ପଦ୍ମପୁର ଉପନିର୍ବାଚନ: ସନ୍ଧ୍ୟା ୬ଟା ସୁଦ୍ଧା ୮୦.୫ ପ୍ରତିଶତ ମତଦାନ

ବରଗଡ ଅଫିସ, ୫।୧୨: ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ୩୧୯ଟି ବୁଥ୍‌ରେ ଭୋଟ ଗ୍ରହଣ କରାଯାଉଛି। ତେବେ ସନ୍ଧ୍ୟା ୬ଟା ସୁଦ୍ଧା ୮୦.୫ ପ୍ରତିଶତ ମତଦାନ ହୋଇଥିବା ନେଇ ବରଗଡ ଜିଲାପାଳ ମନୀଷା ବାନାର୍ଜୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବର୍ତ୍ତମାନ ଆଉ ୭୧ ବୁଥ୍‌ରେ ଭୋଟ ଗ୍ରହଣ ଚାଲିଛି।