କଶ୍ମୀରକୁ ବିକ୍ରି କରି ଦେଇଛି ପାକିସ୍ତାନ: ଖବରଦାତାଙ୍କ ରିପୋର୍ଟ ନେଇ ଚର୍ଚ୍ଚା ଜାରି…

ଇସଲାମାବାଦ,୨୪।୪ : ପୂର୍ବତନ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ବିଷୟରେ ଜଣାଶୁଣା ଖବରଦାତା ହମିଦ ମିରଙ୍କ ଦ୍ୱାରା ରିପୋର୍ଟ ପ୍ରକାଶ ପାଇବା ପରେ ଦେଶରେ ରାଜନୈତିକ ଚର୍ଚ୍ଚା ଜାରି ରହିଛି। ଏକ ଭିଡିଓରେ ହମିଦ ମୀର ବାଜୱାଙ୍କ ବିରୋଧରେ କଶ୍ମୀର ବିକ୍ରି କରିଥିବା ଅଭିଯୋଗ ଆଣିଛନ୍ତି। ଏକ ଭିଡିଓରେ ମୀର କହୁଥିବାର ଶୁଣିବାକୁ ମିଳୁଛି ବାଜୱା କଶ୍ମୀର ନେଇ ଏକ ଡିଲ୍‌ କରିବା ସହିତ ଇଣ୍ଡୋ-ପାକ ଲାଇନ ଅଫ କଣ୍ଟ୍ରୋଲ (ଏଲଓସି) ରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି। କିନ୍ତୁ ଇମ୍ରାନଙ୍କ ସହ ଏହାର କୌଣସି ସମ୍ପର୍କ ନ ଥିଲା।

ଇମ୍ରାନ ଖାନ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ ଏବଂ ତାଙ୍କୁ କ୍ଷମତାରୁ ବହିଷ୍କାର କରାଯାଇଥିଲା। ବହିଷ୍କୃତ ହେବା ପରେ ଇମ୍ରାନ ବର୍ତ୍ତମାନର ସରକାରଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିଥିଲେ ଏବଂ ତତ୍କାଳୀନ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ବିରୋଧରେ ମଧ୍ୟ ଏକ ମୋର୍ଚ୍ଚା ଖୋଲିଥିଲେ। ଇମ୍ରାନ କହିଛନ୍ତି, ତାଙ୍କ ସହ ଯାହା ଘଟିଲା, ତାହା ବାଜୱା କରିଛନ୍ତି। ଏଥି ସହିତ, ବର୍ତ୍ତମାନ ହମିଦ ମୀର ବାଜୱାଙ୍କ ବିଷୟରେ ଦେଇଥିବା ବିବୃତ୍ତି ପରେ ଇମ୍ରାନ ଖାନଙ୍କ ସମର୍ଥକମାନେ ପୁଣି ଥରେ ବାଜୱାଙ୍କ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

 

ହମିଦ ମୀରଙ୍କ କହିବାନୁସାରେ, ସେନାଙ୍କ ସାମର୍ଥ୍ୟ ସମ୍ପର୍କରେ ବାଜୱାଙ୍କ ପକ୍ଷରୁ ଅନେକ ଦାବି କରାଯାଇଥିଲା। ବାଜୱା ବିଶ୍ୱାସ କରୁଥିଲେ ଯେ ପାକିସ୍ତାନୀ ସେନାର ପାରମ୍ପରିକ ଯୁଦ୍ଧ ପାଇଁ ଶକ୍ତି ନାହିଁ। ସେମାନଙ୍କର ଭାରି ଅସ୍ତ୍ରର ଅଭାବ ରହିଛି। ଏକ ଭାଇରାଲ ଭିଡିଓରେ ହମିଦ କହିଥିବାର ଶୁଣିବାକୁ ମିଳୁଛି, ଜେନେରାଲ ବାଜୱା ୨୫ ଗଣମାଧ୍ୟମକୁ କହିଛନ୍ତି, ପାକିସ୍ତାନୀ ସେନାର ଟ୍ୟାଙ୍କ କାମ କରୁନାହିଁ। ଡିଜେଲ ମହଜୁଦ ରଖିବା ପାଇଁ ସେନା ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ ।

ଯଦି ହମିଦଙ୍କୁ ବିଶ୍ୱାସ କରାଯାଏ, ତେବେ ବାଜୱା ଗଣମାଧ୍ୟମ ଆଗରେ ସ୍ବୀକାର କରିଥିଲେ, ପାକିସ୍ତାନର ସେନା ଯୁଦ୍ଧ ପାଇଁ ଯୋଗ୍ୟ ନୁହେଁ। ବାଜୱାଙ୍କ ସମସ୍ୟା ବଢ଼ାଇଥିବା ହମିଦଙ୍କ ଏହି ତଥ୍ୟକୂ ନେଇ ବର୍ତ୍ତମାନ କେବଳ ପାକିସ୍ତାନ ନୁହେଁ ଭାରତରେ ମଧ୍ୟ ଆଲୋଚନା ହେଉଛି। ଅନେକ ଲୋକ ସୋସିଆଲ ମିଡିଆରେ କହୁଛନ୍ତି, ବାଜୱା ସତ୍ୟକୁ ଗ୍ରହଣ କରିଛନ୍ତି। ଏଥିସହ ଅନେକ ପାକିସ୍ତାନୀ ବାଜୱ ା କଶ୍ମୀର ବିକ୍ରୟ କରିଥିବା ଅଭିଯୋଗ କରିଛନ୍ତି।

 

ସେ କହିଥିଲେ ଯଦି ଭାରତ ସହ ଅସ୍ତ୍ରବିରତି ଉଲ୍ଲଂଘନ ହୁଏ ତେବେ ୨୦୨୧ ମସିହା ଏପ୍ରିଲରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ଆସିବେ। ମୀରଙ୍କ କହିବାନୁସାରେ, ଯେତେବେଳେ ପାକିସ୍ତାନର ତତ୍କାଳୀନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ସେ କ୍ରୋଧିତ ହୋଇଥିଲେ। ତା’ପରେ ଇମ୍ରାନ କହିଥିଲେ ବାଜୱା ଏବଂ ପୂର୍ବତନ ଲ୍ୟୁଟନାଟ ଜେନେରାଲ ଫୈଜ ହମିଦ କ’ଣ କହୁଛନ୍ତି ସେ ବିଷୟରେ ମୁଁ ଅଧିକ ଜାଣେ ନାହିଁ।

ଏଥି ସହିତ, ଅନେକ ଇମ୍ରାନ ସମର୍ଥକ କହିଛନ୍ତି, ବାଜୱା ଇମ୍ରାନଙ୍କୁ ଅନ୍ଧାରରେ ରଖିଥିଲେ, ତାଙ୍କୁ ଅଧିକ କିଛି କହି ନ ଥିଲେ। ବାଜୱା ଇମ୍ରାନଙ୍କ ସହ ଭୁଲ କାର୍ଯ୍ୟ କରିଥିଲେ ଏବଂ କାଶ୍ମୀରବାସୀଙ୍କୁ ମଧ୍ୟ ପ୍ରତାରଣା କରିଥିଲେ। ଭିଡିଓରେ ହମିଦ କହିଛନ୍ତି, ବାଜୱା କଶ୍ମୀରବାସୀଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ରେ ପାର୍ବତୀ ଗିରିଙ୍କୁ ପ୍ରଶଂସା ସହ ବଖାଣିଲେ ୨୦୨୫ର ଏସବୁ ସଫଳତା

ନୂଆଦିଲ୍ଲୀ,୨୮ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨୯ ତମ ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ୨୦୨୫ର ଅନେକ ସଫଳତା ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ।...

ମା’ ହେଲା ବାଘୁଣୀ ‘ଜୟଶ୍ରୀ’: ୨ ଛୁଆ ମୃତ, ୧ ଜୀବିତ

ବାରଙ୍ଗ,୨୮ା୧୨: ନନ୍ଦନକାନନରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’। ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ଟି ମୃତ୍ୟୁବରଣ କରିଥିବାବେଳେ ଗୋଟିଏ ଜୀବିତ ରହିଛି। ୩ ବର୍ଷୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri