେଣୁ ଅନ୍ତର୍ଜାତୀୟ ରାଜନୀତିରେ ଯିଏ ଦଲାଲ ହୋଇ ନିଜର ଲକ୍ଷ୍ୟ ହାସଲ କରିପାରିବ, ସେହି ଦେଶର ନେତୃତ୍ୱ ପୃଥିବୀରେ ଦକ୍ଷ ଭାବେ ପରିଚିତ ହେବ। ପାକିସ୍ତାନର ଏହିଭଳି ଦଲାଲି ପାଇଁ ସେହି ଦେଶର ପତାକା ଉଡ଼ାଉଥିବା ୨୦ଟି ପାଣିଜାହାଜକୁ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ ଦେଇ ପାକିସ୍ତାନ ବନ୍ଦର ଯିବାର ଅନୁମତି ଇରାନ୍‌ ତରଫରୁ ମିଳିସାରିଲାଣି। ଭାରତୀୟ ଗଣମାଧ୍ୟମରେ ମିଥ୍ୟା ପ୍ରଚାର କରି କୁହାଗଲା ଯେ ପାକିସ୍ତାନରେ ତୈଳ ଅଭାବ ଯୋଗୁ ଲକ୍‌ଡାଉନ୍‌ ବା ସବୁକିଛି ବନ୍ଦ ହେବ। ଏହା ସମ୍ପୂର୍ଣ୍ଣ ଅସତ୍ୟ ବୋଲି ଏବେ ଜଣାପଡୁଛି। ସେହିଭଳି ଭାରତୀୟ ଗଣମାଧ୍ୟମରେ ପ୍ରଚାର କରାଗଲା ଯେ, ଇରାନ ରାଷ୍ଟ୍ରପତି ଓ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଭାରତର ତୈଳବାହୀ ଜାହାଜ ହର୍ମୁଜ ଦେଇ ଆସିବାର ଅନୁମତି ମିଳିଛି। ଏହିସବୁ ଜାହାଜର ନାମ, ମାଲିକାନା କିମ୍ବା କେତେ ପରିମାଣର ତେଲ ଆଣୁଛନ୍ତି ସେ ସମ୍ପର୍କରେ କୌଣସି ତଥ୍ୟ ଇଣ୍ଟରନେଟ୍‌ରେ ଉପଲବ୍ଧ ହେଉ ନାହିଁ।
ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣଜନିତ ସୃଷ୍ଟ ଯୁଦ୍ଧ ଯୋଗୁ ସମଗ୍ର ପୃଥିବୀ ପ୍ରଭାବିତ ହୋଇଥିବା ବେଳେ ପାକିସ୍ତାନ ମଧ୍ୟସ୍ଥ ଭୂମିକା ନିର୍ବାହ କରିବାକୁ ଆଗେଇ ଆସିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ସମ୍ବନ୍ଧୀୟ ଆଲୋଚନା ପାଇଁ ପାକିସ୍ତାନ, ସାଉଦି ଆରବ, ତୁର୍କୀ ଓ ଇଜିପ୍ଟ ବହିର୍ବ୍ୟାପାର ମନ୍ତ୍ରୀମାନେ ଇସ୍‌ଲାମାବାଦରେ ଏକ ବୈଠକରେ ଯୋଗଦେଇଛନ୍ତି। ଦୁଇଦିନିଆ ବୈଠକରେ ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ଲାଗି ନେତାମାନେ ଆଲୋଚନା କରିବେ। ଏହା ଜଣାଶୁଣା ଯେ, ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ସହ ପାକିସ୍ତାନର ଉତ୍ତମ ସମ୍ପର୍କ ରହିଛି। ପରମାଣୁ ଅସ୍ତ୍ର ଧାରଣ କରିଥିବା ପାକିସ୍ତାନ ସହିତ ସାଉଦି ଆରବର ସାମରିକ ବୁଝାମଣା ହୋଇଥିବା ଦୃଷ୍ଟିରୁ ଇସ୍‌ଲାମାବାଦଠାରେ ଯୁଦ୍ଧ ବନ୍ଦ ସଂକ୍ରାନ୍ତ ଆଲୋଚନା ଗୁରୁତ୍ୱ ବହନ କରୁଛି। ଏମିତି ଦେଖିଲେ ଇରାନ୍‌ ସହ ପାକିସ୍ତାନର ମଧ୍ୟ ଦୀର୍ଘ ବର୍ଷର ସମ୍ପର୍କ ରହିଆସିଛି। ଅତୀତକୁ ଦେଖିଲେ ପାକିସ୍ତାନକୁ ଆମେରିକା ବହୁ ବର୍ଷ ଧରି ସାମରିକ ସାହାଯ୍ୟ ଓ ଆର୍ଥିକ ସହଯୋଗ ଯୋଗାଇ ଆସିଛି। ସମ୍ଭବତଃ ଯୁଦ୍ଧଗ୍ରସ୍ତ ଇରାନ୍‌ ଓ ଆମେରିକା ସାମ୍ପ୍ରତିକ ସ୍ଥିତି ଦେଖି ପାକିସ୍ତାନର ମଧ୍ୟସ୍ଥତାକୁ ଗ୍ରହଣ କରିପାରନ୍ତି।
ଉପରଲିଖିତ ବିଷୟ ଉପରେ ଆଲୋଚନା କଲା ବେଳେ ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଭାରତର ମଧ୍ୟସ୍ଥ ଭୂମିକା ଗୌଣ କିମ୍ବା ଶୂନ ହୋଇଗଲା ଭଳି ଦେଖାଯାଉଛି। ଯୁଦ୍ଧ ୪ର୍ଥ ସପ୍ତାହରେ ପହଞ୍ଚତ୍ଲା ପରେ ଗୋଟେ ‘ଘୋ’ ସୃଷ୍ଟି ହୋଇଥିଲା ଯେ, ମଧ୍ୟପ୍ରାଚ୍ୟରେ ଶାନ୍ତି ଆଣିବା ଲାଗି ଭାରତ ପ୍ରମୁଖ ରାଷ୍ଟ୍ର ଭାବେ ଉଭା ହେବ। କାରଣ ଇରାନ୍‌ ସହିତ ଭାରତର ପାରମ୍ପରିକ ଓ ବ୍ୟବସାୟିକ ସମ୍ପର୍କ ସୁଦୃଢ଼ ରହିଆସିଛି। କେବଳ ଗୋଟେ କେଁ ଉଠିଲା ଯେ, ଭାରତର ପ୍ରଧାନମନ୍ତ୍ରୀ ଇସ୍ରାଏଲ ଗସ୍ତ କରି ଫେରିବା ପରେ ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ହେଲା। ସେବେଠାରୁ ଇରାନ୍‌ ସମ୍ପୂର୍ଣ୍ଣ ଭାବେ ଭାରତକୁ ଭରସି ପାରୁନାହିଁ। ଏଥିସହିତ ଇରାନ୍‌ରେ ନିର୍ମାଣାଧୀନ ଚବାହାର ବନ୍ଦର ହାତକୁ ନେଇଥିବା ଭାରତ ସେଥିରୁ ସମ୍ପୂର୍ଣ୍ଣ ଭାବେ ଓହରି ଯାଇଛି। ଏହାର ଅର୍ଥ ହେଲା ଇରାନ୍‌ ସହ ସମ୍ପର୍କ ତୁଟିବା ସହିତ ଭାରତୀୟ କରଦାତାଙ୍କ ଦ୍ୱାରା ଦିଆଯାଇଥିବା ଅନେକ ହଜାର କୋଟି ଟଙ୍କା ମୂଲ୍ୟର ସେହି ପୁଞ୍ଜିନିବେଶ ପାଣିରେ ପଡ଼ି ନଷ୍ଟ ହେଲା।
୨୮ ମାର୍ଚ୍ଚରେ ଇରାନ୍‌ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ୍‌ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ଙ୍କ ମଧ୍ୟରେ ଏକ ଘଣ୍ଟା ଫୋନ୍‌ରେ ଆଲୋଚନା ହୋଇଥିବା ଖବର ପ୍ରକାଶ ପାଇଛି। ସେଥିରେ ପେଜେସ୍କିଆନ୍‌ ପାକିସ୍ତାନର କୂଟନୈତିକ ପ୍ରୟାସକୁ ପ୍ରଶଂସା କରିଛନ୍ତି। କଥାବାର୍ତ୍ତା ବେଳେ ଶରିଫ୍‌ ଇରାନ୍‌ ରାଷ୍ଟ୍ରପତିଙ୍କୁ ଆମେରିକା ଓ ଉପସାଗରୀୟ ରାଷ୍ଟ୍ରଙ୍କ ସହ କୂଟନୈତିକ ସମ୍ପର୍କ ବିଷୟରେ ଜଣାଇଥିବା ଗଣମାଧ୍ୟମରେ ଆଲୋଚନା ହେଉଛି। ଏହି ପରିପ୍ରେକ୍ଷୀରେ ଭାରତର ବୈଶ୍ୱିକ ଭୂମିକା ସୁଦୃଢ଼ ରହିଆସିଥିବା ନେଇ ବାରମ୍ବାର ନୂଆଦିଲ୍ଲୀ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଠିକ୍‌ ବେଳକୁ ଛାତ୍ର ପଛ ବେଞ୍ଚ୍‌ରେ ବସିଲା ଭଳି ଦୃଶ୍ୟ ସାମ୍ନାକୁ ଆସୁଛି। ବୈଦେଶିକ ସମ୍ପର୍କ କେବଳ କଥାରେ କହିବୁଲିଲେ ହୋଇ ନ ଥାଏ। ସେଥିପାଇଁ ସଘନ ପ୍ରୟାସ ଓ ନିରନ୍ତର କୌଶଳ ଆପଣାଯିବା ଦରକାର। ପାକିସ୍ତାନ ସାମରିକ ରଣକୌଶଳ ଓ ସ୍ପଷ୍ଟ କୂଟନୈତିକ ଆଭିମୁଖ୍ୟ ପୋଷଣ କରିଆସୁଥିବାରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ବଡ଼ ଯୁଦ୍ଧ ସଙ୍କଟକୁ ଟାଳିବା ଲାଗି ମଧ୍ୟସ୍ଥ ହେବାର ସୁଯୋଗ ପାଇଲା ବୋଲି କୁହାଯାଉଛି। ଓଡ଼ିଆରେ ଢଗ ଅଛି-‘ପଗଡ଼ି ଭିଡ଼ୁ ଭିଡ଼ୁ କଚେରି ବରଖାସ୍ତ’। ମଧ୍ୟସ୍ଥ ଟେବୁଲକୁ ଯୁଦ୍ଧଗ୍ରସ୍ତ ଦେଶକୁ ଆଣିବା ଲାଗି ନିଆଯାଉଥିବା ଆନୁଷଙ୍ଗିକ ପଦକ୍ଷେପ ସୋସିଆଲ ମିଡିଆରେ ପୋଷ୍ଟ କରି ବାହାବା ନେବା ଭାରତୀୟ ନେତୃତ୍ୱଙ୍କ ପାଇଁ ଆଗ ହୋଇଯାଇଥିବାରୁ ପାକିସ୍ତାନ ଆଲୋଚନାର କେନ୍ଦ୍ରସ୍ଥଳରେ ପହଞ୍ଚତ୍ଗଲା। କୌତୂହଳର ବିଷୟ ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ ୨୪ ମାର୍ଚ୍ଚରେ ହୋଇଥିବା ଟେଲିଫୋନ୍‌ କଥାବାର୍ତ୍ତା ବେଳେ ଆମେରିକୀୟ ବ୍ୟବସାୟୀ ଏଲନ୍‌ ମସ୍କଙ୍କ ଉପସ୍ଥିତି ନେଇ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବରକୁ ଖଣ୍ଡନ କରିବା ଲାଗି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ବ୍ୟସ୍ତ ହୋଇ ଲାଗିପଡ଼ିଲେ। କୁହାଯାଇପାରେ, ଯେତେବେଳେ ଯାଏ ପ୍ରଚାରସର୍ବସ୍ବ ଦିଗକୁ ଭାରତ ଗୁରୁତ୍ୱ ଦେଉଥିବ ସେତେବେଳ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ନେତୃତ୍ୱ ନେବା ଲାଗି ଜରୁରୀ ବିଷୟ ଗୌଣ ହେଇଯାଉଥିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ଯୁଦ୍ଧକୁ ନେଇ କଂଗ୍ରେସର ରାଜନୀତି ପ୍ରବାସୀ ଭାରତୀୟଙ୍କ ପାଇଁ ବିପଦ: ମୋଦି

