ପ୍ରବଳ ତୁଷାରପାତ: କାର୍‌ରେ ଫସି ରହିଥିବା ୧୬ ପର୍ଯ୍ୟଟକଙ୍କ ମୃତ୍ୟୁ

ଇସଲାମାବାଦ,୮ା୧: ଉତ୍ତର ପାକିସ୍ଥାନରେ ପ୍ରବଳ ତୁଷାରପାତ ହେତୁ କାର୍‌ରେ ଫସି ରହିଥିବା ୧୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ପାଖାପାଖି ୧୦୦୦ ଗାଡ଼ି ଏବେ ବି ଅଟକି ରହିଛି। ରାଜଧାନୀ ଇସଲାମାବାଦଠାରୁ ୬୪ କିଲୋମିଟର ଉତ୍ତର-ପୂର୍ବରେ ଅବସ୍ଥିତ ମୁରିକୁ ସରକାର ଏକ ବିପର୍ଯ୍ୟୟ କ୍ଷେତ୍ର ବୋଲି ଘୋଷଣା କରିଛନ୍ତି। ବରଫକୁ ଉପଭୋଗ କରିବା ପାଇଁ ହଜାର ହଜାର ପର୍ଯ୍ୟଟକ ପାହାଡ଼ ଷ୍ଟେଶନ ମୁରିରେ ପହଞ୍ଚିଥିଲେ।

ପର୍ଯ୍ୟଟକଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ  ସରକାର ପାହାଡ଼ ଷ୍ଟେଶନକୁ ଯାଉଥିବା ସମସ୍ତ ରାସ୍ତା ବନ୍ଦ କରିଦେଇଛନ୍ତି। ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ‘ଏଭଳି ଦୁର୍ଘଟଣାକୁ ରୋକିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଏବଂ କଠୋର ନିୟମ ଲାଗୁ କରାଯାଇଛି।’

ପାକିସ୍ତାନର ଗୃହମନ୍ତ୍ରୀ ଶେଖ୍‌ ରସିଦ ଅହମ୍ମଦ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ୧୫-୨୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ମୁରିରେ ଏତେ ସଂଖ୍ୟକ ପର୍ଯ୍ୟଟକ ପହଞ୍ଚିଛନ୍ତି। ପାଖାପାଖି ୧୦୦୦ କାର ଅଟକି ରହିଛି। ୧୬ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଫସି ରହିଥିବା ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସେନା ଏବଂ ସାମରିକ ବାହିନୀ ନିୟୋଜିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦ ଜଣଙ୍କୁ ଗୁଳିକଲେ ସୈନ୍ୟ

ବ୍ୟାଙ୍କ୍‌କ,୯ା୨: ଥାଇଲାଣ୍ଡର ଜଣେ ସୈନ୍ୟ ଶନିବାର ମେଶିନ୍‌ ଗନ୍‌ରେ ନିରୀହ ଲୋକମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇବା ଫଳରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ...

ଡୋଭାଲ-ବ୍ଲିଙ୍କନ ଭେଟ…

ଓ୍ବାଶିଂଟନ,୨।୨ : ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନଙ୍କୁ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ଏବଂ ଆଞ୍ଚଳିକ...

ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ବାଇଡେନଙ୍କ ରହିଛି ସମର୍ଥନ…

ଓ୍ବାଶିଂଟନ,୨୫।୯: ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ଜୋ ବାଇଡେନଙ୍କ ସମର୍ଥନ ରହିଛି। ଏନେଇ ଭାରତୀୟ ବହିର୍ବ୍ୟପାର ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଳା ଏନେଇ ସୂଚନା ଦେଇଛନ୍ତି।...

ୟୁକ୍ରେନ୍‌ବାସୀଙ୍କୁ ନୂଆ ଶିଖାଳି ବୋଲି ଭାବନ୍ତୁ ନାହିଁ: ଜେଲେନ୍‌ସ୍କି

କ୍ୱିଭ,୩୧ ।୩: ରୁଷିଆ- ୟୁକ୍ରେନ୍ ଯୁଦ୍ଧ ୩୫ ଦିନରେ ବି ଜାରି ରହିଛି । କେହି ପଛକୁ ହଟିବାକୁ ରାଜି ନୁହେଁ । ଏପଟେ ଯୁଦ୍ଧର...

ୟୁକ୍ରେନରେ ଗୁଳିଗୋଳା ବର୍ଷଣ କମିଲେ ଭାରତ ଆସିବ ନବୀନଙ୍କ ପାର୍ଥିବ ଶରୀର: ରୁଷିଆ ପାଲଟିଛି କଣ୍ଟା

କ୍ୱିଭ୍‌/ମସ୍କୋ/ୱାଶିଂଟନ,୮ ।୩: ୟୁକ୍ରେନରେ ରୁଷିଆ ଆକ୍ରମଣ ଶିକାର ହୋଇଥିବା କର୍ନାଟକର ନବୀନ ଶେଖରପ୍ପାଙ୍କ ପାର୍ଥିବ ଶରୀର ଏ ଯାଏ ଭାରତ ଆସିନାହିଁ । ତେବେ ୟୁକ୍ରେନରେ...

ମହିଳା ବସ୍‌ରେ ଏକୁଟିଆ ଯାତ୍ରା କରିବା ମନା, କାର୍‌ରେ ମ୍ୟୁଜିକ୍‌ ବନ୍ଦ…

କାବୁଲ, ୨୭।୧୨: ଆଫଗାନିସ୍ତାନରେ ତାଲିବାନ୍‌ ସରକାରଙ୍କର ପ୍ରକୃତ ମୌଳବାଦୀ ଆଭିମୁଖ୍ୟ ବର୍ତ୍ତମାନ ସାମ୍ନାକୁ ଆସୁଛି। ଦେଶର ସରକାରଙ୍କୁ ସ୍ବୀକୃତି ପାଇଁ ଅନ୍ତର୍ଜାତୀୟସ୍ତରରେ ଅନୁରୋଧ କରୁଥିବା ତାଲିବାନ...

ସତ କହି ସଙ୍କଟରେ ଇମ୍ରାନ୍‌: ସରକାର-ସୈନ୍ୟ ବାହିନୀ ମଧ୍ୟରେ ବଢ଼ିଲା ଦୂରତା

ଇସଲାମାବାଦ୍‌, ୧୯।୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସ୍ଥିତି ଏବେ ସଙ୍କଟରେ ରହିଛି। କହୁ କହୁ ସେ ସତ କଥା କହିଥିବାରୁ ପାକିସ୍ତାନୀ ସୈନ୍ୟ ବାହିନୀ...

ସୁଉଚ୍ଚ ପର୍ବତର ଉଚ୍ଚତା ମାପିବ ନେପାଳ

କାଠମାଣ୍ଡୁ୨୭।୧୧: ନେପାଳ ଓ ଚାଇନା ଏକାସାଙ୍ଗରେ ଖୁବ୍‌ଶ୍ରୀଘ୍ର ସୁଉଚ୍ଚ ପର୍ବତ କୁହାଯାଉଥିବା ମାଉଣ୍ଟ ଏଭରେଷ୍ଟର ସଠିକ୍‌ ଉଚ୍ଚତା ବିଷୟରେ ସାରା ଦୁନିଆକୁ ଜଣାଇବେ। ଏଥିପାଇଁ ଚାଇନା...

Advertisement
Archives

Model This Week