ଗୀତାଙ୍କୁ ମିିଳିଲେ ତାଙ୍କର ପ୍ରକୃତ ମା’!

କରାଚି,୧୧ ।୩: ପାକିସ୍ତାନର ଏକ ସାମାଜିକ କଲ୍ୟାଣ ସଙ୍ଗଠନ ଯେଉଁ ବିଦ୍ୟାଙ୍ଗ ଭାରତୀୟ ଯୁବତୀଙ୍କୁ ଆଶ୍ରା ଦେଇଥିଲେ ଓ ୨୦୧୫ରେ ଭାରତ ପଠାଇ ଦେଇଥିଲେ ଶେଷରେ ସେହି ଯୁବତୀଙ୍କୁ ତାଙ୍କର ପ୍ରକୃତ ମା’ ମିଳିଯାଇଥିବା କୁହାଯାଉଛି । ମହାରାଷ୍ଟ୍ରରେ ତାଙ୍କୁ ତାଙ୍କ ମା’ ମିଳିଛନ୍ତି । ସେ ଭୁଲ ବଶତଃ ପାକିସ୍ତାନ ଚାଲିଯାଇଥିବା ବେଳେ ସେଠାରୁ ପୂର୍ବତନ ବୈଦେଶିକ ମନ୍ତ୍ରୀ ସ୍ୱର୍ଗତଃ ସୁଷମା ସ୍ୱରାଜଙ୍କ ସହାୟତାରେ ୨୦୧୫ରେ ତାଙ୍କୁ ଭାରତ ଆଣିବା ସହ ଏପର୍ଯ୍ୟନ୍ତ ତାଙ୍କର ଅସଲ ପରିଜନଙ୍କୁ ଖୋଜା ଚାଲିଥିଲା । ଏବେ ପାକିସ୍ତାନର ଡନ୍ ଖବରକାଗଜର ସୂଚନା ଅନୁଯାୟୀ, ବିଶ୍ୱ ପ୍ରସିଦ୍ଧ ଇଧି ୱେଲଫେୟାର ଟ୍ରଷ୍ଟର ପୂର୍ବତନ ମୁଖ୍ୟ ସ୍ୱର୍ଗତ ଅବଦୁଲ ସତାର ଇଧିଙ୍କ ପତ୍ନୀ ବିଲକିସ ଇଧି କହିଛନ୍ତି ଗୀତା ନାମ୍ବୀ ଭାରତୀୟ ଯୁବତୀଙ୍କୁ ଏବେ ମହାରାଷ୍ଟ୍ରରେ ତାଙ୍କ ଅସଲ ମା’ ମିଳିଯାଇଛନ୍ତି । ଗୀତା ତାଙ୍କ ସମ୍ପର୍କରେ ଥିଲେ ଓ ଚଳିତ ସପ୍ତାହରେ ମହାରାଷ୍ଟ୍ରରେ ତାଙ୍କ ମା’ ମିଳିଯାଇଥିବା କଥା ଗୀତା ବିଲକିସଙ୍କୁ ଜଣାଇଥିବା ସେ କହିଛନ୍ତି । ତେବେ ଗୀତାଙ୍କ ପ୍ରକୃତ ନାମ ରାଧା ୱାଘମାରେ ବୋଲି ଜଣାପଡିଛି । ବିଲକିସ କହିଛନ୍ତି ଗୀତାଙ୍କୁ ସେ ରେଲୱେ ଷ୍ଟେଶନରୁ ପାଇବା ପରେ ତାଙ୍କ କେନ୍ଦ୍ର କରାଚିରେ ନେଇ ରଖିଥିଲେ । ସେତେବେଳେ ସେ ଶୁଣିପାରୁ ନ ଥିଲେ କି କହି ପାରୁ ନଥିଲେ । ପ୍ରଥମେ ସେ ତାଙ୍କର ନାମ ଫାତିମା ରଖିଥିଲେ ହେଲେ ଯେତେବେଳେ ସେ ହିନ୍ଦୁ ବୋଲି ଜଣାପଡିଥିଲା ସେତେବେଳେ ସେ ତାଙ୍କ ନାମ ଗୀତା ରଖିଥିବା କହିଛନ୍ତି ବିଲକିସ ।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ଚତୁର୍ଥୀ ପୂର୍ବରୁ ଜନ୍ମ ନେଲା ହାତୀ ଛୁଆ, କେନ୍ଦୁଝରରେ ଖୁସିର ଲହରୀ

କେନ୍ଦୁଝର,୧୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ଦିନ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜର ବାଲିବନ୍ଧ ସେକ୍ସନ୍‌ରେ ଏକ ନୂତନ ହାତୀ ଛୁଆ ଜନ୍ମ ହୋଇଛି । ଗଣେଶ…

ଭୁଲରେ ବି ଏପରି ରଖନ୍ତୁ ନାହିଁ ଅଫିସ ବ୍ୟାଗ: କ୍ୟାରିୟର ହେବ ବଡ଼ କ୍ଷତି, ପାଖରୁ ପଳାଇବ ସବୁ ଧନ !

ଅଫିସରୁ ଫେରିବା ପରେ ଥକିଯାଇ ଅନେକ ସମୟରେ ଆମେ ନିଜ ଅଫିସ ବ୍ୟାଗକୁ ଘରର ଯେକୌଣସି ସ୍ଥାନରେ ରଖିଦେଉ। କେହି କେହି ତ ବ୍ୟାଗ ଖୋଲିବା ମାତ୍ରେ…

Viral Video: ନିଷ୍ପାପ ଶିଶୁ ସହ ଏମିତି ଖୁସି ମଜା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରାୟତଃ ପଶୁ ଏବଂ ମଣିଷଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ଏଥିରୁ କିଛି ଭିଡିଓ ଭୟଙ୍କର ହୋଇଥିବାବେଳେ ଆଉ କିଛି ଭିଡିଓ ଖୁସି ଆଣି ଦେଇଥାଏ।…

ଜିନପିଙ୍ଗଙ୍କୁ ପସନ୍ଦ ଭାରତ ଚା’! ମୋଦିଙ୍କ ସହ ନେଲେ ମଜା

ନୂଆଦିଲ୍ଲୀ/ବେଜିଂ,୧୪।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତକୁ ବେଶ ଉପଭୋଗ କରୁଛନ୍ତି। ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିବା ପରେ ସେ ସ୍ଥାନୀୟ…

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?