ନ୍ୟୁଜ୍ ସଂସ୍ଥା ଆଇଏଏନଏସର ସର୍ବାଧିକ ଶେୟାର କିଣିଲେ ଗୌତମ ଆଦାନି

ନୂଆଦିଲ୍ଲୀ,୧୬।୧୨: ବିଶିଷ୍ଠ ଶିଳ୍ପପତି ଗୌତମ ଆଦାନିଙ୍କ ମିଡ଼ିଆ ଗ୍ରୁପ ଏଏମଜି ମିଡ଼ିଆ ନେଟୱାର୍କ ଲିମିଟେଡ଼(ଏଏମଏନଏଲ) ଶନିବାର ଖବର ସରବରାହ ସଂସ୍ଥା ଆଇଏଏନଏସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର(ଆଇଏଏନଏସ)ର ୫୦.୫୦ ପ୍ରତିଶତ ଶେୟାର ଅଧିଗ୍ରହଣ କରିଛି। ଶୁକ୍ରବାର ବସିଥିବା ଆଇଏଏନଏସ ବୋର୍ଡ ବୈଠକରେ ଏହି ନିଷ୍ପତ୍ତିକୁ ଅନୁମୋଦନ ମିଳିଥିଲା।

ତେବେ ଏହି ଚୁକ୍ତି ମାତ୍ର ୫.୧୦ ଲକ୍ଷ ଟଙ୍କାରେ ହୋଇଥିବା ସୂଚନା ମିଳିଛି। ଏହି ଅଧିଗ୍ରହଣ ପରେ କମ୍ପାନୀ ଏବେ ଆଦାନି ମିଡ଼ିଆ ଗ୍ରୁପ ଏଏମଏନଏଲର ସହଯୋଗୀ ସଂସ୍ଥା ହୋଇଛି। ଏହି ଚୁକ୍ତି ଅନୁଯାୟୀ ଡିସେମ୍ବର ୧୫ରେ ଆଦାନୀକୁ ଆଇଏଏନଏସର ଅଂଶଧନ ହସ୍ତାନ୍ତର ସଂପୂର୍ଣ୍ଣ ହୋଇଛି।

ଫଳରେ ଏଏମଏନଏଲ୍ ବା ଆଦାନୀ ଗ୍ରୁପ ଏବେ ଆଇଏଏନଏସକୁ ନିୟନ୍ତ୍ରଣ କରିବ ଅର୍ଥାତ ଏଣିକି ଆଇଏଏନଏସ ଆଦାନୀ ଗ୍ରୁପର ଏକ ସବସିଡାରୀ ବା ଶାଖା କମ୍ପାନି ଭାବେ ପରିଗଣିତ ହେବ । ଏହା ସହିତ ଅଧିଗ୍ରହଣ ପରେ ଏଣିକି ଆଇଏଏନଏସ ବୋର୍ଡରେ ନିର୍ଦ୍ଦେଶକ ନିଯୁକ୍ତ କରିବାର ଅଧିକାର ଏଏମଏନଏଲ୍ ପାଖରେ ରହିବ। ଏହା ସହିତ ଆଇଏଏନଏସର ପରିଚାଳନା ଦାୟିତ୍ବ ଏଏମଏନଏଲର ନିୟନ୍ତ୍ରଣରେ ରହିବ।

ଗତ ବର୍ଷ ମାର୍ଚ୍ଚରେ, ଆଦାନୀ ଏନଡିଟିଭି (କ୍ୱିଣ୍ଟିଲିୟନ ବିଜନେସ୍ ମିଡିଆ) ଅଧିଗ୍ରହଣ ସହିତ ମିଡିଆ ବ୍ୟବସାୟରେ ପ୍ରବେଶ କରିଥିଲେ। ଯାହା ବ୍ୟବସାୟ ତଥା ଆର୍ଥିକ ସମ୍ବାଦ ଡିଜିଟାଲ୍ ମିଡିଆ ପ୍ଲାଟଫର୍ମ ଈଛ ପ୍ରାଇମ୍ ପରିଚାଳନା କରେ। ଏହା ପରେ, ଡିସେମ୍ବରରେ, ବ୍ରଡକାଷ୍ଟର ଏନଡିଟିଭି ର ପ୍ରାୟ ୬୫ ପ୍ରତିଶତ ଅଂଶଧନ କିଣିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?