Posted inଖେଳ

ଆସିଫଙ୍କ ବଡ଼ ଖୁଲାସା: ନିଜକୁ ୧୭-୧୮ ବର୍ଷ କହୁଥିବା ପାକିସ୍ତାନର ବୋଲର୍‌ ବାସ୍ତବରେ ୨୭-୨୮ ବର୍ଷ ବୟସ୍କ

କରାଚି,୨।୧: କ୍ରିକେଟରେ ଖେଳାଳିଙ୍କ ବୟସଜନିତ ଠକେଇ ବେଶ ଚିନ୍ତାର ବିଷୟ ପାଲଟେ। ବର୍ତ୍ତମାନ ସମୟରେ ପାକିସ୍ତାନ କ୍ରିକେଟର ଅନେକ ଖେଳାଳି ବୟସକୁ ନେଇ ରାଡାରରେ ଅଛନ୍ତି। ତେବେ ନିଜକୁ ୧୭-୧୮ ବର୍ଷ ବୟସର ବୋଲି ଦାବି କରୁଥିବା କିଛି ପାକିସ୍ତାନୀ ବୋଲର୍‌ ପ୍ରକୃତରେ ୨୭-୨୮ ବର୍ଷ ବୟସ୍କ ଅଟନ୍ତି ବୋଲି ପୂର୍ବ ଦ୍ରୁତ ବୋଲର ମହମ୍ମଦ ଆସିଫ ଦାବି କରିଛନ୍ତି।

କମରାନ ଅକମଲଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ ଏକ ବାର୍ତ୍ତାଳାପରେ ଟେଷ୍ଟ କ୍ରିକେଟରେ ପାକ୍‌ ଦ୍ରୁତ ବୋଲର କ’ଣ ପାଇଁ ଏତେ ସଂଘର୍ଷ କରୁଛନ୍ତି ବୋଲି ପ୍ରଶ୍ନରେ ଆସିଫ କହିଛନ୍ତି, ସେମାନଙ୍କର ବୟସ ଅଧିକ ଥାଏ। କାଗଜପତ୍ରରେ ୧୭-୧୮ ବର୍ଷ ଲେଖାଯାଇଥାଏ ହେଲେ ପ୍ରକୃତରେ ସେ ୨୭-୨୮ ବର୍ଷ ବୟସ୍କ ହୋଇଥାଏ। ୨୦-୨୫ ଓଭର ଖେଳିବା ପାଇଁ ତାଙ୍କ ପାଖରେ ନମନୀୟତା ନ ଥାଏ। ଶରୀରକୁ କିଭଳି ବ୍ୟବହାର କରିବେ ତାହା ସେମାନେ ଜାଣନ୍ତି ନାହିଁ। ସେମାନେ କଠିନ ହୋଇଥାନ୍ତି। ୫-୬ ଓଭର ପରେ ସେମାନେ ପଡ଼ିଆରେ ଛିଡ଼ା ହେବାକୁ ସକ୍ଷମ ହେଉନାହାନ୍ତି।

୫ରୁ ୬ ବର୍ଷ ମଧ୍ୟରେ ପାକିସ୍ତାନର କୌଣସି ଦ୍ରୁତ ବୋଲର ଗୋଟିଏ ମ୍ୟାଚ୍‌ରେ ୧୦ଟି ଉଇକେଟ ନେଇପାରିନାହାନ୍ତି। ନ୍ୟୁଜିଲାଣ୍ଡର ପିଚ୍‌ ଦେଖିବା ପରେ ଆମ ପାଟିରୁ ଲାଳ ବୋହୁଥିଲା। ପାଞ୍ଚଟି ଉଇକେଟ ନେବା ପୂର୍ବରୁ ମୁଁ ବୋଲିଂରୁ ଓହରିବାକୁ ପସନ୍ଦ କରୁ ନ ଥିଲି। ହେଲେ ଆଜିର ପିଲାମାନେ ତାହା ଜାଣନ୍ତି ନାହିଁ। କେତେବେଳେ ଏକ ରନ୍‌ ଦେବାକୁ ହୁଏ ଏବଂ ଉଇକେଟରେ କିଭଳି ବୋଲିଂ କରିବା ଉଚିତ ତାହା ସେମାନେ ଜାଣନ୍ତି ନାହିଁ। ସେମାନଙ୍କର କୌଣସି ନିୟନ୍ତ୍ରଣ ନାହିଁ ବୋଲି ମଧ୍ୟ ଆସିଫ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri