ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ପରଲୋକ

କଟକ ଅଫିସ,୨୪।୪: ବିଶିଷ୍ଟ ସାହିତି୍ୟକା ତଥା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ରବିବାର ରାତି ପ୍ରାୟ ୯ଟାରେ ତାଙ୍କ କଟକସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ସାହିତି୍ୟକା ବୀଣାପାଣି ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶାରଳା ସମ୍ମାନରେ ସମ୍ମାନିତ ହୋଇଥିଲେ। ତାଙ୍କ ରଚିତ ପୁସ୍ତକ ପାଟଦେଈ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ ପାଇଁ ସେ ଖ୍ୟାତି ଅର୍ଜନ କରିଥିଲେ। ବୀଣାପାଣିଙ୍କ ବିୟୋଗରେ ସାହିତି୍ୟକ ଏବଂ ବୁଦ୍ଧିଜୀବୀ ମହଲରେ ଶୋକର ଛାୟା ଖେଳିଯାଇଛି।