ବାଲୁକାକଳାରେ ମୋଦିଙ୍କୁ ସ୍ବାଗତ କଲେ ସୁଦର୍ଶନ

ପୁରୀ ଅଫିସ,୧୨।୬: ଆଜିଠାରୁ ରାଜ୍ୟରେ ଭାଜପା ସରକାର। ଅପରାହ୍ନରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିବେ। ଏହାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ବେଳେ ଭୁବନେଶ୍ୱରକୁ ଅତିଥିମାନଙ୍କ ଆଗମନ ବଢ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ବେଳେ ବାଲୁକାକଳାରେ ତାଙ୍କୁ ସ୍ବାଗତ ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଓଡ଼ିଶା ପାଇଁ ଆଜି ଏକ ଐତିହାସିକ ଦିନ ବୋଲି ସୁଦର୍ଶନ ଲେଖିଥିବା ଦେଖାଯାଉଛି। ଏହାର କିଛି ଫଟୋ ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି।

ଦେଖନ୍ତୁ ଟୁଇଟ୍‌

Share
Tags: odisha