ବର୍ଷାରେ ଭିଜୁଛି ଧାନ, କାନ୍ଦୁଛି ଭାତହାଣ୍ଡିର ଚାଷୀ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ସାରାରାଜ୍ୟରେ ବରଗଡ଼ ଜିଲାରୁ ଅଧିକ ଧାନ ଉପତ୍ାଦନ ହୁଏ। ଏହି ଜିଲାରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ସର୍ବାଧିକ ଚାଉଳ ମଧ୍ୟ ଯାଇଥାଏ। ଏହି ଦୃଷ୍ଟିରୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଭାତହାଣ୍ଡିର ଚାଷୀ ଆଜି କାନ୍ଦୁଛି। ଖରିଫ ଆରମ୍ଭ ହେବାକୁ ସପ୍ତାହେ ବିତି ଗଲାଣି। ହେଲେ ବରଗଡ଼ ଜିଲାର ଚାଷୀ ଏପର୍ଯ୍ୟନ୍ତ କଷ୍ଟୋପାର୍ଜିତ ରବିଧାନକୁ ବିକ୍ରି କରି ପାରି ନାହିଁ। ଚାଷୀଙ୍କ ଖଳାଠାରୁ ଆରମ୍ଭ କରି ମଣ୍ଡି ଯାଏ ସବୁଠି ବିକ୍ରି ଅପେକ୍ଷାରେ ହଜାର ହଜାର ପକେଟ୍‌ ଧାନ ପଡ଼ି ରହିଛି। ଧାନବିକ୍ରିକୁ ଅପେକ୍ଷା କରି ଚାଷୀମାନେ ଖରିଫ ଚାଷକାର୍ଯ୍ୟ ଆରମ୍ଭ କରିବା ତ ଦୂରର କଥା, ରବିଧାନ ଅମଳରେ ନିୟୋଜିତ ଶ୍ରମିକଙ୍କୁ ପାରିଶ୍ରମିକ ଦେଇପାରି ନଥିବାବେଳେ ଆଗାମୀ ଚାଷ ପାଇଁ ବିହନ କିଣିବା ପାଇଁ ମଧ୍ୟ ସେମାନଙ୍କ ପାଖରେ ସମ୍ବଳ ନିଅଣ୍ଟ ହୋଇ ପଡ଼ିଛି। ଅନ୍ୟପଟେ କ୍ରମାଗତ ବର୍ଷା ଲାଗି ରହିଛି। ଫଳରେ ବିକ୍ରି ଅପେକ୍ଷାରେ ଖଳା ଏବଂ ମଣ୍ଡିରେ ପଡ଼ି ରହିଥିବା ଧାନ ନଷ୍ଟ ହୋଇ ବସିଛି। କେତେକାଂଶରେ ସେହି ଧାନରୁ ଗଜା ବାହାରି ଗଛ ମଧ୍ୟ ହୋଇ ଗଲାଣି। ଏଭଳି ପରିସ୍ଥିତିରେ ଆଜି ଭାତହାଣ୍ଡିର ଚାଷୀଙ୍କ ଆଖିରେ ଲୁହ ଗଡୁଛି।

ମିଲର୍ସଙ୍କ ଚକ୍ରାନ୍ତ
ଖୁଣ୍ଟଲିପାଲି ମାର୍କେଟ୍‌ ୟାର୍ଡ଼ରେ ଆମର ଧାନ ଗଚ୍ଛିତ ହୋଇ ପଡ଼ିଛି। ମିଲର୍ସଙ୍କ ଚକ୍ରାନ୍ତରେ ଧାନ ଠିକ୍‌ ସମୟରେ ଉଠି ପାରୁନାହିଁ। ଫଳରେ ସାଧାରଣ ଚାଷୀ ତଳିତଳାନ୍ତ ହୋଇ ପଡ଼ିଛନ୍ତି। ଜିଲାପାଳଙ୍କୁ ତୁରନ୍ତ ଧାନ ଉଠାଇବା ପାଇଁ ଅନୁରୋଧ କରୁଛୁ। ଯଦି ଧାନ ମଣ୍ଡିରୁ ଉଠା ନଯାଏ, ଆଗକୁ ଆମେ ଆମରଣ ଅନଶକ କରିବାକୁ ବାଧ୍ୟ ହେବୁ।
-ଧିରେନ୍ଦ୍ରନାଥ ଦେବତା, ଦେଶପଥର୍ଲା
ଖରିଫ ଚାଷ ବିଳମ୍ବିତ
ଖୁଣ୍ଟଲିପାଲି ମଣ୍ଡିରେ ବିକ୍ରି ଅପେକ୍ଷାରେ ୩୭ହଜାର ପକେଟ୍‌ ଧାନ ପଡ଼ି ରହିଛି। ହେଲେ ଏଠାରେ ଧାନ ଉଠାଇବା ପାଇଁ କେବଳ ୧୭୦୦ କୁଇଣ୍ଟାଲର ଟାର୍ଗେଟ୍‌ ମିଳିଛି। ସେହି ୧୭୦୦ କୁଇଣ୍ଟାଲ ଧାନ କିଏ ବିକିବ ଏବଂ ବାକିଧାନ କେଉଁ ମିଲର୍ସ ଉଠାଇବ। ଅନ୍ୟପଟେ ମଣ୍ଡିରେ ଧାନ ଭିଜି ନଷ୍ଟ ହେଉଥିବାବେଳେ ଖରିଫ ଚାଷ ସମୟ ଗଡ଼ି ଚାଲିଛି।
-ଜି. ଗୋବିନ୍ଦ, ଡାଲବ୍‌
ନେତାମନ୍ତ୍ରୀଙ୍କ ନୀରବତା ବଡ଼ ବିଡ଼ମ୍ବନା
ଖରିଫ ଚାଷକାର୍ଯ୍ୟ ଆରମ୍ଭ ହୋଇଯିବା କଥା। ହେଲେ ରବିଧାନ ବିକ୍ରି ହୋଇ ପାରି ନାହିଁ। ମଣ୍ଡିରେ ଧାନ ଗଜା ହୋଇ ଗଲାଣି। ତଥାପି ନେତା, ମନ୍ତ୍ରୀଙ୍କ ଦେଖାନାହିଁ। ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ଦେଇ ବଡ଼କାମ କରିଦେଲୁ ବୋଲି ସେମାନେ ଭାବୁଛନ୍ତି। କିନ୍ତୁ ଏବେ ଚାଷୀ କିଭଳି ଦୁର୍ଦ୍ଦଶା ଭୋଗୁଛି, ସେମାନେ ଜାଣି ଅଜଣା ରହିବା ବିଡ଼ମ୍ବନାର ବିଷୟ।
-ଏକାଦଶିଆ ସାହୁ, ଚାଷୀନେତା, କଲାପାଣି
ସମସ୍ୟା ବଢ଼ାଇଲା ଛତିଶଗଡ଼ ଧାନ
ଛତିଶଗଡ଼ ରାଜ୍ୟରୁ ବରଗଡ଼ ଜିଲାର ବିଭିନ୍ନ ରାଇସ୍‌ ମିଲକୁ ବହୁ ପରିମାଣରେ ଧାନ ଗଚ୍ଛିତ ହେଲା। ଚାଷୀମାନେ ଏ ନେଇ ବାରମ୍ବାର ଅଭିଯୋଗ ମଧ୍ୟ କଲେ। ହେଲେ ପ୍ରଶାସନ ତାକୁ ହାଲୁକାଭାବେ ନେଲା। କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା। ଏପର୍ଯ୍ୟନ୍ତ ସେଭଳି କୌଣସି ମିଲ୍‌ରେ ଧାନର ଷ୍ଟକ୍‌ ଯାଞ୍ଚ ସୁଦ୍ଧା ହେଲା ନାହିଁ । ଏଥିପାଇଁ ହିଁ ଜିଲାର ବହୁ ପରିମାଣର ଧାନ ବିକ୍ରି ହୋଇପାରି ନାହିଁ ଏବଂ ବିଭାଗୀୟ ଅଧିକାରୀ କେବଳ ନାନା ଆଳ ଦେଖାଉଛନ୍ତି।
-କିଶୋର ଦେବତା, ଚାଷୀନେତା, ବରଗଡ଼
ସରକାରଙ୍କ ଦାୟିତ୍ୱହୀନତା
ଖରିଫ ଚାଷ ସମୟ ଆସି ଯାଇଛି। ହେଲେ ଏପର୍ଯ୍ୟନ୍ତ ଚାଷୀମାନେ ରବିଧାନ ବିକ୍ରି କରି ପାରି ନଥିବା ଧାନ କିଣାବିକାରେ ସରକାରୀକଳର ଅପାରଗତାକୁ ପଦାରେ ପକାଇ ଦେଇଛି। ମଣ୍ଡିରେ ଚାଷୀମାନେ ଧାନ ପକାଇବା ପରେ ତାର ସୁରକ୍ଷା ଦାୟିତ୍ୱ ପ୍ରଶାସନର ଅଟେ। କିନ୍ତୁ ମଣ୍ଡିରେ ମଧ୍ୟ ଧାନଗଜା ହେଉଛି ଏବଂ ତାକୁ କିଣିବା ପାଇଁ ଧାନକ୍ରୟ ସଂସ୍ଥା ମନା କରିଦେଉଛନ୍ତି। ଏଥିରୁ ପ୍ରଶାସନ ତଥା ସରକରଙ୍କ ଦାୟିତ୍ୱହୀନତା ବାରି ହୋଇ ପଡୁଛି।
-ହର ବଣିଆଁ, ଚାଷୀନେତା, ବରଗଡ଼


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?