Categories: ଖେଳ

ପାକିସ୍ତାନର ସେମି ଆଶା ଉଜ୍ଜୀବିତ

ସିଡ୍‌ନି,୩।୧୧: ସିଡ୍‌ନିଠାରେ ଗୁରୁବାର ଟି-୨୦ ବିଶ୍ବକପର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୩୩ ରନ୍‌ରେ ପରାସ୍ତ କରିଛି ପାକିସ୍ତାନ। ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୮୫ ରନ୍‌ କରିଥିଲା। ତେବେ ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୯ ଉଇକେଟ ହରାଇ ୧୦୮ ରନ୍‌ କରିଥିଲା। ଫଳରେ ପାକିସ୍ତାନ ଏହି ବିଜୟ ସହ ୪ ପଏଣ୍ଟ ସହ ଗ୍ରୁପ-୨ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ପହଞ୍ଚିଛି । ଅନ୍ୟପକ୍ଷେ ଭାରତ ୬ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବା ବେଳେ ଦକ୍ଷିଣ ଆଫ୍ରିକା ୫ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି ।

ତେବେ ମ୍ୟାଚ ଅଧାରେ ବର୍ଷା ହେବାରୁ ଡକ୍‌ଓ୍ବର୍ଥ ଲୁଇସ ନିୟମ ଅନୁସାରେ ଖେଳକୁ ୧୪ ଓଭରକୁ କମାଇ ଦିଆଯାଇଥିଲା। ସେହିପରି ରନ୍‌ରେ ହ୍ରାସ କରି ଦକ୍ଷିଣ ଆଫ୍ରିକାକୁ ୧୪୨ ରନ୍‌ର ଟାର୍ଗେଟ ଦିଆଯାଇଥିଲା। ହେଲେ ଦକ୍ଷିଣ ଆଫ୍ରିକା ୧୪ ଓଭରରେ ୯ ଉଇକେଟ ହରାଇ ୧୦୮ ରନ୍‌ କରିବାରେ ସଫଳ ହୋଇଥିଲା। ଫଳରେ ପାକିସ୍ତାନ ୩୩ ରନ୍‌ରେ ବିଜୟ ହୋଇ ସେମି ଫାଇନାଲ ଦୌଡ଼ ଆଶା ଉଜ୍ଜୀବିତ କରିଛି। ପାକିସ୍ତାନ ବାଂଲାଦେଶ ବିପକ୍ଷ ଶେଷ ମ୍ୟାଚ ଜିତେ ତେବେ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିପାରିବ ।

Share