ନୂଆଦିଲ୍ଲୀ ,୩୦ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଏବେ ସାରା ବିଶ୍ୱରେ ସଙ୍କଟ ସୃଷ୍ଟି ହୋଇଛି। ଏଥିରେ ଭାରତ ମଧ୍ୟ ପ୍ରଭାବିତ ହୋଇଛି। କିନ୍ତୁ ଯୁଦ୍ଧକୁ ନେଇ କଂଗ୍ରେସ ଯେଭଳି…

୧୦ ବର୍ଷରେ ୧୦,୦୦୦ ମାଓବାଦୀଙ୍କ ଆତ୍ମସମର୍ପଣ

ନୂଆଦିଲ୍ଲୀ,୩୦ା୩(ପି.ଟି.) ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ମାଓବାଦୀ ମୁକ୍ତ କରିବା ଲାଗି ସରକାର ସମୟସୀମା ଧାର୍ଯ୍ୟ କରିଥିଲେ। ଏହା ଶେଷ ହେବାକୁ ଆଉ ମାତ୍ର ଗୋଟିଏ ଦିନ…

ମଧ୍ୟପ୍ରାଚ୍ୟ ରଣକ୍ଷେତ୍ର: ଟଳିଲେଣି ୪,୫୦୦

ତେହରାନ୍‌ ,୩୦ା୩: ଫେବୃଆରୀ ୨୮ରେ ଇରାନ୍‌ ବିରୋଧରେ ଆମେରିକା ଓ ଇସ୍ରାଏଲ ଆରମ୍ଭ କରିଥିବା ଅପରେଶନକୁ ଇତିମଧ୍ୟରେ ଏକ ମାସ ପୂରିଛି। ଇରାନ୍‌ ଉପରେ ଉକ୍ତ ଦୁଇ ଦେଶର…

ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ: ୭ ଉପଜିଲାପାଳ ନିଯୁକ୍ତ, ଜାଣନ୍ତୁ କିଏ କେଉଁଠିକୁ ଗଲେ…

ଭୁବନେଶ୍ୱର,୩୦।୩(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ରବିବାର ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌)ଅଧିକାରୀସ୍ତରରେ ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ,…

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri