Categories: ଖେଳ

ବିରାଟ କୋହଲିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ପାକିସ୍ତାନ ଖେଳାଳି, କହିଲେ କାଲି ପର୍ଯ୍ୟନ୍ତ ଅପେକ୍ଷା କରିପାରିବି ନାହିଁ

ଇସଲାମାବାଦ/ନୂଆଦିଲ୍ଲୀ,୫ ।୧୧: ପୂର୍ବତନ ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲି ନଭେମ୍ବର ୫ରେ ୩୪ ବର୍ଷରେ ପଦାର୍ପଣ କରିଛନ୍ତି । ଶନିବାର ସେ ତାଙ୍କର ୩୪ ତମ ଜନ୍ମଦିନ ପାଳନ କରିବେ । ହେଲେ ଏହା ପୂର୍ବରୁ ତାଙ୍କ ପ୍ରଶଂସକ ଶୁକ୍ରବାରଠାରୁ ତାଙ୍କର ଭେବରେଟ କ୍ରିକେଟରଙ୍କ ବାର୍ଥ ଡେ’ ସେଲିବ୍ରେଶନରେ ବୁଡି ଯାଇଛନ୍ତି । ଏହାସହ କେତେଜଣ ପୂର୍ବତନ କ୍ରିକେଟର ବି ବିରାଟଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ପାକିସ୍ତାନର ଦ୍ରୁତ ବୋଲର ଶାହନୱାଜ ଦହାନୀ ବିରାଟଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ଟୁଇଟ କରି ଏହି ପାକିସ୍ତାନ ଖେଳାଳି ବିରାଟଙ୍କୁ ଅଲ ଟାଇମ ଗ୍ରେଟ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ଶାହନୱାଜ ଦହାନୀ ପାକିସ୍ତାନ ଟିମର ମେମ୍ବର ଏବେ ସେ ବାବର ଆଜମଙ୍କ ନେତୃତ୍ୱରେ ଦଳ ସହିତ ଅଷ୍ଟ୍ରେଲିଆରେ ଅଛନ୍ତି । ବିରାଟଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ସେ ଏକ ଫଟୋ ଟୁଇଟ କରିଛନ୍ତି । ଏହାସହ ସେ ଲେଖିଛନ୍ତି, କ୍ରିକେଟକୁ ଏକ ସୁନ୍ଦର ଖେଳ କରିଥିବା ବ୍ୟକ୍ତିଙ୍କୁ ମୁଁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ୫ ନଭେମ୍ବର ପର୍ଯ୍ୟନ୍ତ ଅପେକ୍ଷା କରିପାରିବି ନାହଁ ।

 

Share