ଆଇଏସ୍‌ଆଇ ମୁଖ୍ୟଙ୍କୁ ହଟାଇବାକୁ ଚାହୁଁଛି ପାକ୍‌ ସେନା

ଇସ୍‌ଲାମାବାଦ, ୨୩ା୯: ତାଲିବାନ୍‌ ସରକାରରେ ପାକିସ୍ତାନର ହସ୍ତକ୍ଷେପ ଯୋଗୁ ଆଫଗାନିସ୍ତାନରେ ଅସ୍ଥିରତା ଦେଖାଦେଇଛି। ତାଲିବାନ୍‌ ସରକାରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିବାକୁ ପାକ୍‌ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ମୁଖ୍ୟ ଫୈଜ ହମିଦ ଯୋଜନା ଚଳାଇଥିବାବେଳେ ସେନା ମୁଖ୍ୟ କମର ଜାଭେଦ ବାଜ୍‌ଓ୍ବାଙ୍କ ସହ ବିବାଦ ଉପୁଜିଛି। ଏପରି କି ହମିଦ୍‌ଙ୍କୁ ପଦରୁ ହଟାଇବାକୁ ବାଜଓ୍ବା ଚେଷ୍ଟା କରୁଥିବା ଗୋଇନ୍ଦା ବିଭାଗ ସୂତ୍ରରୁ ଜଣାପଡ଼ିଛି। ତେବେ ସ୍ପାଏ ଏଜେନ୍ସି ଉପରେ ହମିଦ୍‌ଙ୍କ ଅଧିକ ପ୍ରଭାବ ଯୋଗୁ ବାଜ୍‌ଓ୍ବାଙ୍କ ଉଦ୍ୟମ ସଫଳ ହୋଇପାରୁ ନାହିଁ।
ବର୍ଷ ଧରି ଆଇଏସ୍‌ଆଇ ତାଲିବାନୀଙ୍କୁ ଦାୟିତ୍ୱ ନେବା ସହ ସେମାନଙ୍କୁ ଆଫଗାନିସ୍ତାନ ମାଟିରେ ନିଜ ସ୍ବାର୍ଥ ପୂରଣ ଉଦ୍ଦେଶ୍ୟରେ ବ୍ୟବହାର କରିଆସିଛି। ଏବେ ତାଲିବାନ୍‌ ସେଠାରେ ସରକାର ଗଢ଼ିଥିବାବେଳେ ସେଠାକାର ନିଷ୍ପତ୍ତି ଉପରେ ପାକ୍‌ ସେନାର ପ୍ରଭାବ ରହୁ ବୋଲି ବାଜଓ୍ବା ଚାହୁଁଛନ୍ତି। କିନ୍ତୁ ହମିଦ୍‌ ତାହା କରାଇ ଦେଉ ନ ଥିବା ଜଣାପଡ଼ିଛି। ତାଲିବାନ୍‌ର ପ୍ରମୁଖ ନେତା ଓ ସଦସ୍ୟଙ୍କ ସହ ଆଇଏସ୍‌ଆଇର ସିଧାସଳଖ ଲିଙ୍କ୍‌ ରହିଛି। ଆଫଗାନିସ୍ତାନରେ ଆଇଏସ୍‌ଆଇର ପ୍ରମୁଖ ଲଢ଼ୁଆ ଏବଂ ରଣନୀତିକାର ମଧ୍ୟ ରହିଛନ୍ତି। ଆଫଗାନିସ୍ତାନକୁ ଆସୁଥିବା ଅର୍ଥ ଓ ସହାୟତାରେ ଆଇଏସ୍‌ଆଇ ନିଜର ଭାଗ ଚାହୁଁଛି। ସେପଟେ ବାଜଓ୍ବା ମଧ୍ୟ ସେଠାରେ ନିଜ ପ୍ରଭାବ ବଢ଼ାଇବାକୁ ଉଦ୍ୟମ କରୁଥିବାବେଳେ ହମିଦ୍‌ ତାଙ୍କୁ ରୋକୁଥିବା ଜଣାଯାଇଛି। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅନ୍ତର୍କନ୍ଦଳ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri