ବାଂଲାଦେଶୀ ମହିଳାଙ୍କ ହନିଟ୍ରାପରେ ଫସିଗଲେ ପାକିସ୍ତାନ ହାଇ କମିଶନର, ରାତାରାତି ଦେଶ ଛାଡ଼ି ପଳାଇଲେ…

ଢାକା, ୧୬।୫: ପାକିସ୍ତାନର ବାଂଲାଦେଶ ହାଇ କମିଶନର ସୟଦ ଅହମଦ ମାରୁଫ ଏକ ହନିଟ୍ରାପ ମାମଲାରେ ଫସି ଯାଇଛନ୍ତି। ଯାହାପରେ ସେ ଦେଶ ଛାଡ଼ି ପଳାଇଥିବା ଘଟଣା ପାକିସ୍ତାନ ପାଇଁ ଲଜ୍ଜାର କାରଣ ପାଲଟିଛି। ମାରୁଫ, ଯିଏ ୨୦୨୩ ଡିସେମ୍ବରରେ ବାଂଲାଦେଶରେ କୂଟନୀତିକ ଦାୟିତ୍ୱ ଆରମ୍ଭ କରିଥିଲେ, ମଇ ୧୧, ୨୦୨୫ରେ ଢାକା ଛାଡ଼ି ଇସଲାମବାଦ ପଳାଇଛନ୍ତି। ଏହି ଘଟଣା ପରେ ସୋସିଆଲ ମିଡିଆରେ ତାଙ୍କର ଏକ ମହିଳାଙ୍କ ସହ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଛି, ଯିଏ ବାଂଲାଦେଶ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, ମାରୁଫ କକ୍ସବଜାରରେ ଏକ ହୋଟେଲରେ ହଫିଜା ହକ ଶାହ ନାମକ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କରେ ଜଡ଼ିତ ଥିଲେ, ଯିଏ ବାଂଲାଦେଶ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀ। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପାକିସ୍ତାନ ସରକାର ତାଙ୍କୁ ତୁରନ୍ତ ପ୍ରତ୍ୟାହାର କରିଥିବା ଜଣାପଡ଼ିଛି। ଏହି ଘଟଣା ବାଂଲାଦେଶ-ପାକିସ୍ତାନ ସମ୍ପର୍କକୁ ମଧ୍ୟ ପ୍ରଭାବିତ କରିଛି, କାରଣ ମାରୁଫ ୨୦୨୪ ଅଗଷ୍ଟରେ ଶେଖ ହସିନା ସରକାରର ପତନ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ର୍ନିବାହ କରୁଥିଲେ।

ମାରୁଫଙ୍କ ଅନୁପସ୍ଥିତିରେ ପାକିସ୍ତାନର ଡେପୁଟି ହାଇ କମିଶନର ମହମ୍ମଦ ଆସିଫ ଢାକାରେ ଆକ୍ଟିଂ ହାଇ କମିଶନର ଭାବେ ଦାୟିତ୍ୱ ନେଇଛନ୍ତି। ପାକିସ୍ତାନ ହାଇ କମିଶନ ଦାବି କରିଛି ଯେ ମାରୁଫ ଦୁଇ ସପ୍ତାହ ପାଇଁ ଛୁଟିରେ ଅଛନ୍ତି, କିନ୍ତୁ ଏହା ସମ୍ପର୍କରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୌଣସି ଆନୁଷ୍ଠାନିକ ବିବୃତି ଜାରି ହୋଇନାହିଁ।
ଏହି ଘଟଣା ସୋସିଆଲ ମିଡିଆରେ ବ୍ୟାପକ ଚର୍ଚ୍ଚାର ବିଷୟ ହୋଇଛି, ଏବଂ ଅନେକେ ଏହାକୁ ଗୁପ୍ତଚର ସଂସ୍ଥା କିମ୍ବା ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କ ଦ୍ୱାରା ପରିଚାଳିତ ଏକ ହନିଟ୍ରାପ ବୋଲି ଅନୁମାନ କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସାଇପ୍ରସ୍‌ରେ ପ୍ରଧାନମନ୍ତ୍ରୀ ମୋଦି

ନିକୋସିଆ, ୧୫ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସାଇପ୍ରସ୍‌ରେ ପହଞ୍ଚିଛନ୍ତି। ୨ ଦିନିଆ ଗସ୍ତର ପ୍ରଥମ ଭାଗରେ ସେ ସାଇପ୍ରସ୍‌ ଓ କ୍ରୋଏସିଆରେ ଦ୍ୱିପାକ୍ଷିକ ଆଲୋଚନାରେ...

ମୁନିରଙ୍କୁ ସତରେ କ’ଣ US ମିଲିଟ୍ରି ପରେଡ ପାଇଁ ମିଳିଛି ନିମନ୍ତ୍ରଣ? ସଫେଇ ଦେଲା ହ୍ବାଇଟ ହାଉସ

ଓ୍ବାଶିଂଟନ,୧୫।୬: ଶନିବାର (୧୪ ଜୁନ) ଆମେରିକାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଲା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜନ୍ମଦିନ ଏବଂ ଆମେରିକୀୟ ସେନା ପ୍ରତିଷ୍ଠାର ୨୫୦ତମ ବାର୍ଷିକୀ।...

ଏମିତି ନିଷ୍ପତ୍ତି ନେଲା ସୌଦି ଆରବ, ଭାରତ ସହ ୧୪ ଦେଶ ପାଇବେ ଲାଭ

ରିୟାଦ/ନୂଆଦିଲ୍ଲୀ,୧୫।୬: ହଜ -୨୦୨୫ ପରେ ସୌଦି ଆରବ ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ଅନ୍ୟାନ୍ୟ ୧୨ଟି ଦେଶ ପାଇଁ ବ୍ଲକ ୱାର୍କ ଭିଜା ଉପରେ ଅସ୍ଥାୟୀ...

ଇରାନ ପ୍ରତିରକ୍ଷା ମନ୍ତ୍ରଣାଳୟ ସମେତ ୧୫୦ ସ୍ଥାନରେ ଆକ୍ରମଣ କଲା ଇସ୍ରାଏଲ

ଜେରୁଜେଲମ,୧୫।୬: ଶନିବାର ବିଳମ୍ବିତ ରାତିରେ ଇରାନ ଏବଂ ଇସ୍ରାଏଲ ପରସ୍ପର ଉପରେ ପୁଣି ଥରେ ଆକ୍ରମଣ କରିଛନ୍ତି। ଉଭୟ ପରସ୍ପର ଉପରେ ଅନେକ କ୍ଷେପଣାସ୍ତ୍ର ମାଡ଼...

ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଏଣ୍ଟ୍ରି ମାରିଲା ଆମେରିକା! ସେନାକୁ ବଡ଼ ନିର୍ଦ୍ଦେଶ ଦେଲେ ଟ୍ରମ୍ପ

ଓାଶିଂଟନ, ୧୫।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଇରାନ ଆମେରିକା ବା ତା’ର ବନ୍ଧୁ...

ଇରାନ-ଇସ୍ରାଏଲ ଯୁଦ୍ଧ ରୋକିଦେବେ ଟ୍ରମ୍ପ? ପୁଟିନ୍‌ଙ୍କ ସହ ମିଶି କଲେ ବଡ଼ ଘୋଷଣା!

ନୂଆଦିଲ୍ଲୀ,୧୫।୬: ଶନିବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ପରେ ରାଷ୍ଟ୍ରପତି ଟ୍ରମ୍ପ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ଏକ ବଡ଼...

ରାଫେଲ ଖସାଇବାକୁ ନେଇ ଯେଉଁ ଦାବି କରିଥିଲା ପାକିସ୍ତାନ ଏବେ ଜଣାପଡ଼ିଲା ଏହାର ସତ

ଇସଲାମାବାଦ,୧୫।୬: ଅପରେଶନ ସିନ୍ଦୂର ଏବଂ ଏହା ପରେ ପାକିସ୍ତାନ ଉପରେ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ବିଷୟରେ ମିଛ ପ୍ରତିଦିନ ପ୍ରକାଶ ପାଉଛି। ପାକିସ୍ତାନ ଦାବି କରିଥିଲା...

‘ଆକ୍ରମଣ ବନ୍ଦ ହେବନି, ବରବାଦ ହେବ ଇରାନ’, କିଛି ବଡ଼ ଘଟଣା ଘଟାଇବ କି ଇସ୍ରାଏଲ?

ଜେରୁଜେଲମ,୧୫।୬: ରବିବାର ଇସ୍ରାଏଲ ଏବଂ ଇରାନ ପରସ୍ପର ଉପରେ ନୂଆ ଆକ୍ରମଣ ଆରମ୍ଭ କରି ଏକ ବ୍ୟାପକ ସଂଘର୍ଷର ଆଶଙ୍କା ସୃଷ୍ଟି କରିଛି। ବିଶ୍ୱର ସର୍ବବୃହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri