Posted inରାଜ୍ୟ

ମଣ୍ଡିରେ ପଡି ରହିଛି ଧାନ: ମିଲର୍ସଙ୍କ ଅସହଯୋଗ

ଲୋଇସିଂହା,୪।୧: ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ପ୍ୟାକ୍ସରେ ଧାନକିଣାରେ ଅଚଳାବସ୍ଥା ଦେଖାଦେଇଛି। ମିଲର୍ସଙ୍କ ଅସହଯୋଗ ଯୋଗୁ ଚାଷୀଙ୍କ ଧାନ ଉଠିବାରେ ସମସ୍ୟା ହେଉଛି। ମଣ୍ଡିରେ ୨୦ରୁ ଅଧିକ ଚାଷୀଙ୍କ ୩ ହଜାରରୁ ଅଧିକ ପ୍ୟାକେଟ ଧାନ ଦୀର୍ଘ ଦିନ ହେଲା ପଡି ରହିଛି। ଏ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଲୋଇସିଂହା ବ୍ଲକ ଯୋଗୀସର୍ଡା ଓ ବାଦିବାହାଲ ପଞ୍ଚାୟତକୁ ନେଇ ଯୋଗୀସର୍ଡା ପ୍ୟାକ୍ସ ଗଠିତ। ଚଳିତ ଖରିଫ ଧାନ ବିକ୍ରିପାଇଁ ୭୯୪ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ସେଥିରୁ ୧୯୫ ନୂତନ ଓ ୫୯୯ ଚାଷୀ କାର୍ଡକୁ ନବୀକରଣ କରିଛନ୍ତି। ମଣ୍ଡିରୁ ପ୍ରଥମ ପର୍ଯ୍ୟାୟରେ ୧୯ହଜାର ୪ଶହ କୁଇଣ୍ଟାଲ ଧାନ ଉଠାଣ ଧାର୍ଯ୍ୟ ହୋଇଛି। ସିଦ୍ଧି ବିନାୟକ, ଅର୍ଣ୍ଣପୂର୍ଣ୍ଣା, ସମଲେଶ୍ୱରୀ, ସରସ୍ବତୀ ଓ ଗଜାଜନ ମିଲର୍ସ ଉକ୍ତ ପ୍ୟାକ୍ସରୁ ଚାଷୀଙ୍କ ଧାନ ଉଠାଣ କରୁଛନ୍ତି। ଏଯାଏ ୧୨ ହଜାର ୧୭୩ କୁଇଣ୍ଟାଲ ଧାନକିଣା ସରିଛି। ପ୍ୟାକ୍ସରେ ଡିସେମ୍ବର ୧ତାରିଖରେ ଧାନକିଣା ଶୁଭାରମ୍ଭ ହୋଇଥିଲା। ଡିସେମ୍ବର ଦ୍ୱିତୀୟ ସପ୍ତାହ ସୁଦ୍ଧା ଠିକ୍‌ ଭାବରେ ମିଲର୍ସ ଆସି ଚାଷୀଙ୍କ ଧାନ କିଣିଥିଲେ । ହେଲେ ୧୬ତାରିଖ ପରଠାରୁ ମିଲର୍ସ ଧାନ ଉଠାଣରେ ଅସହଯୋଗ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଗଜାନନ ମିଲର୍ସ ପକ୍ଷରୁ ୧୫ଶହ କୁଇଣ୍ଟାଲ ଧାନ କିଣିବାକୁ ବାକି ଥିବାବେଳେ ସିଦ୍ଧି ବିନାୟକ ୪ ହଜାର କୁଇଣ୍ଟାଲ ଟାର୍ଗେଟ ମଧ୍ୟରୁ କିଛି ବି କିଣି ନ ଥିବା ପ୍ୟାକ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଟୋକନ ଆସିଲା ମାତ୍ରେ ସେହିଦିନ ଚାଷୀଙ୍କ ଧାନ ଉଠିବ ବୋଲି ସରକାର କହୁଥିବା ବେଳେ ଏଠାରେ ତାହାର ବ୍ୟତିକ୍ରମ ଦେଖାଦେଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଧାନ ଉଠାଇବାରେ ଅବହେଳା ପ୍ରଦର୍ଶନ କରୁଥିବା ମିଲର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି। ସେହିପରି ବୁର୍ଡା ପ୍ୟାକ୍ସରେ ମଧ୍ୟ ବହୁ ଚାଷୀଙ୍କ ଶତାଧିକ ପ୍ୟାକେଟ ଧାନ ପଡି ରହିଛି। ୩ ଦିନ ପରେ ସୋମବାର ସନ୍ଧ୍ୟାରେ ଗୋଟିଏ ଗାଡି ଆସି ଧାନ ଉଠାଇଥିବା ପ୍ୟାକ୍ସ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri