ପାକିସ୍ତାନ ସେନା ଓ ଗଣତନ୍ତ୍ର

ପାକିସ୍ତାନର ୪ର୍ଥ ଏକଚ୍ଛତ୍ରବାଦୀ ଶାସକ ପର୍‌ଭେଜ ମୁଶରଫ ରାଷ୍ଟ୍ରପତି ପଦ ଛାଡ଼ିବାର ୧୪ ବର୍ଷ ହୋଇଗଲାଣି। ଆସନ୍ତା ବର୍ଷ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। କିନ୍ତୁ ଶାସନକୁ ନେଇ ପୁଣି ଥରେ ସେନା କଥା ଉଠୁଛି। ସେଥିପାଇଁ ଜଣାପଡ଼ୁଛି ଯେ, ପାକିସ୍ତାନ ନିୟମିତ ସେନା ଶାସନରୁ ଏବେସୁଦ୍ଧା ମୁକ୍ତ ହୋଇନାହିଁ। ଏହା କାହିଁକି ହେଉଛି ତାହା ଜାଣିବାକୁ ପାକିସ୍ତାନର ପୂର୍ବ ଦଶନ୍ଧିଗୁଡ଼ିକର ଇତିହାସ ପୃଥକ୍‌ ପୃଥକ୍‌ ଭାବେ ଜାଣିବାକୁ ପଡ଼ିବ। ପ୍ରଥମ ଦଶନ୍ଧିରେ ପାକିସ୍ତାନ ଦ୍ୱନ୍ଦ୍ୱରେ ରହିଥିଲା। ଜିନ୍ନାଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀଙ୍କ ପାଇଁ ସମ୍ବିଧାନ ଡ୍ରାଫ୍ଟିଂ କରିବା କଠିନ ଥିଲା। ମୁସ୍‌ଲିମ ଲିଗ୍‌ ବିଭିନ୍ନ ସମୁଦାୟରୁ ପ୍ରଧାନମନ୍ତ୍ରୀ କରି ସେମାନଙ୍କ ମଧ୍ୟରେ ବିଭେଦକୁ ଲୁଚାଇବାକୁ ଚେଷ୍ଟା କରିଥିଲା। ବାସ୍ତବରେ ଏହି ସମୟରେ କ୍ଷମତା ରହିଥିଲା ପାସ୍ତୁନ ମଲିକ ଗୁଲାମ ମହମ୍ମଦଙ୍କ ହାତରେ। ‘ଫ୍ରେଣ୍ଡ୍‌ସ ଆଣ୍ଡ ମାଷ୍ଟର୍ସ’ ଆତ୍ମଜୀବନୀରେ ଆୟୁବ ଖାନ୍‌ ଉଲ୍ଲେଖ କରିଛନ୍ତି ଯେ, ଦାୟିତ୍ୱ ନେବା ଲାଗି ମହମ୍ମଦ ତାଙ୍କୁ ଉତ୍ସାହିତ କରିବା ସହ ରାଜନେତାଙ୍କ କବଳରୁ ଦେଶକୁ ରକ୍ଷା କରିବା ଲାଗି କହିଥିଲେ। ଆୟୁବ ଯଥାସମ୍ଭବ ତାହା କରିଥିଲେ। ପାକିସ୍ତାନର ଦ୍ୱିତୀୟ ଦଶନ୍ଧି ଥିଲା ବିକାଶର ଦଶନ୍ଧି। ଏହି ସମୟରେ ପାକିସ୍ତାନର ଅଭିବୃଦ୍ଧି ହାର ଭାରତଠାରୁ ବହୁ ଆଗକୁ ଯାଇପାରିଥିଲା ଏବଂ ନେହେରୁ ଓ ଆୟୁବ ସିନ୍ଧୁ ନଦୀ ଜଳ ବଣ୍ଟନ ଉପରେ ଏକ ଚୁକ୍ତି ସ୍ବାକ୍ଷର କରିଥିଲେ, ଯାହା ଶାନ୍ତି ଆଣିବାରେ ସାହାଯ୍ୟ କରିଥିଲା। ଏହି ସମୟରେ ପାକିସ୍ତାନ ତଥାକଥିତ ମୌଳିକ ଗଣତନ୍ତ୍ର ସହ ସେବା ଓ ବାଣିଜ୍ୟ ସମ୍ପର୍କିତ ମୁକ୍ତ ଅର୍ଥନୀତିର ଏକ ମଡେଲ ପ୍ରସ୍ତୁତ କରିଥିଲା। ଅବଶ୍ୟ ଆୟୁବଙ୍କ ଶାସନରେ ତ୍ରୁଟି ରହିଥିଲା। ସେ ପାଗଳାମି ପ୍ରକାଶ କରିଥିଲେ। କଶ୍ମୀରକୁ ମୁକ୍ତ କରିବା ଲାଗି ସିଭିଲ୍‌ ଡ୍ରେସ୍‌ରେ ସୈନ୍ୟମାନଙ୍କୁ ଲାଇନ୍‌ ଅଫ୍‌ କଣ୍ଟ୍ରୋଲ(ଏଲ୍‌ଓସି) ନିକଟକୁ ପଠାଇବା ଲାଗି ବୈଦେଶିକ ମନ୍ତ୍ରୀ ଜେଏ. ଭୁଟ୍ଟୋଙ୍କ ଯୋଜନାକୁ ଗ୍ରହଣ କରିନେଇଥିଲେ। ଶାସ୍ତ୍ରୀ ଲାହୋର ନିକଟସ୍ଥ ଅନ୍ତର୍ଜାତୀୟ ସୀମା ନିକଟକୁ ସେନା ପଠାଇ ଏହାର ମୁକାବିଲା କଲେ। ସୋଭିଏଟ ସଂଘ ଯୁଦ୍ଧବିରତି ଲାଗି ହସ୍ତକ୍ଷେପ କଲା। ଚତୁର ଭୁଟ୍ଟୋ ଇସ୍ତଫା ଦେଲେ ଏବଂ ସାଧାରଣରେ ତାଙ୍କ ପ୍ରତି ବିଶ୍ୱାସଘାତକତା କରାଯାଇଥିବା କହିଲେ। ୧୯୬୫ ଯୁଦ୍ଧ ଆୟୁବଙ୍କୁ ଦୁର୍ବଳ କରିଦେଲା ଏବଂ ତାଙ୍କ ସାଥୀ ଜେନେରାଲମାନଙ୍କ ଦ୍ୱାରା ସେ ତଡ଼ା ଖାଇଲେ ଓ ସେମାନଙ୍କ ମଧ୍ୟରୁ ୟାହ୍ୟା ଖାନ୍‌ ଦାୟିତ୍ୱ ନେଲେ। ଫଳରେ ‘ଶତାବ୍ଦୀର ବିକାଶ’ରେ ପୂର୍ଣ୍ଣଚ୍ଛେଦ ପଡ଼ିଲା। ତୃତୀୟ ଦଶନ୍ଧି ଆରମ୍ଭ ହେଲା ଭୁଟ୍ଟୋଙ୍କ ନେତୃତ୍ୱରେ ଓ ସେ ଫାଶୀ ପାଇଲା ପରେ ତାହା ଶେଷ ହେଲା। ଏହି ସମୟରେ ପାକିସ୍ତାନରେ ପ୍ରକୃତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମୁଜିବୁର ରହମାନଙ୍କ ଅଧୀନରେ ରହିଥିବା ବେଙ୍ଗଲୀମାନେ ନିର୍ବାଚନରେ ବିଜୟୀ ହୋଇଥିଲେ। ପୂର୍ବ ପାକିସ୍ତାନରେ ସବୁ ଆସନ ପୋଛି ନେଇଥିଲେ। ପଶ୍ଚିମ ପାକିସ୍ତାନୀମାନେ ବେଙ୍ଗଲୀଙ୍କ ଶାସନକୁ ଗ୍ରହଣ କଲେ ନାହିଁ। ଆଉ ଏକ ଯୁଦ୍ଧର ସୂତ୍ରପାତ ହୋଇ ପାକ୍ତିସ୍ତାନ ଦୁଇଭାଗ ହୋଇଗଲା ଓ ପରେ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ପଶ୍ଚିମରେ ଖୁବ୍‌ କମ୍‌ ବ୍ୟବଧାନରେ ଜିତିଲା। ଭୁଟ୍ଟୋ ଏକ ବିପର୍ଯ୍ୟୟ ଭାବେ ଉଭାହେଲେ। ସେ ଏକ ସମାଜବାଦ ଆରମ୍ଭ କରିଦେଲେ ଯାହା ଫ୍ଲାଓ୍ବାର ମିଲ୍‌ ଭଳି ଛୋଟ ବ୍ୟବସାୟକୁ ଜାତୀୟକରଣ କରିବା ସହ ବହୁ ଗୁଜରାଟୀ ପ୍ରତିଭାଙ୍କୁ କରାଚୀ ବାହାରକୁ ତଡ଼ିଦେଇ ପାକିସ୍ତାନ ଅର୍ଥ ବ୍ୟବସ୍ଥାର କ୍ଷତି ଘଟାଇଲା। ସେ ସମୟରେ ଭୁଟ୍ଟୋ ସମସ୍ତ ଜେନେରାଲଙ୍କୁ ଅଣଦେଖା କରି ଜିଆ ଉଲ୍‌ ହକ୍‌ଙ୍କୁ ସେନା ମୁଖ୍ୟ ଭାବେ ନିଯୁକ୍ତି ଦେଲେ। ଜିଆ ଧୂର୍ତ୍ତ ଥିଲେ ଓ ଭୁଟ୍ଟୋଙ୍କ ସହ ମିଶି କାମ କଲେ ମଧ୍ୟ ତାଙ୍କୁ ସମସ୍ୟାରେ ପକାଇଲେ। ପରବର୍ତ୍ତୀ ନିର୍ବାଚନରେ ଭୁଟ୍ଟୋ ଅସାଧୁ ଉପାୟ ଅବଲମ୍ବନ କଲେ। ଏହାକୁ ନେଇ ବିରୋଧୀ ହିଂସା ଖେଳାଇଲେ ଯାହା ପାକିସ୍ତାନ ସେନାକୁ ପୁନର୍ବାର ହସ୍ତକ୍ଷେପ କରିବାକୁ ଜିଆଙ୍କୁ ବାଧ୍ୟ କରିଥିଲା।
ଚତୁର୍ଥ ଦଶନ୍ଧିରେ ଜିଆଙ୍କ ନେତୃତ୍ୱ ଥିଲା ସବୁଠୁ ଖରାପ। ଭୁଟ୍ଟୋ ଫାଶୀ ପାଇଥିବା ବର୍ଷ ୧୯୭୯ ଥିଲା ସବୁଠୁ ମହତ୍ତ୍ୱପୂର୍ଣ୍ଣ। ସୋଭିଏଟ୍‌ସଂଘ ଆଫଗାନିସ୍ତାନ ଆକ୍ରମଣ କଲା। ଶିୟା ଧର୍ମୀୟ ନେତାମାନେ ଖୋମିନଙ୍କ ନେତୃତ୍ୱରେ ଇରାନ ଦଖଲ କଲେ ଓ ସାଉଦିଙ୍କୁ ଭୟଭୀତ କରି ଉଗ୍ରପନ୍ଥୀମାନେ ମକ୍କାକୁ ଘେରାବନ୍ଦୀ କଲେ। ମୁସଲିମ ବିଶ୍ୱରେ ସନ୍ତ୍ରାସବାଦ ସମ୍ପ୍ରସାରିତ ହେଲା ଓ ପାକିସ୍ତାନ ଅତ୍ୟଧିକ ପ୍ରଭାବିତ ହୋଇଥିଲେ ମଧ୍ୟ ପାକିସ୍ତାନ ସେନା ଏଥିରୁ ଲାଭ ଉଠାଇଲା। ଜିଆଙ୍କ ସେନା ମକ୍କାକୁ ମୁକ୍ତ କରିବାରେ ସାଉଦିକୁ ସାହାଯ୍ୟ କରିଥିଲେ। ଅବଶ୍ୟ ପାକିସ୍ତାନୀ ଆଇଏସ୍‌ଆଇ ପାସ୍ତୁନ, ତାଜିକ, ଉଜବେକ୍‌ ସନ୍ତ୍ରାସବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ସହ ପ୍ରଶିକ୍ଷଣ ମଧ୍ୟ ଦେଇଥିଲା, ଯାହା ସୋଭିଏଟ ସଂଘକୁ ଆଫଗାନିସ୍ତାନରେ ଲୋପ କରିଦେଇଥିଲା। ୧୯୮୮ରେ ଏକ ରହସ୍ୟମୟ ବିମାନ ଦୁର୍ଘଟଣାରେ ଜିଆ ପ୍ରାଣ ହରାଇବା ପରେ ଭୁଟ୍ଟୋଙ୍କ ଝିଅ ନିର୍ବାଚନ ଲାଗି ପାକିସ୍ତାନ ଫେରିଲେ। ଏକ ସ୍ଥାୟୀ ତଥା ବାସ୍ତବ ଗଣତନ୍ତ୍ର ଫେରିବ ବୋଲି ଜଣାପଡ଼ୁଥିଲା। କିନ୍ତୁ ତାହା ହେଲା ନାହିଁ। ଆଇଏସ୍‌ଆଇ କଥାରେ ସେ କାମ କଲେ ମଧ୍ୟ ସେନା ତାଙ୍କୁ ଦୁଇଥର ଦାୟିତ୍ୱରୁ ହଟାଇଦେଇଥିଲା ଏବଂ ସେନାର ପସନ୍ଦ ନଓ୍ବାଜ ସରିଫଙ୍କୁ ଥରକୁ ଥର ନେତୃତ୍ୱ ପ୍ରଦାନ କରିଥିଲା।
ପଞ୍ଚମ ଦଶନ୍ଧିରେ ନାମକୁ ମାତ୍ର ଗଣତନ୍ତ୍ର ପ୍ରତିଷ୍ଠା ହୋଇଥିଲେ ବି ଏହାର ଡୋରି ରହିଥିଲା ସେନା ଓ ଆଇଏସ୍‌ଆଇ ମୁଖ୍ୟଙ୍କ ହାତରେ। ଏହି ସମୟରେ ଭାରତ ସବୁବେଳେ ପାକିସ୍ତାନକୁ ଆଲୋଚନା ପାଇଁ କହିଥିଲା ଓ ପାକିସ୍ତାନ ଅସ୍ବୀକାର କରିଥିଲା। ଷଷ୍ଠ ଦଶନ୍ଧି ଥିଲା ଚତୁର୍ଥ ଏକଚ୍ଛତ୍ରବାଦୀ ଶାସକ ମୁଶରଫଙ୍କର, ଯିଏ କି ସନ୍ତ୍ରାସବାଦ ବିରୋଧୀ ଯୁଦ୍ଧରୁ ବହୁ ଲାଭ ଉଠାଇଥିଲେ। ଆୟୁବଙ୍କ ମଡେଲରେ ମୁକ୍ତ ଅର୍ଥନୀତି ଏବଂ ପଥପ୍ରଦର୍ଶକ ଗଣତନ୍ତ୍ର ଫେରିଥିଲା ଓ ପାକିସ୍ତାନର ଅଭିବୃଦ୍ଧି ହାର ପାଖାପାଖି ୫%କୁ ବୃଦ୍ଧି ପାଇଲା; ଯାହା ସବୁପ୍ରକାର ସମସ୍ୟା ସତ୍ତ୍ୱେ ବି ଏବେ ରହିଛି। ମୁଶରଫ ବିତାଡ଼ିତ ହେବା ପରେ ସପ୍ତମ ଦଶନ୍ଧିରେ ସେନାର ବିନା ହସ୍ତକ୍ଷେପରେ ପ୍ରଥମରୁ ଲଗାତର ତିନୋଟି ସାଧାରଣ ନିର୍ବାଚନ ଶେଷ ହେଲା। ସେନା ଏବେ ବି ଗଣତନ୍ତ୍ରର କ୍ଷତି କରିବାକୁ ଚାହଁୁଛି, କିନ୍ତୁ ସାହସ ଜୁଟାଇ ପାରୁନାହିଁ। ଏଥିରୁ ବୁଝାପଡ଼ୁଛି ଯେ, ପାକିସ୍ତାନ ଏହାର ଅଷ୍ଟମ ଦଶନ୍ଧିରେ ବାଂଲାଦେଶ ଭଳି ଏକ ପାର୍ଲାମେଣ୍ଟାରି ଗଣତନ୍ତ୍ର ଏବଂ ଆମ ଗଣତନ୍ତ୍ର ସ୍ଥିତିରେ ରହିବାକୁ ସ୍ଥିର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri