ପାକିସ୍ତାନକୁ ଝଟକା, ସିପିଇସି ସମେତ ଅନ୍ୟ ପ୍ରକଳ୍ପକୁ ସ୍ଥଗିତ ରଖିଲା ଚାଇନା

ବେଜିଂ/ଇସଲାମବାଦ,୨୭।୯: ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)ର ସମ୍ପ୍ରସାରଣକୁ ସ୍ଥଗିତ ରଖିଲା ଚାଇନା। ପ୍ରକଳ୍ପର ସମ୍ପ୍ରସାରଣକୁ ଅନୁମୋଦନ ନ କରିବାକୁ ଚାଇନା ନିଷ୍ପତ୍ତି ନେଇଛି। ଆର୍ଥିକ ସଙ୍କଟ ହେତୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଚାଇନା ସ୍ପଷ୍ଟ କରିଛି। ପାକିସ୍ତାନ ସିପିଇସି ମାଧ୍ୟମରେ ଶକ୍ତି, ଜଳ ପରିଚାଳନା ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ବଡ଼ ପୁଞ୍ଜି ବିନିଯୋଗ କରିବାକୁ ଚାଇନାକୁ ଅନୁରୋଧ କରିଥିଲା। ଏନେଇ ପାକିସ୍ତାନ କହିଛି ଯେ, ଚାଇନା ଆର୍ଥିକ ସଙ୍କଟ ଦୂର କରିବା ପାଇଁ ପାକିସ୍ତାନକୁ ସାହାଯ୍ୟ କରିବା ଉଚିତ।

ପାକିସ୍ତାନୀ ଗଣମାଧ୍ୟମନୁସାରେ ଉଭୟ ଦେଶର ଆର୍ଥିକ ସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି, ତେଣୁ ସବୁ ବଡ ବଡ ପ୍ରକଳ୍ପ ବନ୍ଦ ହୋଇଯାଇଛି। ଚାଇନାର ଗ୍ବାଦରରେ ଥର୍ମାଲ ପାୱାର ପ୍ଲାଣ୍ଟ ନିର୍ମାଣ ପ୍ରକଳ୍ପକୁ ପାକିସ୍ତାନ ବିରୋଧ କରିଥିବାବେଳେ ପାକିସ୍ତାନର ଶକ୍ତି, ଜଳ ପରିଚାଳନା, ପର୍ଯ୍ୟଟନ ଏବଂ ଜଳବାୟୁ ପରିବର୍ତ୍ତନ ପ୍ରକଳ୍ପକୁ ଚାଇନା ସ୍ଥଗିତ ରଖିଛି। ସିପିଇସି ମିଳିତ କମିଟି ବୈଠକରେ ଚାଇନା ଏବଂ ପାକିସ୍ତାନ ମଧ୍ୟରେ ମତଭେଦ ଦେଖିବାକୁ ମିଳିଛି।

ଏକ ଜାତୀୟ ଗଣମାଧ୍ୟମନୁଯାୟୀ ଚାଇନା ପାୱାର୍‌ ପ୍ଲାଣ୍ଟ କମ୍ପାନୀଗୁଡିକର ଋଣ ପରିଶୋଧ କରିବାରେ ପାକିସ୍ତାନ ସକ୍ଷମ ନୁହେଁ। ଚାଇନାର ଚାପରେ ପାକିସ୍ତାନକୁ ଗ୍ବାଦରରେ ୩୦୦ମେଗାୱାଟ ପାଓ୍ବର ପ୍ଲାଣ୍ଟ ପ୍ରକଳ୍ପର ସର୍ତ୍ତ ମାନିିବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri