ଦୁର୍ବିସହ ହୋଇପଡ଼ୁଛି ଯନ୍ତ୍ରଣାସିକ୍ତ ଜୀବନ

ଖୋର୍ଦ୍ଧା ଅଫିସ,୧୬ା୩: ଦିନେ ତାଙ୍କ ପରିବାରରେ ହସଖୁସି ଥିଲା। ଝିଅ ଓ ପୁଅଙ୍କୁ ପାଠ ପଢାଇ ସେ ବଡ଼ ମଣିଷ କରିବେ ବୋଲି ସ୍ବପ୍ନ ଦେଖିଥିଲେ। ହେଲେ ଆଜି ସବୁ ସ୍ବପ୍ନ ଏକପ୍ରକାର ଉଜୁଡ଼ିଯାଇଛି। ଯନ୍ତ୍ରଣାସିକ୍ତ ଜୀବନ ତାଙ୍କ ପାଇଁ ଦୁର୍ବିଷହ ହୋଇପଡ଼ୁଛି। ସ୍ବାଭିମାନକୁ ନେଇ ବାଟ ଚାଲୁଥିବା ବ୍ୟକ୍ତିଟି ଆଜି ଦିବ୍ୟାଙ୍ଗ ପାଲଟିଯାଇଥିବାରୁ ଅନ୍ୟ ଉପରେ ନିର୍ଭରଶୀଳ। ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ବଡକୁମାରୀ ପଞ୍ଚାୟତ କୋରପଡ଼ା ଗ୍ରାମର ନରେଶ ପାଲଟାସିଂ। ଭଲ ଡ୍ରାଇଭର ହେବାକୁ ମନସ୍ଥ କରିଥିଲେ ସେ। ତେବେ ଏକ ସଡ଼କ ଦୁର୍ଘଟଣାରେ ନରେଶଙ୍କ ଦୁଇ ଗୋଡ଼ ଅଚଳ ହୋଇଗଲା। ହାତରେ ଗାଡ଼ିର ଷ୍ଟିୟରିଂ ପରିବର୍ତ୍ତେ ସବୁ ଦିନ ପାଇଁ ଦୁଇଟି ଆଶାବାଡ଼ି ତାଙ୍କର ସାହାରା ପାଲଟିଗଲା। ସ୍ତ୍ରୀ, ଗୋଟିଏ ପୁଅ ଓ ଗୋଟିଏ ଝିଅକୁ ତାଙ୍କ ନେଇ ପରିବାର। ଏହି ପରିବାର ପାଇଁ ସେ ଯନ୍ତ୍ରଣାକୁ ଭୁଲିବାକୁ ଚେଷ୍ଟା କରୁଛନ୍ତି। ଭାଙ୍ଗି ନ ପଡ଼ି ନିଜସ୍ବ ଉଦ୍ୟମରେ ଦୋକାନ କରି ଗୁଜରାଣ ମେଣ୍ଟାଉଛନ୍ତି। ତେବେ ଏତିକିରେ ସରିଯାଇନି ନରେଶଙ୍କ ଯନ୍ତ୍ରଣା। ସ୍ତ୍ରୀ ସୁମିତ୍ରା କର୍କଟ ରୋଗରେ ପୀଡ଼ିିତ। ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ଏଯାବତ ତାଙ୍କୁ ଆବାସ ଯୋଜନାରେ ଘର ମିଳି ନ ଥିବାବେଳେ ସରକାରୀ ସୁବିଧାରୁ ମଧ୍ୟ ବଞ୍ଚିତ। କେବଳ ଭଗବାନଙ୍କୁ ଭରସିଥିବାବେଳେ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି।

କହିବା ମୁତାବକ, ୨୦୦୫ରେ ଗାଡ଼ିି ଶିଖି ଭଲ ଡ୍ରାଇଭର ହେବା ଲକ୍ଷ୍ୟ ନେଇ ସେ ଘର ଛାଡ଼ି ପାରାଦୀପ ଚାଲିଯାଇଥିଲେ। ଏହାର କିଛି ଦିନ ପରେ କୁଜଙ୍ଗ ବଜାରରେ ଚାଲି ଚାଲି ରାସ୍ତା ପାର ହେଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଭ୍ୟାନ ତାଙ୍କୁ ଧକ୍କା ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚେତା ଫେରିବା ବେଳକୁ ସେ ନିଜକୁ କଟକ ଏସସିବି ମେଡିକାଲରେ ପାଇଥିଲେ। ସେତେବେଳକୁ ତାଙ୍କ ଗୋଡ଼ ଓ ମେରୁଦଣ୍ଡରେ ଗଭୀର ଆଘାତ ଯୋଗୁ ସେ ଏକ ପ୍ରକାର ପଙ୍ଗୁ ପାଲଟି ଯାଇଥିଲେ। ପରିବାର ଲୋକେ ଜମିବାଡି ବିକ୍ରି କରି ତାଙ୍କ ଚିକିତ୍ସା କଲେ। ଦୀର୍ଘ ୪ ମାସର ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ ବି ନିଜ ଗୋଡ଼ରେ ଠିଆ ହେବାକୁ ସକ୍ଷମ ହୋଇ ନ ଥିଲେ। ପରବର୍ତ୍ତୀ ସମୟରେ ଆଶାବାଡ଼ିି ଧରି ସେ ଧିରେ ଚାଲିବାକୁ ଆରମ୍ଭ କରିଥିଲେ। ଅନ୍ୟ ଉପରେ ବୋଝ ହେବା ଅପେକ୍ଷା ସେ ଘର ଆଗରେ ପରିବା ଦୋକାନ ଖୋଲିଲେ। ନରେଶଙ୍କ ୧୦ ବର୍ଷର ପୁଅ ୫ମ ଶ୍ରେଣୀ ଓ ୭ବର୍ଷର ଝିଅ ଦ୍ୱିତୀୟ ଶ୍ରେଣୀରେ ପଢୁଛି। ଦୁଇପିଲାଙ୍କୁ ପାଠ ପଢାଇ ଭଲ ମଣିଷ କରିବା ତାଙ୍କର ଇଚ୍ଛା। ସେହିପରି ସ୍ତ୍ରୀ ସୁମିତ୍ରାଙ୍କ ଦେହ ଦିନକୁ ଦିନ ଖରାପ ଆଡକୁ ଗତି କରିଥିଲା। ହଠାତ୍‌ ଦିନେ ଅଧିକ ଅସୁସ୍ଥତା କାରଣରୁ ମେଡିକାଲରେ ଚିକିତ୍ସା କରିବାରୁ ସେ କର୍କଟ ରୋଗରେ ପୀଡ଼ିତ ହୋଇଥିବା ଜାଣିବାକୁ ପାଇଥିଲେ। ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ଆର୍ଥିିକ ଅନଟନ ସତ୍ତ୍ୱେ ତାଙ୍କୁ କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନ୍‌ସର ହସ୍ପିଟାଲରେ ଚିକିତ୍ସା କରାଉଛନ୍ତି। ଏହି ଦମ୍ପତି ଦୁଃଖ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ପିଲା ଦ୍ୱୟଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲି ହୋଇଯାଉଛି। ସରକାରୀ ସହାୟତା ପାଇଁ ବାରମ୍ବାର ଦୌଡ଼ି ନିରାଶ ହେବା ପରେ ସେ ଏବେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ତାଙ୍କୁ ସହଯୋଗର ହାତ ବଢାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। କେହି ନରେଶଙ୍କୁ ସହାୟତା କରିବାକୁ ଚାହୁଁଥିଲେ ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କ ବୋଲଗଡ ଶାଖା, ସଞ୍ଚୟ ଖାତା ନଂ-୧୦୫୭୦୧୦୦୦୦୦୫୧୩୩/ ଆଇଏଫ୍‌ଏସ୍‌ସି ନଂ- ଆଇଓବିଏ ୦୦୦୧୦୫୭କୁ ସହାୟତା ରାଶି ପଠାଇ ପାରିବେ। ତାଙ୍କୁ ସହାୟତା ଯୋଗାଇଦେବାକୁ ସେ ଜନସାଧାରଣଙ୍କୁ କୋହଭରା କଣ୍ଠରେ ଆକୁଳ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri