ପାକିସ୍ତାନ ଦେଲା ଏତେବଡ଼ ଧମକ, ବେକ କାଟିଦେବୁ…

ଇସଲାମବାଦ,୨୬।୪: ପାକିସ୍ତାନ ଦୂତାବାସ ଅଧିକାରୀଙ୍କ ଆତଙ୍କୀ ବ୍ୟବହାର । ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ଫଟୋ ଦେଖାଇ ଭାରତୀୟଙ୍କ ବେକ କାଟିଦେବାକୁ ଧମକ । ଲଣ୍ଡନ ହାଇକମିଶନ କାର୍ଯ୍ୟାଳୟ ଆଗରେ ପ୍ରବାସୀ ଭାରତୀୟମାନେ ପ୍ରତିବାଦ କରୁଥିବାବେଳେ ପାକିସ୍ତାନ ଦୂତାବାସ ଅଧିକାରୀଙ୍କ ଏଭଳି ଆତଙ୍କୀ ବ୍ୟବହାର ଦେଖିବାକୁ ମିଳିଛି । ପାକିସ୍ତାନୀ ଦୂତାବାସରେ ଛିଡା ହୋଇ ଏସବୁ କରିଥିଲେ, ଯାହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।

ସୂଚନା ଥାଉ କି, ପହଲଗାମ ଆକ୍ରମଣକୁ ନେଇ ସାରା ବିଶ୍ୱରେ ପାକିସ୍ତାନକୁ ନିନ୍ଦା କରାଯାଉଛି। ତୀବ୍ର ସମାଲୋଚନା ସତ୍ତ୍ୱେ ପାକିସ୍ତାନ ପ୍ରକୃତିରେ ପରିବର୍ତ୍ତନ କରୁନି । ପାକିସ୍ତାନରେ ମୌଳବାଦୀ ମାନସିକତା ଏପରି ସ୍ତରରେ ପହଞ୍ଚିଛି ଯେ ଏବେ ବିଦେଶରେ ଥିବା ଦୂତାବାସରେ ବସିଥିବା ଏହାର ଅଧିକାରୀମାନେ ଜିହାଦୀ ପରି ଆଚରଣ କରୁଛନ୍ତି ।

ଏମିତି କରିଥିବା ଅଧିକାରୀ ଜଣଙ୍କ ପାକିସ୍ତାନୀ ସାମରିକ ଅଧିକାରୀ କର୍ଣ୍ଣେଲ ତୈମୁର ରାହତ । ଯିଏ କି ପାକିସ୍ତାନ ହାଇକମିଶନରେ ନିଯୁକ୍ତ ସେନା ଓ ବାୟୁସେନାର ପରାମର୍ଶଦାତା ଥିଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିବାଦ କରି ଭାରତୀୟମାନେ ପାକିସ୍ତାନ ହାଇକମିଶନ ବାହାରେ ବିକ୍ଷୋଭ କରିଥିଲେ ।

ଏହି ସମୟରେ, ପାକିସ୍ତାନୀ ସାମରିକ ଅଧିକାରୀ ତୈମୁର ହାଇ କମିଶନ କୋଠାର ବାଲକୋନିରେ ଛିଡା ହୋଇଥିବାର ଦେଖିବାକୁ ମିଳିଥିଲା । ତେବେ ସେ ଖାଲି ଛିଡା ହୋଇନଥିଲେ ହାତରେ ଭାରତୀୟ ବାୟୁସେନାର ପାଇଲଟ ଅଭିନନ୍ଦନ ବର୍ଦ୍ଧମାନଙ୍କ ଫଟୋ ଧରିଥିଲେ। ଫଟୋକୁ ଧରି ସେ ତାଙ୍କ ବେକ କାଟିବାର ଆଚରଣ ଦେଖାଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଆମେରିକା-ଇସ୍ରାଏଲକୁ ଚେତାବନୀ ଦେଲା ଇରାନ: ହର୍ମୁଜ ପ୍ରଣାଳୀ ପୁଣି ବନ୍ଦ

ଓ୍ବାଶିଂଟନ୍‌,୯।୩: ଯଦିଓ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ସମ୍ପର୍କରେ ଏକ ଚୁକ୍ତି ହୋଇଛି। ତଥାପି ଯୁଦ୍ଧବିରତି ମଧ୍ୟରେ ମଧ୍ୟ ଇସ୍ରାଏଲର ଲେବାନନ ଉପରେ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri