Posted inଫୁରସତ

ସଫେଇ କର୍ମଚାରୀଙ୍କୁ ହୃଦୟ ଦେଇ ବସିଲେ ମହିଳା ଡାକ୍ତର

ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ। ପ୍ରେମ ଧନୀ କି ଗରିବ କିଛି ମାନେ ନାହିଁ। ବିଶ୍ୱାସ ସହିତ ସ୍ନେହ ଓ ଉଭୟ ଉଭୟଙ୍କୁ ଦେଇଥିବା ପ୍ରତିଶ୍ରୁତି ହିଁ ପ୍ରେମ ସମ୍ପର୍କ ଡୋରିକୁ ଅଧିକ ସୁଦୃଢ କରି ଥାଏ। ଏହାର ଜ୍ୱଳନ୍ତ ଉଦାହରଣ ନିକଟରେ ପାକିସ୍ତାନରେ ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳା ଡାକ୍ତର ସଫେଇ କର୍ମଚାରୀ ତଥା ଚା’ ବିକାଳୀଙ୍କୁ ପ୍ରେମ କରି ଶେଷରେ ବିବାହ କରିଛନ୍ତି। ଆଜିକାଲି ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କ କାହାଣୀ ଭାଇରାଲ ହେବାରେ ଲାଗିଛି।
‘ମେରା ପାକିସ୍ତାନ’ ୟୁଟ୍ୟୁବ ଚ୍ୟାନେଲରେ ହରିଶ ଭଟ୍ଟୀ ଏହି ଦମ୍ପତିଙ୍କ ପ୍ରେମ କାହାଣୀ ବିଷୟରେ ଶେୟାର କରିଥିଲେ। ଏହି ଦମ୍ପତି ପାକିସ୍ତାନର ଓକରା ତହସିଲର ଦିପାଲପୁରର ବାସିନ୍ଦା।
ମହିଳା ଡାକ୍ତର କିଶ୍ୱର କହିଛନ୍ତି ଯେ, ସେ ଶେହଜାଦଙ୍କ ବ୍ୟକ୍ତିତ୍ୱ ଦ୍ୱାରା ପ୍ରଭାବିତ ହୋଇଥିଲେ। ତାଙ୍କୁ ଦେଖି ସେ ଅନୁଭବ କଲେ ନାହିଁ ଯେ ସେ ଜଣେ ସଫେଇ କର୍ମଚାରୀ କିମ୍ବା ଚା’ ବିକାଳୀ। ଶେହଜାଦଙ୍କ ସରଳତା ଦେଖି ସେ ତାଙ୍କୁ ହୃଦୟ ଦେଇ ବସିଥିଲେ। ସେ ଶେହଜାଦଙ୍କ ପ୍ରତି ଏତେ ଆକର୍ଷିତ ହୋଇପଡିଲେ ଯେ, ନିଜ ମାତାପିତାଙ୍କୁ ନ ଜଣାଇ ତାଙ୍କୁ ପ୍ରପୋଜ କରିଥିଲେ।
ଅନ୍ୟପକ୍ଷରେ, ତାଙ୍କ ପ୍ରେମ କାହାଣୀ ବିଷୟରେ ଶେହଜାଦ କହିଛନ୍ତି, ସେ ତିନିଜଣ ଡାକ୍ତରଙ୍କ ପାଖରେ କାର୍ଯ୍ୟ କରୁଥିଲେ। ସଫାସଫି କରିବା ସହ ଏବଂ ଚା’ ଦେବା ପାଇଁ ସେଠାକୁ ଯାଉଥିଲେ। ଏହି ସମୟରେ କିଶ୍ୱର ତାଙ୍କୁ ନମ୍ବର ମାଗିଥିଲେ ଏବଂ କହିଥିଲେ ଯଦି ଆବଶ୍ୟକ ହୁଏ ତେବେ ମୁଁ ତୁମକୁ ଡାକିବି। ଏହା ଶୁଣି ଶେହଜାଦ ତାଙ୍କ ନମ୍ବର ଦେଇଥିଲେ। ଏହା ପରେ ଉଭୟଙ୍କ ମଧ୍ୟ କଥା ଆଗକୁ ବଢିଥିଲା। ଥରେ କିଶ୍ୱର ତାଙ୍କ ପ୍ରପୋଜ କରିଥିଲେ, ଶେହଜାଦ ଏହାକୁ ବିଶ୍ୱାସ କରିପାରି ନ ଥିଲେ। ସେ ଭାବିଲେ ଡାକ୍ତର ସାହିବା ଥଟ୍ଟା କରୁଛନ୍ତି। ଏହା ଶୁଣି ତାଙ୍କୁ କିଛି ଦିନ ଜ୍ୱର ମଧ୍ୟ ହୋଇଗଲା। ତା’ପରେ ସେ କିଛି ଦିନ ପାଇଁ ଡାକ୍ତରଖାନା ମଧ୍ୟ ଯାଇ ନ ଥିଲେ। କିନ୍ତୁ ପରେ ସେ କିଶ୍ୱରଙ୍କୁ ଭେଟିବାକୁ ଆସିଥିଲେ। ଜଣେ ଡାକ୍ତର ହେବା ସତ୍ତ୍ୱେ ସେ ମୋତେ ପ୍ରପୋଜ କରିବା,ଭାଗ୍ୟର ବିଷୟ ବୋଲି ଭାବୁଥିଲେ ଶେହଜାଦ।
ବିବାହ ପରେ କିଶ୍ୱର ଚାକିରି ଛାଡି ଦେଇଥିଲେ। ଏହାର କାରଣ ଥିଲା ଯେ ତାଙ୍କ ସାଙ୍ଗମାନେ କିଶ୍ୱରଙ୍କୁ ଅପମାନିତ କରୁଥିଲେ। ଏବେ ସେ ଏକ କ୍ଲିନିକ ଖୋଲିବାକୁ ଯୋଜନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri