ପାକିସ୍ତାନ ଆଙ୍କବାଦୀ ସଂଗଠନର ଘର: ନିକ୍କି ହେଲି…

ଓ୍ବାଶିଂଟନ,୨।୩ : ଆମେରିକା ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିବା ରିପବ୍ଲିକାନ ପାର୍ଟି ନେତା ନିକ୍କି ହେଲି ପାକିସ୍ତାନକୁ ଟାର୍ଗେଟ କରିବା ଜାରି ରଖିଛନ୍ତି। ମୂଳ ଭାରତୀୟ ନିକ୍କିି ବର୍ତ୍ତମାନ କହିଛନ୍ତି ଯେ ପାକିସ୍ତାନରେ ଅତି କମରେ ଏକ ଡଜନ ଆତଙ୍କବାଦୀ ସଂଗଠନର ଘର ପାଲଟିଛି। ତେଣୁ ଏହା ଆମେରିକାରୁ ଆଦୌ ଆର୍ଥିକ ସହାୟତା ପାଇବା ଉଚିତ ନୁହେଁ।

ଏହାପୂର୍ବରୁ ସେ ପାକିସ୍ତାନକୁ ପ୍ରଦାନ କରାଯାଉଥିବା ଆମେରିକା ସହାୟତାକୁ ବିରୋଧ କରିଥିଲେ। ସେ କହିଥିଲେ ଯେ ଗତ ବର୍ଷ ଆମେରିକା ୪୬ ବିଲିୟନ ଆମେରିକୀୟ ଡଲାର ବିଦେଶୀ ସହାୟତା ପାଇଁ ଖର୍ଚ୍ଚ କରିଥିଲା। ଏହି ସହାୟତା ଚାଇନା, ପାକିସ୍ଥାନ ଏବଂ ଇରାକ ଭଳି ଦେଶକୁ ଯାଇଥିଲା। ସେ କହିଛନ୍ତି ଯେ ଆମେରିକୀୟ ଟିକସଦାତାଙ୍କର ଏହି ଟଙ୍କା କୁଆଡେ ଯାଉଛି ଜାଣିବାର ଅଧିକାର ଅଛି। ନିକ୍କିଙ୍କ ଅନୁଯାୟୀ, ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ପାକିସ୍ତାନକୁ ସାମରିକ ସହାୟତା ଆରମ୍ଭ କରିଛନ୍ତି। ଏହି ଦେଶରେ ଅତି କମରେ ଏକ ଡଜନ ଆତଙ୍କବାଦୀ ସଂଗଠନ ଘର କରିଛନ୍ତି ଏବଂ ଏହାର ସରକାର ଚାଇନା ସହିତ ଘନିଷ୍ଠ ସମ୍ପର୍କରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ପାକିସ୍ତାନକୁ ଲାଗିଲା ଶକ୍ତ ଝଟକା!

ଇସଲାମାବାଦ,୨୯।୩: ପାକିସ୍ତାନ ସରକାର କ୍ରମାଗତ ପଞ୍ଚମ ଥର ପାଇଁ ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି କରିଛନ୍ତି। ଏହି ବୃଦ୍ଧି ଗତ ୨୮ ଦିନ ମଧ୍ୟରେ ଘଟିଛି ଏବଂ…

ଜମି ବିବାଦ ତୁଟାଇବା ପାଇଁ RI ନେଉଥିଲେ ୩୦ ହଜାର ଟଙ୍କା, ମାଡ଼ି ବସିଲା ଭିଜିଲାନ୍ସ ଟିମ୍

କଟକ,୨୯।୩: ଭିଜିଲାନ୍ସ ଜାଲରେ କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ରାଜସ୍ୱ ନୀରିକ୍ଷକ । ଆରଆଇ ଅଧିକାରୀ ରାଜାରାମ ବିନ୍ଦ୍ରା ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ବିଭାଗ ।…

ଯୁଦ୍ଧ ଭିତରେ ଭାରତ ବଢାଇଲା ସାହାଯ୍ୟର ହାତ, ଏହି ଦେଶକୁ ଦେଲା ୩୮ହଜାର ମେଟ୍ରିକ ଟନର ପେଟ୍ରୋଲ

ନୂଆଦିଲ୍ଲୀ,୨୯।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ସଂଘର୍ଷ ଯୋଗୁଁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ଏବଂ ଫଳସୱରୂପ ହର୍ମୁଜ ପ୍ରଣାଳୀ ବନ୍ଦ ହେବା ମଧ୍ୟରେ, ଭାରତ…

ଆଇପିଏଲ୍‌ ଆରମ୍ଭରୁ ବଡ଼ ବିବାଦ: RCB vs SRH ମ୍ୟାଚ୍‌ରେ ଏମିତି କ’ଣ ହେଲା ଯାହାକୁ ନେଇ ଏବେ ବଢୁଛି ହଙ୍ଗାମା…

ନୂଆଦିଲ୍ଲୀ,୨୯।୩: ଶନିବାରଠାରୁ ଆରମ୍ଭ ହୋଇଥିବା IPL 2026ର ଉଦ୍‌ଘାଟନୀ ମ୍ୟାଚ୍‌ ଯେତିକି ରୋମାଞ୍ଚକର ଥିଲା, ସେତିକି ବିବାଦୀୟ ମଧ୍ୟ ହୋଇପଡ଼ିଛି। RCB ଏବଂ SRH ମଧ୍ୟରେ ଖେଳାଯାଇଥିବା…

‘ନୋ କିଙ୍ଗସ୍‌’ ଆନ୍ଦୋଳନରେ ଦୋହଲି ଗଲାଣି ଆମେରିକା, ଗାଦିଚ୍ୟୁତ ହେବେ ଟ୍ରମ୍ପ!

ଓ୍ବାଶିଂଟନ,୨୯।୩: ଆମେରିକା ବର୍ତ୍ତମାନ ଦୁଇଟି ପ୍ରମୁଖ ମୋର୍ଚ୍ଚା ସହିତ ସଂଘର୍ଷ କରୁଛି। ଗୋଟିଏ ପଟେ, ପଶ୍ଚିମ ଏସିଆରେ ଇରାନ ବିରୁଦ୍ଧରେ ଚାଲିଥିବା ସଂଘର୍ଷରେ ହଜାର ହଜାର ଲୋକଙ୍କ…

ଯାଜପୁରର ଆକର୍ଷଣ ପାଲଟିବ ୧୨୩ ଫୁଟ ଉଚ୍ଚର ଧ୍ୟାନମଗ୍ନ ଶିବ ମୂର୍ତ୍ତି

ଧର୍ମଶାଳା,୨୯ା୩(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲାର ପବିତ୍ର ବୈତରଣୀ ନଦୀକୂଳରେ ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ ତାକୁ ନେଇ ପ୍ରଶ୍ନ ଉଠିଛି।…

ବାଃରେ ପାକିସ୍ତାନ! ନସୀମ ଶାହଙ୍କୁ ଏକ କଠୋର ଦଣ୍ଡ ଦେବାକୁ ପ୍ରସ୍ତୁତ ଦେଶ

ଇସଲାମାବାଦ,୨୯।୩: ପାକିସ୍ତାନରେ, କେବେବି କ’ଣ ଘଟିବ ତାହା କେହି ପୂର୍ବାନୁମାନ କରିପାରିବେ ନାହିଁ। ଦେଶଟି ଅଜବ ନିଷ୍ପତ୍ତି ନେବା ଏବଂ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିବାରେ ଲିପ୍ତ ହେବା…

ଶ୍ରୀରାମନବମୀ ରାଲିରେ ବିଧାୟକ ଗୁଳି ଫୁଟାଇବା ଘଟଣା: ଗିରଫ ଦାବି କଲା ବିଜେଡି

ବଲାଙ୍ଗୀର,୨୯ା୩(ବୀରେନ୍ଦ୍ର କୁମାର ଝାଙ୍କର/ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ବିଧାୟକ ନବୀନ ଜୈନ ଗୁଳି ଫୁଟାଇବା ଘଟଣାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri