ବର୍ଷାରେ ଭିଜୁଛି ଧାନ, କାନ୍ଦୁଛି ଭାତହାଣ୍ଡିର ଚାଷୀ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ସାରାରାଜ୍ୟରେ ବରଗଡ଼ ଜିଲାରୁ ଅଧିକ ଧାନ ଉପତ୍ାଦନ ହୁଏ। ଏହି ଜିଲାରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ସର୍ବାଧିକ ଚାଉଳ ମଧ୍ୟ ଯାଇଥାଏ। ଏହି ଦୃଷ୍ଟିରୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଭାତହାଣ୍ଡିର ଚାଷୀ ଆଜି କାନ୍ଦୁଛି। ଖରିଫ ଆରମ୍ଭ ହେବାକୁ ସପ୍ତାହେ ବିତି ଗଲାଣି। ହେଲେ ବରଗଡ଼ ଜିଲାର ଚାଷୀ ଏପର୍ଯ୍ୟନ୍ତ କଷ୍ଟୋପାର୍ଜିତ ରବିଧାନକୁ ବିକ୍ରି କରି ପାରି ନାହିଁ। ଚାଷୀଙ୍କ ଖଳାଠାରୁ ଆରମ୍ଭ କରି ମଣ୍ଡି ଯାଏ ସବୁଠି ବିକ୍ରି ଅପେକ୍ଷାରେ ହଜାର ହଜାର ପକେଟ୍‌ ଧାନ ପଡ଼ି ରହିଛି। ଧାନବିକ୍ରିକୁ ଅପେକ୍ଷା କରି ଚାଷୀମାନେ ଖରିଫ ଚାଷକାର୍ଯ୍ୟ ଆରମ୍ଭ କରିବା ତ ଦୂରର କଥା, ରବିଧାନ ଅମଳରେ ନିୟୋଜିତ ଶ୍ରମିକଙ୍କୁ ପାରିଶ୍ରମିକ ଦେଇପାରି ନଥିବାବେଳେ ଆଗାମୀ ଚାଷ ପାଇଁ ବିହନ କିଣିବା ପାଇଁ ମଧ୍ୟ ସେମାନଙ୍କ ପାଖରେ ସମ୍ବଳ ନିଅଣ୍ଟ ହୋଇ ପଡ଼ିଛି। ଅନ୍ୟପଟେ କ୍ରମାଗତ ବର୍ଷା ଲାଗି ରହିଛି। ଫଳରେ ବିକ୍ରି ଅପେକ୍ଷାରେ ଖଳା ଏବଂ ମଣ୍ଡିରେ ପଡ଼ି ରହିଥିବା ଧାନ ନଷ୍ଟ ହୋଇ ବସିଛି। କେତେକାଂଶରେ ସେହି ଧାନରୁ ଗଜା ବାହାରି ଗଛ ମଧ୍ୟ ହୋଇ ଗଲାଣି। ଏଭଳି ପରିସ୍ଥିତିରେ ଆଜି ଭାତହାଣ୍ଡିର ଚାଷୀଙ୍କ ଆଖିରେ ଲୁହ ଗଡୁଛି।

ମିଲର୍ସଙ୍କ ଚକ୍ରାନ୍ତ
ଖୁଣ୍ଟଲିପାଲି ମାର୍କେଟ୍‌ ୟାର୍ଡ଼ରେ ଆମର ଧାନ ଗଚ୍ଛିତ ହୋଇ ପଡ଼ିଛି। ମିଲର୍ସଙ୍କ ଚକ୍ରାନ୍ତରେ ଧାନ ଠିକ୍‌ ସମୟରେ ଉଠି ପାରୁନାହିଁ। ଫଳରେ ସାଧାରଣ ଚାଷୀ ତଳିତଳାନ୍ତ ହୋଇ ପଡ଼ିଛନ୍ତି। ଜିଲାପାଳଙ୍କୁ ତୁରନ୍ତ ଧାନ ଉଠାଇବା ପାଇଁ ଅନୁରୋଧ କରୁଛୁ। ଯଦି ଧାନ ମଣ୍ଡିରୁ ଉଠା ନଯାଏ, ଆଗକୁ ଆମେ ଆମରଣ ଅନଶକ କରିବାକୁ ବାଧ୍ୟ ହେବୁ।
-ଧିରେନ୍ଦ୍ରନାଥ ଦେବତା, ଦେଶପଥର୍ଲା
ଖରିଫ ଚାଷ ବିଳମ୍ବିତ
ଖୁଣ୍ଟଲିପାଲି ମଣ୍ଡିରେ ବିକ୍ରି ଅପେକ୍ଷାରେ ୩୭ହଜାର ପକେଟ୍‌ ଧାନ ପଡ଼ି ରହିଛି। ହେଲେ ଏଠାରେ ଧାନ ଉଠାଇବା ପାଇଁ କେବଳ ୧୭୦୦ କୁଇଣ୍ଟାଲର ଟାର୍ଗେଟ୍‌ ମିଳିଛି। ସେହି ୧୭୦୦ କୁଇଣ୍ଟାଲ ଧାନ କିଏ ବିକିବ ଏବଂ ବାକିଧାନ କେଉଁ ମିଲର୍ସ ଉଠାଇବ। ଅନ୍ୟପଟେ ମଣ୍ଡିରେ ଧାନ ଭିଜି ନଷ୍ଟ ହେଉଥିବାବେଳେ ଖରିଫ ଚାଷ ସମୟ ଗଡ଼ି ଚାଲିଛି।
-ଜି. ଗୋବିନ୍ଦ, ଡାଲବ୍‌
ନେତାମନ୍ତ୍ରୀଙ୍କ ନୀରବତା ବଡ଼ ବିଡ଼ମ୍ବନା
ଖରିଫ ଚାଷକାର୍ଯ୍ୟ ଆରମ୍ଭ ହୋଇଯିବା କଥା। ହେଲେ ରବିଧାନ ବିକ୍ରି ହୋଇ ପାରି ନାହିଁ। ମଣ୍ଡିରେ ଧାନ ଗଜା ହୋଇ ଗଲାଣି। ତଥାପି ନେତା, ମନ୍ତ୍ରୀଙ୍କ ଦେଖାନାହିଁ। ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ଦେଇ ବଡ଼କାମ କରିଦେଲୁ ବୋଲି ସେମାନେ ଭାବୁଛନ୍ତି। କିନ୍ତୁ ଏବେ ଚାଷୀ କିଭଳି ଦୁର୍ଦ୍ଦଶା ଭୋଗୁଛି, ସେମାନେ ଜାଣି ଅଜଣା ରହିବା ବିଡ଼ମ୍ବନାର ବିଷୟ।
-ଏକାଦଶିଆ ସାହୁ, ଚାଷୀନେତା, କଲାପାଣି
ସମସ୍ୟା ବଢ଼ାଇଲା ଛତିଶଗଡ଼ ଧାନ
ଛତିଶଗଡ଼ ରାଜ୍ୟରୁ ବରଗଡ଼ ଜିଲାର ବିଭିନ୍ନ ରାଇସ୍‌ ମିଲକୁ ବହୁ ପରିମାଣରେ ଧାନ ଗଚ୍ଛିତ ହେଲା। ଚାଷୀମାନେ ଏ ନେଇ ବାରମ୍ବାର ଅଭିଯୋଗ ମଧ୍ୟ କଲେ। ହେଲେ ପ୍ରଶାସନ ତାକୁ ହାଲୁକାଭାବେ ନେଲା। କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା। ଏପର୍ଯ୍ୟନ୍ତ ସେଭଳି କୌଣସି ମିଲ୍‌ରେ ଧାନର ଷ୍ଟକ୍‌ ଯାଞ୍ଚ ସୁଦ୍ଧା ହେଲା ନାହିଁ । ଏଥିପାଇଁ ହିଁ ଜିଲାର ବହୁ ପରିମାଣର ଧାନ ବିକ୍ରି ହୋଇପାରି ନାହିଁ ଏବଂ ବିଭାଗୀୟ ଅଧିକାରୀ କେବଳ ନାନା ଆଳ ଦେଖାଉଛନ୍ତି।
-କିଶୋର ଦେବତା, ଚାଷୀନେତା, ବରଗଡ଼
ସରକାରଙ୍କ ଦାୟିତ୍ୱହୀନତା
ଖରିଫ ଚାଷ ସମୟ ଆସି ଯାଇଛି। ହେଲେ ଏପର୍ଯ୍ୟନ୍ତ ଚାଷୀମାନେ ରବିଧାନ ବିକ୍ରି କରି ପାରି ନଥିବା ଧାନ କିଣାବିକାରେ ସରକାରୀକଳର ଅପାରଗତାକୁ ପଦାରେ ପକାଇ ଦେଇଛି। ମଣ୍ଡିରେ ଚାଷୀମାନେ ଧାନ ପକାଇବା ପରେ ତାର ସୁରକ୍ଷା ଦାୟିତ୍ୱ ପ୍ରଶାସନର ଅଟେ। କିନ୍ତୁ ମଣ୍ଡିରେ ମଧ୍ୟ ଧାନଗଜା ହେଉଛି ଏବଂ ତାକୁ କିଣିବା ପାଇଁ ଧାନକ୍ରୟ ସଂସ୍ଥା ମନା କରିଦେଉଛନ୍ତି। ଏଥିରୁ ପ୍ରଶାସନ ତଥା ସରକରଙ୍କ ଦାୟିତ୍ୱହୀନତା ବାରି ହୋଇ ପଡୁଛି।
-ହର ବଣିଆଁ, ଚାଷୀନେତା, ବରଗଡ଼


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri