ଜେଲ୍‌ରୁ ନିର୍ବାଚନ ଲଢିବେ ପାକିସ୍ତାନର ଏହି ତିନି ମହିଳା, ଶରିଫ ପରିବାରଙ୍କୁ ଦେବେ କଡା ଟକ୍କର

ଇସଲାମବାଦ,୨୮।୧: ସାଧାରଣ ନିର୍ବାଚନ ନେଇ ପାକିସ୍ତାନରେ ରାଜନୀତି ସରଗରମ। କାରଣ ମଇଦାନକୁ ଓହ୍ଲାଇଛନ୍ତି ଜେଲ୍‌ରେ ସଜା କାଟୁଥିବା ୩ ମହିଳା ନେତା। ପିଟିଆଇର ଏହି ମହିଳା ନେତାମାନେ ଜେଲ୍‌ରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି। ଯାହା ଏବେ ଜାତୀୟ ରାଜନୀତିକୁ ଚର୍ଚ୍ଚାର ଖୋରାକ ଯୋଗାଇଛି। ଆସନ୍ତା ମାସ ଅର୍ଥାତ୍‌ ଫେବୃଆରୀ ୮ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନରେ ୧୭୫ଟି ଦଳ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏହା ବ୍ୟତୀତ ବହୁ ସଂଖ୍ୟକ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନରେ ଠିଆହୋଇ ନିଜର ଭାଗ୍ୟ ପରୀକ୍ଷା କରିବେ। ତେବେ ଦେଶରେ ଏମିତି କିଛି ପ୍ରାର୍ଥୀ ଅଛନ୍ତି ଯେଉଁମାନେ ଜେଲରୁ ନିର୍ବାଚନ ଲଢୁଛନ୍ତି। ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର ତିନିଜଣ ମହିଳା ଜେଲରୁ ନିର୍ବାଚନ ଲଢୁଛନ୍ତିି। ଏହି ତିନିଜଣ ଶରିଫ ପରିବାର ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।

ସୂଚନାଥାଉ କି, ଜେଲରେ ଦଣ୍ଡ ଭୋଗୁଥିବା ପିଟିଆଇର ତିନି ମହିଳା ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ଅଭିଯୋଗରେ ମଇ ୯ରେ ଗିରଫ ହୋଇଥିଲେ।
ତେବେ ପୁଣି ଥରେ କ୍ଷମତାକୁ ଫେରିବା ପାଇଁ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ଓ ନୱାଜ ସରିଫଙ୍କ ପାର୍ଟି ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି। ଇମ୍ରାନ ଖାନ ଜେଲରେ ଥିବାବେଳେ ପିଏମଏଲ-ଏନ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛି। ଏହାରି ଭିତରେ ଏହି ତିନି ପିଟିଆଇ ମହିଳା ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ଆସନ୍ତୁ ଜାଣିବା ଏହି ୩ ମହିଳା ନେତା କିଏ।

ଇମ୍ରାନଙ୍କ ଦଳର ମହିଳା ନେତା ଡ ୟସ୍ମିିନ ରସିଦ ଲାହୋର-୧୩୦ ନିର୍ବାଚନମଣ୍ଡଳୀରୁ ନୱାଜ ଶରିଫଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତିି। ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ହେବାର ଆଶା କରାଯାଉଛି। ୧୯୯୦ରୁ ଶରିଫ ପ୍ରଥମ ଥର ପାଇଁ ଏହି ଆସନ ଜିତିବା ପରେ ଏହି ନିର୍ବାଚନମଣ୍ଡଳୀ ଏବେ PML-Nର ଗଡ଼ ହୋଇଆସୁଛି। ୧୯୯୩,୧୯୯୭ ଓ ୨୦୧୩ ଶରିଫ ଏହି ଆସନ ବଜାୟ ରଖିଥିବାବେଳେ ତାଙ୍କ ଦଳର ପ୍ରାର୍ଥୀମାନେ ୨୦୦୨ ଓ ୨୦୦୮ରେ ଏହି ଆସନ ଜିତିଥିଲେ। ଡକ୍ଟର ୟସ୍ମିନ ୨୦୧୩ରୁ ୨୦୨୩ପର୍ଯ୍ୟନ୍ତ ଏହି ଆସନରୁ ତିନିଥର ପ୍ରତିଦ୍ୱନ୍ଦିତା କରିଥିଲେ ହେଲେ ପ୍ରତ୍ୟେକ ଥର ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।

PML-N ନେତା ହମଜା ଶରିଫଙ୍କୁ ନ୍ୟାଶନାଲ ଆସେମବ୍ଲିର ସବୁଠାରୁ ଟାଣୁଆ ପ୍ରାର୍ଥୀ ଭାବେ ବିବେଚନା କରାଯାଏ। କିନ୍ତୁ ଏଥର ତାଙ୍କୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଛନ୍ତି ପିଟିଆଇର ଆଲିଆ ହାମଜା ମଲିକ। ତେବେ ୨୦୧୮ ସାଧାରଣ ନିର୍ବାଚନରେ ଏହି ଆସନ PML-N ଦଖଲ କରିଥିଲା। ପିଟିଆଇର ନାଉମାନ କାଇସର ଏବଂ ଟିଏଲପିର ସୁମାଇରାଙ୍କ ବିରୋଧରେ ହମଜା ଲଢି ଏହି ଆସନକୁ ସହଜରେ ଜିତିଥିଲେ। କହିରଖୁଛୁ କି, ୨୦୧୮ରେ ଆଲିଆ ପଞ୍ଜାବର ମହିଳାଙ୍କ ପାଇଁ ଥିବା ସଂରକ୍ଷିତ ଆସନରେ ପିଟିଆଇ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢି ପାକିସ୍ତାନର ନ୍ୟାଶନାଲ ଆସେମବ୍ଲିକୁ ନିର୍ବାଚିତ ହୋଇଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କୁ ଫେଡେରାଲ ସଂସଦୀୟ ସଚିବ ଭାବରେ ନିଯୁକ୍ତ କରିଥିଲେ।

ଜେଲରେ ଥିବା ପିଟିଆଇ ମହିଳା କାର୍ଯ୍ୟକର୍ତ୍ତା ସାନମ ଜାଭେଦ, ପାକିସ୍ତାନ ମୁସଲିମ ଲିଗ-ନୱାଜ ମୁଖ୍ୟ ମରିୟମ ନୱାଜଙ୍କ ବିପକ୍ଷରେ ନ୍ୟାଶନାଲ ଆମେସବ୍ଲି ୧୧୯ରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଉଭୟଙ୍କ ମଧ୍ୟରେ କଡା ଟକ୍କର ହେବାର ଆଶା କରାଯାଉଛି। ସୂଚନାଥାଉ କି, ସାନମ ଜାଭେଦଙ୍କ ସମେତ ପାକିସ୍ତାନ ତେହେରିକ-ଇ-ଇନସାଫ ପାର୍ଟିର ଡଜନରୁ ଉର୍ଦ୍ଧ୍ୱ ମହିଳା ଗତ ୯ମାସ ଧରି ଦେଶର ବିଭିନ୍ନ ଜେଲରେ ଅଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri