ପାକିସ୍ତାନର ପରାଜୟ ଟିମ୍‌ର ଭୁଲ ନୁହେଁ: ପୂର୍ବତନ ମନ୍ତ୍ରୀ

ଇସଲାମାବାଦ,୨୯ ।୮: ପାକିସ୍ତାନର ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫୟାଦ ଅହମ୍ମଦ ଚୌଧୁରୀ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ଏସିଆ କପ ଟୁର୍ନାମେଣ୍ଟରେ ଭାରତଠାରୁ ପାକିସ୍ତାନ ପରାଜୟ ସ୍ୱୀକାର କରିବା ପରେ ଫୟାଦ ଅହମ୍ମଦ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏହି ପରାଜୟ ପାଇଁ ଟିମ ଦାୟୀ ନୁହେଁ ଏଥିପାଇଁ ଶହବାଜ ଶରିଫ ସରକାର ଦାୟୀ ।
ପାକିସ୍ତାନ କ୍ରିକେଟ ଟିମର ପରାଜୟକୁ ନେଇ ଫୟାଦ ଟୁଇଟରେ ଉର୍ଦ୍ଦୁରେ ଯାହା ଲେଖିଛନ୍ତି ତାହାର ଅର୍ଥ ହେଉଛି, ଏହା ଟିମର ଦୋଷ ନୁହେଁ ଏଥିପାଇଁ ସରକାର ଦୋଷୀ ।
ସୂଚନାଯୋଗ୍ୟ, ଦୁବଇରେ ଖେଳାଯାଇଥିବା ଏସିଆ କପ ଦ୍ୱିତୀୟ ମୁକାବିଲାରେ ରବିବାର ଭାରତ ଓ ପାକିସ୍ତାନ କ୍ରିକେଟ ଟିମ ମଧ୍ୟରେ ମୁକାବିଲା ହୋଇଥିଲା । ଏହି ରୋମାଞ୍ଚକର ମ୍ୟାଚ ଦର୍ଶକଙ୍କୁ ଶେଷ ଓଭର ପର୍ଯ୍ୟନ୍ତ ଟାଣି ନେଇଥିଲା । ନିଶ୍ୱାସ ଅଟକିଗଲା ଭଳି ଏହି ମ୍ୟାଚରେ ଶେଷକୁ ହାର୍ଦ୍ଦିକ ପାଣ୍ଡ୍ୟା ଶେଷ ଓଭରରେ ୬ ମାରି ଭାରତକୁ ଜିତାଇ ଦେଇଥିଲେ ।

Share