ପାଣି ନିଷ୍କାସନ ନାଳ ଜବରଦଖଲ

ପଦ୍ମପୁର,୨।୯(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ପଞ୍ଚାୟତ ବଡ଼କପାଗଡ଼ିଆ ଛକଠାରୁ କଞ୍ଚୁଡ଼ି ନଦୀ ପର୍ଯ୍ୟନ୍ତ ମୁଖ୍ୟରାସ୍ତାର ଦକ୍ଷିଣ ପାର୍ଶ୍ୱରେ ଏକ ପାଣି ନିଷ୍କାସନ ନାଳକୁ ଜବରଦଖଲ କରାଯାଇଛି। କେତେଜଣ ବ୍ୟକ୍ତି ଜବରଦଖଲ କରି ନାଳ ପୋତି ନିଜର ବବ୍ୟକ୍ତିଗତ ସ୍ବାର୍ଥ ସାଧନ କରୁଛନ୍ତି। ଏପରିକି ବିଭିନ୍ନ ପ୍ରକାର ନିର୍ମାଣ କାମ କରି ଚାଲିଥିବା ଅଭିଯୋଗ ହେଉଛି। ନାଳର ଆରମ୍ଭ ସ୍ଥାନ ଓ ମଧ୍ୟସ୍ଥଳ ନାଳର ଶେଷ ସ୍ଥାନ (ପଦ୍ମପୁର-ବିରସ ରାସ୍ତାର ପଦ୍ମପୁର ଛକ ତ୍ରିଛକିଠାରେ ଏକ କଲଭର୍ଟ ମୁହଁରେ ମାଟି ପକାଇ ଏବଂ ନିର୍ମାଣ କାର୍ଯ୍ୟ କରି ସମ୍ପୂର୍ଣ୍ଣ ଭାବେ ଆବଦ୍ଧ କରାଯାଇଥିବାରୁ ନାଳରେ ବର୍ଷାପାଣି ନିଷ୍କାସନ ହୋଇ ନ ପାରି ୨ଟି ସ୍କୁଲ ସର୍ତ୍ତରପୁର ପ୍ରାଥମିକ ଓ ପଦ୍ମପୁର ମାଳତୀଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର, ରାସ୍ତା ଓ ୭ ଗାଁ ସବୁବେଳେ ଜଳମଗ୍ନ ହୋଇ ରହୁଛି। ଫଳରେ ସ୍କୁଲ ପିଲା ଏବଂ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଗାଁ ଗଣ୍ଡାର ଖଳାବାଡ଼ି, ରାସ୍ତା ମଧ୍ୟ ପାଣିରେ ବୁଡ଼ି ଯାଉଛି। ଏଣୁ ସରକାରୀ ଭାବେ ମାପଚୁପ କରାଯାଇ ନାଳର ପୁନରୁଦ୍ଧାର, ପକାଯାଇଥିବା ମାଟି ଉଠାଣ ଏବଂ ବେଆଇନ ନିର୍ମାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି। ତହସିଲଦାର, ଆର୍‌ଆଇ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବହୁବାର ଲିଖିତ ଭାବେ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ତୁରନ୍ତ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବେ ବୋଲି ପୂର୍ବତନ ସରପଞ୍ଚ ସଞ୍ଜୀବ କୁମାର ନାୟକଙ୍କ ସମେତ ପଞ୍ଚାୟତବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ: କଳସ ଯାତ୍ରାରେ ସାମିଲ ହେଲେ ବିଧାୟକ, ଆସନ୍ତା ୨୦ରେ ହେବ…

ଗଞ୍ଜାମ,୯।୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଳକ ହୁମା ପଞ୍ଚାୟତ ଅନ୍ତର୍ଗତ ବୋରିଗାଁସ୍ଥିତ ରାଣୀବର ପାହାଡ଼ଠାରେ ଅବସ୍ଥିତ ବାବା ଝାଡେଶ୍ୱର ମନ୍ଦିର ଠାରେ ଦୀର୍ଘ ୧୧ ଦିନ ବ୍ୟାପି…

ବରଡୋଲ ଜୈନ ପୋଲି ଫେଵରେ ନିଆଁ: ସାରା ଅଞ୍ଚଳ ଧୂଆଁମୟ

ବରଗଡ଼,୯।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଜୈନ ପୋଲି ଫେବ୍ ବସ୍ତା ଫ୍ୟାକ୍ଟ୍ରିରେ ସୋମବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଫ୍ୟାକ୍ରିର ବିଭିନ୍ନ ସାମଗ୍ରୀ ନଷ୍ଟ…

ଧରିତ୍ରୀ ପ୍ରଭାବ: ତତ୍ପରତା ଦେଖାଇଲା ବିଦ୍ୟୁତ ବିଭାଗ

ଦାରିଙ୍ଗବାଡି, ୯।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହାଠାରୁ ତେରବାଡିକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଉପରେ ବିଦ୍ୟୁତ ତାର…

ଅସମ୍ମାନ ! ଡାଇନିଂ ଟେବୁଲରେ ବସିଲେ, ଚପଲ ପିନ୍ଧି ମହାପ୍ରସାଦ ଖାଇଲେ

ପୁରୀ୯।୨( ଅଜିତ୍ କୁମାର ମହାନ୍ତି ): ପୁଣି ମହାପ୍ରସାଦକୁ ଅପମାନ । ଡାଇନିଂ ଟେବୁଲରେ ଚପଲ ପିନ୍ଧି ବସି ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର, ଏତିକି ବୃଦ୍ଧି ପାଇବ DA!

ନୂଆଦିଲ୍ଲୀ,୯।୨: ହୋଲି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ କିଛି ଆଶ୍ୱସ୍ତି ପାଇପାରନ୍ତି। ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ (DR) ୨% ବୃଦ୍ଧି…

ଏବେଠୁ ଘାରିଲାଣି ଜଙ୍ଗଲ ନିଆଁ ନିୟନ୍ତ୍ରଣ ଚିନ୍ତା: ଘୁମୁସର ଉତ୍ତର ବନଖଣ୍ଡରେ…

ଭଞ୍ଜନଗର,୯।୨(ବାବୁଲା ପ୍ରଧାନ )-ରାଜ୍ୟର କେତେକ ବନଖଣ୍ଡରେ ବର୍ତ୍ତମାନ ଜଙ୍ଗଲ ନିଆଁ ଲାଗିଲାଣି। ଆଗକୁ ଅନ୍ୟ ବନଖଣ୍ଡ ଗୁଡ଼ିକରେ ମଧ୍ୟ ନିଆଁ ଲାଗିବା ସମ୍ଭାବନା ରହିଛି। ଏହାପୂର୍ବରୁ ରାଜ୍ୟ…

ନବୀନଙ୍କୁ କଡ୍ଡା କାଉଣ୍ଟର କଲେ ବାବୁ , ଲୋକହସା କଥା କହି…

ଭୁବନେଶ୍ୱର,୯।୨: ରାଜ୍ୟରେ କୃଷକଙ୍କ ସମସ୍ୟା ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ  ଚିଠି ଲେଖିଛନ୍ତି । ଏ ନେଇ ବାବୁ ସିଂ…

ତତ୍‌କ୍ଷଣାତ ୨୦ ସମସ୍ୟାର ସମାଧାନ କଲେ ଅତିରିକ୍ତ ଜିଲା ନିର୍ବାହୀ ଅଧିକାରୀ

ପୁରୁଷୋତ୍ତମପୁର,୯।୨ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କେଏନପୁର ପଞ୍ଚାୟତରେ ଜନଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri