Posted inଖେଳ

ମହିଳା ଚେସ୍‌ ବିଶ୍ୱକପ୍‌ରେ ଭାଗନେବେ ପଦ୍ମିନୀ

ଭୁବନେଶ୍ୱର, ୨୨।୫(କ୍ରୀଡ଼ା ପ୍ରତିନିଧି)-
କରୋନାର କଷଣ ମଧ୍ୟରେ ରାଜ୍ୟ ଚେସ୍‌ ପାଇଁ ଆସିଛି ଏକ ଖୁସି ଖବର। ଓଡ଼ିଶା ଚେସ୍‌ ଆଇକନ ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍‌) ପଦ୍ମିନୀ ରାଉତ ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ରେ ଅଂଶଗ୍ରହଣ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଫିଡେ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ ତଥ୍ୟ ଅନୁସାରେ ୨୦୧୮ରେ ଏସିଆନ ମହିଳା ଚାମ୍ପିୟନ ଭାବେ ପଦ୍ମିନୀ ଆଗାମୀ ବିଶ୍ୱକପ୍‌ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଫିଡେ ମହିଳା ବିଶ୍ୱକପ୍‌ ୨୦୨୧ ରୁଷିଆର ସୋଚିଠାରେ ଜୁଲାଇ ୧୦ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଥିବା ଅନ୍ୟ ଭାରତୀୟ ଖେଳାଳିମାନେ ହେଲେ ଗ୍ରାଣ୍ଡମାଷ୍ଟର (ଜିଏମ୍‌) କୋନେରୁ ହମ୍ପି, ଜିଏମ୍‌ ହାରିକା ଦ୍ରୋଣାଭାଲି ଓ ଆଇଏମ୍‌ ଭକ୍ତି କୁଲକର୍ନୀ।
୧୯୯୪ ଜାନୁୟାରୀ ୫ରେ ଜନ୍ମିତ ପଦ୍ମିନୀ ଚେସ୍‌ ଜଗତରେ ଏକ ପରିଚିତ ନାମ। ୨୦୦୩ରୁ ସେ ଏ ପର୍ଯ୍ୟନ୍ତ ଚେସ୍‌ରେ ସକ୍ରିୟ ରହି ଅନେକ ସୁନାମ ସାଉଁଟିଛନ୍ତି। ୨୦୦୫ରେ ପ୍ରଥମ ଜାତୀୟ ଟାଇଟଲ(୧୧ ବର୍ଷରୁ କମ୍‌ ବାଳିକା, ନାଗପୁର) ସ୍ବାଦ ଚାଖିଥିବା ପଦ୍ମିନୀ ୨୦୦୬ରେ ଉଭୟ ୧୩ ବର୍ଷରୁ କମ୍‌ ବାଳିକା ଏବଂ ୧୨ ବର୍ଷରୁ କମ୍‌ ବାଳିକା ଏସିଆନ ଚାମ୍ପିୟନ ହୋଇଥିଲେ। ୨୦୦୮ରେ ସେ ଉଭୟ ୧୪ ବର୍ଷରୁ କମ୍‌ ଏସିଆନ ଏବଂ ଓ୍ବାଲର୍‌ଡ ୟୁଥ୍‌ ଚେସ୍‌ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିଥିଲେ। ଏହାର ପରବର୍ଷ ସେ ଏସିଆନ ଜୁନିୟର (୨୦ ବର୍ଷରୁ କମ୍‌) ବାଳିକା ଚାମ୍ପିୟନଶିପ୍‌ରେ ସେ ପ୍ରଥମସ୍ଥାନ ଅଧିକାର କରିଥିଲେ। ୨୦୧୦ରେ ଜାତୀୟ ଜୁନିୟର ବାଳିକା (୧୯ ବର୍ଷରୁ କମ୍‌) ଚାମ୍ପିୟନ ହେବା ସହ ଉଭୟ ଏସିଆନ ଏବଂ ବିଶ୍ୱ ଜୁନିୟର ବାଳିକା ଚେସ୍‌ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ବିଜୟିନୀ ହୋଇଥିଲେ। ୨୦୧୧ ଏସିଆନ ମହିଳା ଚେସ୍‌ ଚାମ୍ପିୟନଶିପ୍‌ରେ ସେ ରୌପ୍ୟ ପଦକ ଜିତିଥିବା ଭିଏତନାମ୍‌ର ଫାମ୍‌ ଲି ଥାଓ ଏନ୍‌ଗୁଏନଙ୍କ ସମକକ୍ଷ ୬ ପଏଣ୍ଟ ପାଇଥିଲେ ହେଁ ୬ଷ୍ଠ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ। ତେବେ ୨୦୧୮ରେ ୯ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ୭ ପଏଣ୍ଟ ହାସଲ କରି ଚାମ୍ପିୟନ ହୋଇଥିଲେ। ୨୦୧୪ରେ ସେ ୪୧ତମ ଜାତୀୟ ମହିଳା ପ୍ରିମିୟର ଚେସ୍‌ ଚାମ୍ପିୟନଶିପ୍‌ରେ ଟାଇଟଲ ଜିତିଥିଲେ। ୨୦୧୫, ୨୦୧୬ ଓ ୨୦୧୭ରେ ସେ ଏହି ଟାଇଟଲ ବଜାୟ ରଖିଥିଲେ। ଏହା ବ୍ୟତୀତ ୨୦୧୫ରେ ସେ ରାଜ୍ୟଗୋଷ୍ଠୀ ଚେସ୍‌ ଟାଇଟଲ ହାସଲ କରିଥିଲେ। ପ୍ରଦର୍ଶନକୁ ଭିତ୍ତିକରି ପଦ୍ମିନୀ ମହିଳା ଚେସ୍‌ ଅଲିମ୍ପିଆଡ, ମହିଳା ବିଶ୍ୱ ଟିମ୍‌ ଚେସ୍‌ ଚାମ୍ପିୟନଶିପ୍‌ ଏବଂ ମହିଳା ଏସିଆନ ଟିମ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି। ୨୦୧୪ରେ ସେ ନରଓ୍ବେରେ ଅନୁଷ୍ଠିତ ମହିଳା ଚେସ୍‌ ଅଲିମ୍ପିଆଡ୍‌ର ରିଜର୍ଭ ବୋର୍ଡରେ ବ୍ୟକ୍ତିଗତ ସ୍ବର୍ଣ୍ଣ ପଦକ ଜିତିଥିଲେ। ପ୍ରଥମ ଭାରତୀୟ ଭାବେ ସେ ଚେସ୍‌ ଅଲିମ୍ପିଆଡ୍‌ରେ ସ୍ବର୍ଣ୍ଣ ପଦକ ଜିତିବାର ଗୌରବ ଅର୍ଜନ କରିଥିଲେ। ଏହାପରେ ୨୦୧୬ରେ ବାକୁ, ଆଜରବୈଜାନ ଏବଂ ୨୦୧୮ରେ ଜର୍ଜିଆର ବାଟୁମିରେ ଅନୁଷ୍ଠିତ ଚେସ୍‌ ଅଲିମ୍ପିଆଡ୍‌ରେ ଭାରତୀୟ ଦଳର ସଦସ୍ୟା ରହି ଆସିଛନ୍ତି।
ଖେଳ ପ୍ରତି ପ୍ରତିଶ୍ରୁତିବଦ୍ଧତା ପାଇଁ ସେ ୨୦୦୭ରେ ମହିଳା ଗ୍ରାଣ୍ଡମାଷ୍ଟର (ଡବ୍ଲ୍ୟୁଜିଏମ୍‌) ଏବଂ ୨୦୧୫ରେ ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍‌) ଟାଇଟଲ ହାସଲ କରିଥିଲେ। ଏସ୍‌ଆର୍‌ ଚେସ୍‌ ସେଣ୍ଟରରେ ସତ୍ୟରଞ୍ଜନ ପଟ୍ଟନାୟକଙ୍କଠାରୁ କୋଚିଂ ନେଇ ସେ ଚେସ୍‌ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ନୀରଜ କୁମାର ମିଶ୍ର, ଶେଖର ଚନ୍ଦ୍ର ସାହୁ, ୟୁକ୍ରେନ ଗ୍ରାଣ୍ଡମାଷ୍ଟର ଜର୍ଜି ଟିମୋଶ୍ଚେଙ୍କୋ ଆଦି କୋଚ୍‌ଙ୍କଠାରୁ ପ୍ରଶିକ୍ଷଣ ନେଇଥିଲେ। ସମ୍ପ୍ରତି ୨୩୭୦ ରେଟିଂରେ ଥିବା ପଦ୍ମିନୀ କ୍ୟାରିୟରରେ ଗୋଟିଏ ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରି ସାରିଛନ୍ତି। ଫଳରେ ଦେବାଶିଷ ଦାସ (୨୫୦୧) ଏବଂ ସ୍ବୟମ୍ସ ମିଶ୍ର(୨୪୮୯)ଙ୍କ ପରେ ସେ ରାଜ୍ୟର ତୃତୀୟ ଗ୍ରାଣ୍ଡମାଷ୍ଟର ହେବା ଆଶା ଉଜ୍ଜୀବିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମେଲବୋର୍ନ ପିଚ୍‌କୁ ନେଇ ବଢିଲା ଅସନ୍ତୋଷ: ମିଳିଲା ଡିମେରିଟ୍‌ ପଏଣ୍ଟ

ଦୁବାଇ, ୨୯ା୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚତୁର୍ଥ ଆଶେସ ଟେଷ୍ଟ ଖେଳାଯାଇଥିବା ମେଲବୋର୍ନ ପିଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ ପଦକ୍ଷେପ...

ଟି୨୦ ବୋଲିଂରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୧୨: ଭୂଟାନ ସ୍ପିନର ସୋନମ ୟେଶେ ଏକ ଅନ୍ତର୍ଜାତୀୟ ପୁରୁଷ ଟି୨୦ କ୍ରିକେଟ ମ୍ୟାଚରେ ୮ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ଗୌରବ...

ମୁଖ୍ୟ ପ୍ରଶିକ୍ଷକ ପଦରୁ ବିଦା ହେବେ ଗମ୍ଭୀର! BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୨୯।୧୨: ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗୌତମ ଗମ୍ଭୀରଙ୍କୁ ହଟାଇବା ନେଇ ଗୁଜବ ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ...

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

୨୦୨୬ରେ ଆସୁଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଖୁସିଖବର: ଟିମ ଇଣ୍ଡିଆରେ…

ନୂଆଦିଲ୍ଲୀ,୨୯।୧୨: ଟି-୨୦ କ୍ରିକେଟରେ ଟିମ ଇଣ୍ଡିଆର ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରହିଛି। ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ୱ ଗ୍ରହଣ କରିବା ପରଠାରୁ, ଭାରତୀୟ ଦଳ ଏହି ଫର୍ମାଟରେ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri