ସ୍ବାଧୀନତା ସଂଗ୍ରାମରେ ପାଇକଙ୍କ ବୀରତ୍ୱ ଅତୁଳନୀୟ: ଉପମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା,୨୬।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ପ୍ରଶାସନ ଆନୁକୂଲ୍ୟରେ ଜିଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ସମାରୋହ ସ୍ଥାନୀୟ ବିଜେବି ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡରେ
ଅଭିବାଦନ ଗ୍ରହଣ କରିଥିଲେ।

ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ପରିଡ଼ା କହିଥିଲେ, ସ୍ବାଧୀନତା ସଂଗ୍ରାମରେ ପାଇକଙ୍କ ବୀରତ୍ୱ ଶୌର୍ଯ୍ୟ ଅତୁଳନୀୟ। ଏପରିକି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ସୁଭଦ୍ରା ଯୋଜନା ମହିଳାଙ୍କୁ ସଶକ୍ତିକରଣ କରିବ ବୋଲି ସେ କହିଥିଲେ।

ଅନ୍ୟପକ୍ଷେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶେଷରେ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀଛାତ୍ରଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ପରେ ମେଡିକାଲରେ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ବିଧାୟକ ପ୍ରଶାନ୍ତ ଜଗଦେବ, ଜିଲାପାଳ ଅମ୍ରିତ ଋତୁରାଜ, ଏସ୍‌ପି ବିବେକାନନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରରେ ରକ୍ତଛିଟା: ଭିତର କାଠ ଦର୍ଶନ ବିଳମ୍ବ

ପୁରୀ,୧୩।୩: ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ। ରକ୍ତଛିଟା ପଡ଼ିଥିବାରୁ ଶ୍ରୀମନ୍ଦିରରେ ହେଲା ବଡ଼ ମହାସ୍ନାନ। ଗର୍ଭଗୃହ ଭିତର ପାହାଚ ପାଖରେ ରକ୍ତଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା। ମହାପ୍ରସାଦ ଆଣିବା…

ଗର୍ଭବତୀ ଅଛନ୍ତି କି ନୀନା ଗୁପ୍ତା: ନିଜେ ମୁହଁ ଖୋଲିଲେ

ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। କିଏ କିଏ କହୁଛନ୍ତି ସେ କୁଆଡ଼େ ଗର୍ଭବତୀ ଅଛନ୍ତି। ଏସବୁ ଚର୍ଚ୍ଚା ମଧ୍ୟରେ ନୀନା ମୁହଁ ଖୋଲିଛନ୍ତି।…

ଦିଲ୍ଲୀର ପୁନରାବୃତ୍ତି ଓଡ଼ିଶା ନ ହେଉ: ମିଳିମିଶି…

ଭଞ୍ଜନଗର, ୧୩।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଗାଲେରୀ ରେଞ୍ଜରେ ଶୁକ୍ରବାର ବନାଗ୍ନି ପ୍ରଶମନ ଓ ପରିଚାଳନା ନିମନ୍ତେ ଏକ ସଚେତନତା ସଭା ହୋଇଥିଲା।…

କ୍ରିକେଟ ଟୁର୍ନାମେଣ୍ଟ: ଧରାକୋଟ ଟିମ୍‌ ଚାମ୍ପିୟନ

ଧରାକୋଟ,୧୩ା୩(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ସୋରଡା ଋଷିକୁଲ୍ୟା କ୍ରିକେଟ କ୍ଲବ ପକ୍ଷରୁ ଶଶିଭୂଷଣ ମିନି ଷ୍ଟାଡିୟମରେ ଚାଲିଥିବା ୧୬ତମ ଋଷିକୁଲ୍ୟା କ୍ରିକେଟ ଟର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ…

କଂଗ୍ରେସ ବିଧାୟକ ବେଙ୍ଗାଲୁରୁରେ ଥିବା ସ୍ପଷ୍ଟ କଲେ ଶିବକୁମାର

ବେଙ୍ଗାଲୁରୁ,୧୩।୩: ଓଡ଼ିଶା କଂଗ୍ରେସର ୮ଜଣ ବିଧାୟକ ବେଙ୍ଗାଲୁରୁରେ ଥିବା ସ୍ପଷ୍ଟ କରିଛନ୍ତି କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର। ଏହି ଅବସରରେ ଶିବକୁମାର ପ୍ରତିକ୍ରିୟା ଦେଇ କହିଛନ୍ତି, ଘୋଡ଼ା…

କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ

ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍‌ କରି…

ନ୍ୟାୟ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ଉନ୍ମତ୍ତକାଣ୍ଡ: ତହସିଲଦାରଙ୍କ ଗାଡ଼ି ଭାଙ୍ଗିଲେ, ପୋଲିସକୁ ମରଣାନ୍ତକ ଆକ୍ରମଣ

ବାରିପଦା,୧୩ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବହଳଦା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଅସଦାଚରଣକୁ ନେଇ ଅଭାବନୀୟ ଘଟଣା ଘଟିଛି। ଅଞ୍ଚଳବାସୀ ନ୍ୟାୟ ଦାବିରେ ଜାତୀୟ ରାଜପଥ…

‘IPL ଖେଳିବା ଛାଡିଦେବେ…’,ଧୋନିଙ୍କ ଅବସରକୁ ନେଇ ବଡ଼ ଭବିଷ୍ୟବାଣୀ, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୩।୩: ୨୦୨୬ IPL ସିଜିନ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ (ଆରସିବି ବନାମ ଏସଆରଏଚ) ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri