ଚୋରାଚାଲାଣ ବେଳେ ଧାନବୋଝେଇ ଗାଡ଼ି ଜବତ କଲା ଯୋଗାଣ ବିଭାଗ

କୋକସରା,୧୬ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଯୋଗାଣ ବିଭାଗ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଧର୍ମଗଡ଼ ଉପଖଣ୍ଡ ଜୟପାଟଣା, କୋକସରା ବ୍ଲକ ଦେଇ ବାହାର ରାଜ୍ୟ ଓ ଜିଲାକୁ ସଂଯୋଗ କରୁଥିବା ରାସ୍ତାରେ ତନାଘନା ଯାଞ୍ଚ ଜାରି ରଖିଛି। ଶୁକ୍ରବାର ମଧ୍ୟାହ୍ନରେ ଜାତୀୟ ରାଜପଥ ୨୬ ମୋଟେର ନିକଟରେ ଚୋରା ଚାଲାଣ ଧାନ ବୋଝେଇ ଟ୍ରକ୍‌କୁ ଜବତ କରି ୧୦୪ କ୍ୱିଣ୍ଟାଲ ଧାନ ମୋଟେର ଏମ୍‌ଆର ରାଇସ ମିଲ୍‌ରେ ଜିମା ଦିଆଯାଇଛି। ପରେ ରାତିରେ ପାଟ୍ରୋଲିଂ ସମୟରେ ଆମପାଣି ଥାନା ଚେକ୍‌ ଗେଟ୍‌ ନିକଟରେ କଳାହାଣ୍ଡି ଜିଲାରୁ ନବରଙ୍ଗପୁର ଜିଲାକୁ ଚୋରା ଚାଲାଣ ସମୟରେ ଆମପାଣିରେ ଛକି ବସିଥିବା ଯୋଗାଣ ବିଭାଗ ପକ୍ଷରୁ ଯାଞ୍ଚ ସମୟରେ ୪୦୭ ମିନି ଟ୍ରକ୍‌ ନମ୍ବର ଓଡି ୨୪ ଏଫ୍‌ ୬୪୨୩କୁ ଅଟକ ରଖି କାଗଜପତ୍ର ସଠିକ ନ ଥିବାରୁ ଯୋଗାଣ ବିଭାଗ ଅଧିକାରୀ ବଙ୍ଗୋମୁଣ୍ଡାସ୍ଥିତ ଜେ.କେ ଫୁଡ୍‌ସ ରାଇସ୍‌ ମିଲର ଜିମା ଦେଇଥିଲେ। ଜବତ ଗାଡ଼ିରେ ୩୧.୦୪ କ୍ୱିଣ୍ଟାଲ ଧାନ ରହିଥିବା ବେଳେ ଗାଡ଼ି ସହ ଡ୍ରାଇଭରକୁ ଅଟକ ରଖାଯାଇଛି। ଆଜି ଜବତ ମିନି ଟ୍ରକରେ ଥିବା ଧାନକୁ କଳାହାଣ୍ଡି ଯୋଗାଣ ଅଧିକାରୀ ମନୋଜ ଦାସ ସମେତ ଧର୍ମଗଡ଼ ବ୍ଲକ ଏମ୍‌ଆଇ ପ୍ରଶାନ୍ତ ଦାସ, ଜୟପାଟଣା ଏମ୍‌ଆଇ ପ୍ରିୟ ରଞ୍ଜନ ନାଏକ ଓ କୋକସରା ଏମ୍‌ଆଇ ଜଗାରାମ ମୁର୍ମୁ ତଦନ୍ତ କରୁଛନ୍ତି। ଏଭଳି ଚଢ଼ାଉ ଜାରି ରହିବ ବୋଳି ଜିଲା ଯୋଗାଣ ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି। ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ର ଚଢ଼ାଉ ପରେ ଅସାଧୁ ଚୋରା ବ୍ୟବସାୟୀ ଓ ମିଲରଙ୍କ ମଧ୍ୟରେ ଛନକା ପଶିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri