Posted inଜାତୀୟ

ଏଯାଏ ପ୍ରମାଣ ଗ୍ରହଣ କରିନି ପାକ୍‌

ନୂଆଦିଲ୍ଲୀ, ୨୬।୧୧(ପି.ଟି.): ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ୧୨ ବର୍ଷ ପୂରିଥିଲେ ସୁଦ୍ଧା ଭାରତ ପକ୍ଷରୁ ଦିଆଯାଇଥିବା ପ୍ରମାଣକୁ ପାକିସ୍ତାନ ଏଯାଏ ଗ୍ରହଣ କରିନାହିଁ। ଫଳରେ ପୀଡିତଙ୍କ ପରିବାର ସମ୍ପୂର୍ଣ୍ଣ ନ୍ୟାୟ ପାଇପାରି ନାହାନ୍ତି।
ନଭେମ୍ବର ମାସର ଆଜିର ଦିନରେ ପାକିସ୍ତାନରୁ ୧୦ ଜଣ ଆତଙ୍କବାଦୀ ସମୁଦ୍ର ପଥରେ ଆସି ଭାରତର ଅର୍ଥନୈତିକ ରାଜଧାନୀ ମୁମ୍ବାଇ ମହାନଗରୀ ଉପରେ ଆକ୍ରମଣ କରିଥିଲେ। ସେମାନେ ଦୀର୍ଘ ୬୬ ଘଣ୍ଟା ଧରି ଆତଙ୍କ ଖେଳାଇଥିଲେ। ସେମାନଙ୍କ ଆକ୍ରମଣରେ ୧୬୬ ଜଣଙ୍କ ମୃତ୍ୟୁ ହେବା ସହ ୩୦୦ରୁ ଅଧିକ ଆହତ ହୋଇଥିଲେ। ଭାରତୀୟ ସୁରକ୍ଷା ବଳର କାର୍ଯ୍ୟାନୁଷ୍ଠାନରେ ୯ ଆତଙ୍କବାଦୀ ନିହତ ହୋଇଥିବାବେଳେ ଜୀବନ୍ତ ଧରାପଡ଼ିଥିବା ଅଜମଲ କସବଙ୍କୁ ବିଚାର ପରେ ଫାଶୀ ଦିଆଯାଇଛି। ସେହି ଅନୁଯାୟୀ କହିବାକୁ ଗଲେ ଭାରତ ଏହି ମାମଲାରେ ସମ୍ପୂର୍ଣ୍ଣ ନ୍ୟାୟ ଦେଇଛି, କିନ୍ତୁ ତାହା ଯଥେଷ୍ଟ ନୁହେଁ। ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଏହାର ପାକିସ୍ତାନୀ ପରିଚାଳକ ଲଶ୍କର-ଇ-ତୋଇବା କମାଣ୍ଡର ହାଫିଜ ସୟିଦ ଏବଂ ଜାକିଉର୍‌ ହେରମନ ଲଖ୍‌ଭି ଏବେ ବି ମୁକୁଳାରେ ବୁଲୁଛନ୍ତି। ଭାରତ ଯଥେଷ୍ଟ ତଥ୍ୟ ପ୍ରମାଣ ଯୋଗାଇଥିଲେ ହେଁ ପାକିସ୍ତାନ ସରକାର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ତେଣୁ ୫୦ ପ୍ରତିଶତ ନ୍ୟାୟ ମିଳିଛି ବୋଲି ଉକ୍ତ ମାମଲା ଲଢ଼ିଥିବା ସ୍ବତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର ଉଜ୍ଜ୍ୱଲ ନିକମ କହିଛନ୍ତି। ସେମାନଙ୍କୁ ଆଇନର କାଠଗଡ଼ାକୁ ଆଣିଲେ ପୂର୍ଣ୍ଣ ନ୍ୟାୟ ମିଳିବ ବୋଲି ସେ ମତ ଦେଇଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନୂଆଦିଲ୍ଲୀ କିଛିଦିନ ପୂର୍ବରୁ ଇସ୍‌ଲାମାବାଦ ନିକଟରେ ଦାବି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri