Categories: ଖେଳ

ଫାଇନାଲରେ ପାକିସ୍ତାନ

ସିଡନୀ,୯।୧୧: ପାକିସ୍ତାନ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଟି-୨୦ ବିଶ୍ୱକପ ୨୦୨୨ର ଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲ ମ୍ୟାଚରେ ପାକିସ୍ତାନ ୭ ଉଇକେଟରେ ଜିତିଥିଲା। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୫୩ ରନ୍‌ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ପାକିସ୍ତାନ ୩ ଉଇକେଟ ହରାଇ ମ୍ୟାଚ ଜିତିଥିଲା। ମହମ୍ମଦ ରିଜୱାନ ଏବଂ ବାବର ଆଜାମ ପାକିସ୍ତାନ ପାଇଁ ଚମତ୍କାର ବ୍ୟାଟିଂ କରିଥିଲେ। ଦୁହେଁ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ପରେ ବାବର ୫୩ ରନ ସ୍କୋର କରିବା ପରେ ପ୍ୟାଭିଲିୟନକୁ ଫେରିଥିଲେ। ସେ ୪୨ ବଲରେ ୭ ଚୌକା ମାରିଥିଲେ। ରିଜୱାନ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ୪୩ ବଲରୁ ୫୭ ରନ ସଂଗ୍ରହ କରିଥିଲେ। ରିଜୱାନଙ୍କ ଇନିଂସରେ ୫ ଚୌକା ସାମିଲ ଥିଲା। ୨୬ ବଲରେ ୩୦ ରନ ସ୍କୋର କରିବା ପରେ ମହମ୍ମଦ ହାରିସଙ୍କୁ ଆଉଟ୍‌ କରାଯାଇଥିଲା। ସେ ୨ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।
ନ୍ୟୁଜିଲାଣ୍ଡ ପାଇଁ ଟ୍ରେଣ୍ଟ ବୋଲ୍ଟ ୨ଟି ଉଇକେଟ ନେଇଥିଲେ। ସେ ରିଜୱାନ ଏବଂ ବାବରଙ୍କୁ ପ୍ୟାଭିଲିୟନକୁ ପଠାଇଲେ। ବୋଲ୍ଟ ୪ ଓଭରରେ ୩୩ ରନ ଦେଇଥିଲେ। ମିଚେଲ ସେଣ୍ଟର୍ଟନ ଗୋଟିଏ ଉଇକେଟ ନେଇ ୪ ଓଭରରେ ୨୬ ରନ ଦେଇଥିଲେ।

Share