ଆତଙ୍କବାଦ ବିରୋଧରେ ପାକିସ୍ତାନ କ୍ୱଚିତ୍‌ ପଦକ୍ଷେପ ନେଉଛି

ଇସ୍‌ଲାମାବାଦ,୨୭ା୬: ଆଫଗାନିସ୍ତାନରେ ସକ୍ରିୟ ଥିବା ଦୁର୍ଦ୍ଧର୍ଷ ହକାନି ନେଟ୍‌ଓ୍ବର୍କ ସମେତ ଭାରତକୁ ଟାର୍ଗେଟ କରୁଥିବା ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୋଧରେ ପାକିସ୍ତାନ କ୍ୱଚିତ୍‌ ପଦକ୍ଷେପ ନେଉଥିବା ଓ୍ବାଶିଂଟନ ପକ୍ଷରୁ ପ୍ରକାଶିତ ବାର୍ଷିକ ଆତଙ୍କବାଦ ରିପୋର୍ଟରେ କୁହାଯାଇଛି। ଆମେରିକା ପରରାଷ୍ଟ୍ର ବିଭାଗର ସମାଲୋଚନା ଇସ୍‌ଲାମାବାଦକୁ କ୍ଷୁବ୍ଧ କରିଛି। ଆମେରିକାର ଏହି ରିପୋର୍ଟ ପାକ୍‌ ପାଇଁ ଏକ ଚେତାବନୀ ବୋଲି ଆତଙ୍କବାଦୀ ସଂଗଠନଗୁଡ଼ିକ ଉପରେ ନଜର ରଖିଥିବା ପାକିସ୍ତାନ ଇନ୍‌ଷ୍ଟିଚ୍ୟୁଟ ଫର୍‌ ପିସ୍‌ ଷ୍ଟଡିଜ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମିର ରାଣା କହିଛନ୍ତି। ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌)ର କଳାତାଲିକାରୁ ବର୍ତ୍ତିବାକୁ ହେଲେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରିବା ଏବଂ ଉକ୍ତ ନେଟଓ୍ବର୍କଗୁଡ଼ିକୁ ଧ୍ୱଂସ କରିବା ଦିଗରେ ପାକିସ୍ତାନକୁ ବହୁତ କିଛି କରିବାକୁ ହେବ। ୨୦୧୮ରୁ ଏଫ୍‌ଏଟିଏଫ୍‌ ପାକିସ୍ତାନକୁ ଧୂସର (ଗ୍ରେ) ତାଲିକାରେ ରଖିଛି। କଳାତାଲିକାରୁ ବର୍ତ୍ତିବାକୁ ହେଲେ ତୁରନ୍ତ ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୋଧରେ ପଦକ୍ଷେପ ଗ୍ରହଣ କରିବା ଲାଗି ଚଳିତ ମାସରେ ଟାସ୍କଫୋର୍ସ ଇସ୍‌ଲାମାବାଦକୁ ଜଣାଇଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ପାଇଁ ମେଷ ସମେତ ଏହି 3 ରାଶି ଲକି, ମିଳିପାରେ ଖୁସି ଖବର

ନୂଆଦିଲ୍ଲୀ,୨୩/୧୨: ଆଜି ମକର ରାଶିରେ ଚନ୍ଦ୍ର ଗଠନ, ଦାୟିତ୍ୱ ଏବଂ ଦୀର୍ଘକାଳୀନ ଚିନ୍ତାଧାରାକୁ ପ୍ରୋତ୍ସାହିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ ଏବଂ ଶୁକ୍ର ଆତ୍ମବିଶ୍ୱାସ...

୨୪ ନୂଆ ଏନଏସି, ୫ ମ୍ୟୁନିସିପାଲଟି ପାଇଁ ବିଜ୍ଞପ୍ତି ପ୍ରକାଶ: ଗଞ୍ଜାମ ଜିଲାର ଏହି ସବୁ ଅଞ୍ଚଳ…

ଛତ୍ରପୁର, ୨୩।୧୨ (ଦିଲ୍ଲୀପ ସାମଲ): ରାଜ୍ୟର ୨୪ ନୂଆ ଏନଏସି ଓ ୫ ମ୍ୟୁନିସିପାଲଟି ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ପାଲଲହଡା,...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri