Categories: Home Leftଖେଳ

ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମଥର! ପାକିସ୍ତାନର ୪ ଖେଳାଳି କଲେ ଏମିତି କାରନାମା, ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୨।୧୧: ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ପାକିସ୍ତାନର ଯୁବ ଖେଳାଳିମାନେ ବିଶ୍ୱ କ୍ରିକେଟ ଇତିହାସରେ ଏକ ଅଭିନବ ଅଧ୍ୟାୟ ଯୋଡ଼ିଛନ୍ତି। ଟେଷ୍ଟ କ୍ରିକେଟରେ ଏଭଳି ଘଟଣା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ଏହି ମ୍ୟାଚରେ ପାକିସ୍ତାନର ଚାରି ଜଣ ଡେବ୍ୟୁଟାଣ୍ଟ ଖେଳାଳି ତୈୟବ ଆରିଫ, ମହମ୍ମଦ ତାହା, ଆରାଫତ ମିନ୍ହାସ ଏବଂ ସାକିବ ଖାନ ନିଜର ପ୍ରଥମ ଟେଷ୍ଟ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ରେକର୍ଡ ବୁକ୍‌ରେ ନିଜ ନାଁ ସାମିଲ କରିଛନ୍ତି।

ରାୱଲପିଣ୍ଡି ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଦଳର ପାଳିକୁ ସମ୍ଭାଳିବା ସହ ବଡ଼ ସ୍କୋରରେ ପହଞ୍ଚାଇବାରେ ତିନି ଜଣ ନୂଆ ବ୍ୟାଟର୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ନିଜର ପ୍ରଥମ ଟେଷ୍ଟ ଖେଳୁଥିବା ତୈୟବ ଆରିଫ ଚମତ୍କାର ବ୍ୟାଟିଂ କରି ୫୭ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଏହାପରେ ଅଲରାଉଣ୍ଡର ଆରାଫତ ମିନ୍ହାସ ମଧ୍ୟ ଡେବ୍ୟୁ ମ୍ୟାଚରେ ଚାପକୁ ନିଜ ଉପରେ ଭାରି ପଡ଼ିବାକୁ ଦେଇନଥିଲେ। ସେ ୫୨ ରନ କରିଥିଲେ।

ସେହିପରି ତୃତୀୟ ଡେବ୍ୟୁଟାଣ୍ଟ ବ୍ୟାଟର୍‌ ମହମ୍ମଦ ତାହା ମଧ୍ୟ ନିଜ ପ୍ରତିଭାର ପରିଚୟ ଦେଇ ୫୧ ରନ୍ର ଯୋଗଦାନ ଦେଇଥିଲେ। ଏହି ତିନି ଜଣ ଯୁବ ବ୍ୟାଟର୍ଙ୍କ ଅର୍ଦ୍ଧଶତକ ବଳରେ ପାକିସ୍ତାନ ନିଜର ପ୍ରଥମ ପାଳିକୁ ୪୩୪ ରନର ମଜଭୁତ ସ୍କୋରରେ ଘୋଷଣା କରିଥିଲା।

 

Dharitri – Odisha’s No.1 Odia Daily

Share