Posted inଫୁରସତ

ପଦ୍ମଶ୍ରୀ ବଟକୃଷ୍ଣ

ଚାକିରି ସହିତ ବଳକା ସମୟରେ ଗାଁରେ ରହି କିପରି ଭଲ ରୋଜଗାର ହୋଇପାରିବ ଏଥିପାଇଁ ସେ ଚିନ୍ତା କରୁଥିଲେ। ଏମିତି କିଛି ଯୋଜନା ହୋଇପାରିବ ଯେଉଁଥିରେ କି ନିଜ ପରିବାର ସହିତ ଅନ୍ୟମାନଙ୍କ ପାଇଁ ରୋଜଗାରର ମାଧ୍ୟମ ହୋଇପାରିବେ । ଏଥିପାଇଁ ସେ ଏକ ଖିଆଲ ପଣରୁ ଆରମ୍ଭ କରିଥିଲେ ମାଛ ଚାଷ। କେବଳ ମାଛ ଚାଷ କରୁ ନ ଥିଲେ ଦୀର୍ଘ ୪ ଦଶନ୍ଧି ଧରି ମାଗଣାରେ ମାଛଚାଷ ସମ୍ପର୍କରେ ସେ ଅନେକଙ୍କୁ ତାଲିମ ପ୍ରଦାନକରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିିଛନ୍ତି। ଏଥିପାଇଁ ତାଙ୍କୁ ମିଳିଛି ଦେଶର ସମ୍ମାନଜନକ ପଦ୍ମଶ୍ରୀ ଉପାଧି। ସେ ହେଲେ ବଟକୃଷ୍ଣ ସାହୁ, ଜନ୍ମ ୧୯ା୧ା୧୯୫୨ମସିହାରେ। ପିତା ଭଜନୀ ସାହୁ, ମା’ ରାଜଲକ୍ଷ୍ମୀ। ଘର ଖୋର୍ଦ୍ଧା ଜିଲାର ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସରକଣା ଗ୍ରାମରେ। ସେ କୁହନ୍ତି ସେତେବେଳେ ଭିଙ୍ଗାରପୁର ଶ୍ରୀବକ୍ରେଶ୍ୱର ହାଇସ୍କୁଲରେ ଏକାଦଶ ପାସ୍‌ କରିଥିଲି। ଏହାପରେ ବିଜେବିରେ ବିଏ ଯାଏ ପଢ଼ିଲି। ୧୯୭୬ମସିହାରେ ପବ୍ଳିକ ସର୍ଭିସ କମିଶନ ପରୀକ୍ଷାରେ ପାସ କରିଥିଲି। ଏଥିଯୋଗୁ ସଚିବାଳୟର ଅର୍ଥ ବିଭାଗରେ ନିଯୁକ୍ତି ପାଇଲି। ଭୁବନେଶ୍ୱରରୁ ଥରେ ଗାଁକୁ ଆସିଥାଏ। ସେଦିନ ଆମ ଗାଁ ପୋଖରୀରୁ ମାଛ ଧରାଯାଇ ପୋଖରୀ ନିକଟରେ ମାଛବିକ୍ରି ହେଉଥିଲା। ଖୁସିରେ ସେଠାକୁ ମାଛ କିଣିବାକୁ ଯାଇଥିଲି। ହେଲେ ପୋଖରୀ ମାଛ ସରିଯାଇଥିଲା। ଫଳରେ ସେଦିନ ଗାଁ ପୋଖରୀର ମାଛ ଖାଇବା ଅବସୋସ ରହିଯାଇଥିଲା। ତା’ ପରେ ଚିନ୍ତାକଲି, ଆସନ୍ତା ବର୍ଷରୁ କିପରି ସେହି ପୋଖରୀକୁ ନିଲାମ ନେବି। ଏଥିପାଇଁ ତା’ପରବର୍ଷ ମୋର ଜଣେ ବନ୍ଧୁଙ୍କ ସହ ମିଶି ପ୍ରାୟ ୩ବର୍ଷ ପାଇଁ ଅଧିକ ଟଙ୍କାରେ ସେହି ପୋଖରୀକୁ ନିଲାମ ନେଇଥିଲୁ। ଏଥିପାଇଁ ପ୍ରାୟ ୧୨ହଜାର ଟଙ୍କା ଗ୍ରାମପଞ୍ଚାୟତକୁ ଦେବାକୁ ପଡ଼ିଥିଲା। ନିଲାମ ସିନା ନେଇଗଲୁ ହେଲେ ମାଛଚାଷ କିପରି ହେବ, ମୂଳଟଙ୍କା କିପରି ପାଇପାରିବୁ ଏମିତି ନାନା କଥାରେ ଚିନ୍ତାଘାରିଲା। ଏଥିପାଇଁ (ସିଫା )ମଧୁରଜଳ ମତ୍ସ୍ୟ ଚାଷ ଗବେଷଣା କେନ୍ଦ୍ରରୁ ମାଛଚାଷ ସମ୍ପର୍କରେ ପରାମର୍ଶ ନେଲୁ। ପୁଣି ସେହି ପୋଖରୀରେ ମାଛଚାଷ ବାବଦକୁ ଆହୁରି ୧୨ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ପ୍ରଥମ ବର୍ଷର ମାଛଚାଷରେ ଖର୍ଚ୍ଚ ହୋଇଥିବା ସମସ୍ତ ମୂଳଟଙ୍କାକୁ ମାଛବିକ୍ରିରୁ ପାଇଲୁ। ତା’ ପରେ ମିଆଦ ଥିବା ଆଉ ଦୁଇ ବର୍ଷ ମଧ୍ୟରେ ମାଛଚାଷ କରି ଭଲ ଲାଭବାନ ହୋଇପାରିଥିଲୁ। ପରେ ମାଛ ଯାଅଁାଳ ଚାଷ ପାଇଁ ମନବଳାଇଥିଲୁ। ସମୟକ୍ରମେ ଗାଁର କିଛି ଜାଗାକୁ କିଣି ୪ଟି ପୋଖରୀ କରିଥିଲୁ ଏବଂ ଅଧିକ ପରିମାଣର ଯାଅଁାଳ ଉତ୍ପାଦନ ଯୋଗୁ ଭଲ ଲାଭବାନ ହେଲୁ। ଏ ଭିତରେ ମୋର ଚାକିରି ସହିତ ମାଛଚାଷ ବି ଚାଲିଥାଏ। ମୋର ସହଯୋଗୀ ବନ୍ଧୁ ନୃସିଂହ ଚରଣ ପଣ୍ଡା ଏଥିରେ ବୁଝାଶୁଝା କରୁଥାନ୍ତି। କେବିଏସ ଖୋର୍ଦ୍ଧା ସିଫାର ଜଣେ ମତ୍ସ୍ୟ ଗବେଷକଙ୍କଠାରୁ ପରାମର୍ଶ ନେଇ ସରକାରଙ୍କ ମତ୍ସ୍ୟଚାଷ ବିଭାଗ ତରଫରୁ କିଛି ଆର୍ଥତ୍କ ଅନୁଦାନ ପାଇଥିଲୁ। ପରେ ୧୯୮୯/୯୦ରେ ୨ଏକର ଧାନ ଚାଷ ଜମିକୁ ଫିସ୍‌ଫାର୍ମ ଡେଭଲପମେଣ୍ଟ ଯୋଜନାରେ ପ୍ରାୟ ୨୫ହଜାର ଟଙ୍କା ଋଣ ଆଣି ୫ଟି ପୋଖରୀ ଖୋଳିଥିଲି। ଏଥିରେ ଯାଅଁାଳ ଚାଷ କରିଲୁ । କିନ୍ତୁ ଗାଁ ପାଖରେ ରହିଥିବା ୪ ଏକର ପୈତୃକ ଜମିକୁ ବଦଳକରି ତା’ ବଦଳରେ ଗାଁଠାରୁ ଦୂରରେ ରହିଥିବା କିଛି ଜମିକୁ ରଖିଲୁ। ପ୍ରାୟ ୭ ଗୁଣ୍ଠ ଜାଗାର ପରୀସିମାରେ ଏକ ଛୋଟ ପୋଖରୀ କରି ଏଠାରେ ପ୍ରଥମେ ଚାଇନା ରୋହି ଯାଅଁାଳ ଛାଡ଼ିଥିଲୁ। ମାଛର ଡିମ୍ବ ସହ ବିଭିନ୍ନ ଉପକରଣ ଆଣିଲୁ, ମାଛକୁ ଇଞ୍ଜେକ୍ସନ ଦେଲୁ। ଏଠାରେ ସୃଷ୍ଟି ହେଉଥିବା ମାଛ ଯାଅଁାଳ ଚାହିଦା ଧୀରେ ଧୀରେ ବଢ଼ିଲା। ଅନ୍ୟପକ୍ଷେ ବଡ଼ ବର୍ଷା ହେଲେ ପାଣି ବଢି ହାପାର କନାକୁ କଙ୍କଡ଼ା ଓ ଚିଙ୍ଗୁଡ଼ି କାଟି କ୍ଷତି କରିବାର ଅଧିକ ଆଶଙ୍କା ରହିଥାଏ। ଏଥିପାଇଁ ସିଫାର ମତ୍ସ୍ୟଚାଷ ଗବେଷକମାନଙ୍କ ସାହାଯ୍ୟ ନେଲୁ। ଆଉ ସିଫାରୁ ତାଲିମ ବି ନେଲି। ୧୯୯୫ମସିହାରୁ ହାଚେରି ପାଇଁ ୧ଲକ୍ଷ ୬୦ହଜାର ଟଙ୍କା ଋଣ ଆଣି ସେଥିରେ ଖର୍ଚ୍ଚକରି କେତୋଟି କୁଣ୍ଡ ତିଆରି କରିବା ସହିତ ୧୦ଟି ପୋଖରୀ ଖୋଳିଥିଲୁ। ସେଥିରେ ପ୍ରାୟ ୪ରୁ୫ କୋଟି ଯାଅଁାଳ ଉତ୍ପାଦିତ ହୋଇପାରିଲା। ଏହାପରେ ଅନ୍ୟ ପୋଖରୀରେ ପ୍ରାୟ ୨୦କୋଟି ଯାଅଁାଳ ଉତ୍ପାଦନ ହୋଇପାରିଲା। ମାଛଚାଷରୁ ବର୍ଷକୁ ପ୍ରାୟ ୧୫ରୁ ୨୦ଲକ୍ଷ ଟଙ୍କା ଲାଭବାନ ହୋଇପାରୁଛୁ। ସରକଣା ଓ ଲୁଣାମୌଜାରେ ଆମର ପ୍ରାୟ ୧୬ଟି ପୋଖରୀ ଅଛି। ହାଚେରିରେ ପ୍ରାୟ ୧୫ଜଣ ଶ୍ରମିକ କାମ କରି ସେମାନେ ନିଜର ପରିବାର ପ୍ରତିପୋଷଣ କରିପାରୁଛନ୍ତି। ମୋର ୩ପୁଅ ଏବଂ ମୋର ସହଯୋଗୀ ନୃସିଂହ ପଣ୍ଡାଙ୍କର ୨ପୁଅ ମାଛଚାଷ ପାଇଁ କାମକରିବା ସହିତ ମତେ ସହଯୋଗ କରିଥାନ୍ତି। ତେବେ ମାଛ ଚାଷ ସମ୍ପର୍କରେ ଯାହା ଜାଣିପାରିଛି ତାହାହେଲା ଯେଉଁ ପୋଖରୀରେ ସବୁ ସମୟରେ ପାଣିର ସୁବିଧା ଥିବ, କଳାମାଟି କିମ୍ବା ଦୋରସାମାଟି ଥିବ ସେହି ପୋଖରୀରେ ମାଛ ଯାଆଁଳଙ୍କୁ ଖାଦ୍ୟ ଦେଲେ ଶୀଘ୍ର ବଢ଼ିଥାନ୍ତି। ପୁଣି ମାଛଚାଷ ପାଇଁ ପୋଖରୀର ପାଣି, ମାଟି ଓ ଖାଦ୍ୟର ମାନକୁ ପରୀକ୍ଷଣ କରାଯିବା ପାଇଁ ପ୍ରଶିକ୍ଷଣ ନେବାର ଆବଶ୍ୟକତା ରହିଛି। ଏସବୁ ବାଦ ମାଛଚାଷ ସମ୍ପର୍କରେ ତାଲିମ ଦେବା ପାଇଁ ବିଭିନ୍ନ ସ୍ଥାନକୁ ଯାଇଥାଏ। ଯଥା-ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ ଓ ଜଗତସିଂହପୁର ଆଦି ଜିଲାର କେତେକ ଅଞ୍ଚଳର ମାଛଚାଷୀମାନଙ୍କୁ ମାଛ ଯାଅଁାଳ ଉତ୍ପାଦନ ଏବଂ ମାଛଚାଷ ବିଷୟରେ ତାଲିମ ଦେଇଥାଏ। ମାଛଚାଷ ଯୋଗୁ ୨୦୦୦ମସିହାରେ ସିଫାରୁ, ଉଷାପୂର୍ଣ୍ଣ ମେମୋରିଆଲ ଟ୍ରଷ୍ଟ, କୃଷକ ସମାଜ କଟକ ସମେତ ବହୁ ଅନୁଷ୍ଠାନରୁ ପୁରସ୍କୃତ ହୋଇପାରିଛି। ତେବେ ପଦ୍ମଶ୍ରୀ ପୁରସ୍କାର ପାଇବା ଖବର ପ୍ରଥମେ ଫୋନରେ ମୋ ପାଖକୁ ବାର୍ତ୍ତା ଆସିଥିଲା ସେତେବେଳେ ଫାର୍ମହାଉସରେ ଖାଇବାକୁ ଯାଉଥିଲି। ଏହି ପୁରସ୍କାର ପାଇଁ ପୂର୍ବରୁ ସିଫାର ଡକ୍ଟର ପିସି ଅନନ୍ତ ମତ୍ସ୍ୟଚାଷ ଗବେଷକ ମୋ ନାମକୁ ସରକାରଙ୍କ ନିକଟକୁ ପଠାଇଥିଲେ। ଏକଥା ସବୁଦିନ ମୋର ଅଭୁଲା ରହିଥିବ। ଏମିତିରେ ପ୍ରାୟ ୪୦ବର୍ଷ ଧରି ମାଗଣାରେ ମାଛ ଚାଷ ସମ୍ପର୍କରେ ଏକ ହଜାରରୁ ଊର୍ଦ୍ଧ୍ୱ ଆଗ୍ରହୀ ମତ୍ସ୍ୟଚାଷୀଙ୍କୁ ତାଲିମ ଦେଇଆସୁଛି। ଆଉ ଜଣେ ସଫଳ ମତ୍ସ୍ୟଚାଷୀ ଭାବେ ନିଜକୁ ପରିଚିତ କରାଇ ପାରିଛିି। ମାଛଚାଷରେ ସ୍ବାବଲମ୍ବୀ ଯୋଗୁ ପଦ୍ମଶ୍ରୀ ସମ୍ମାନ ମିଳିଛି। ଏହା ମତେ ଆତ୍ମସନ୍ତୋଷ ଦେଇଛି।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri