ଇରାନ ଆଣବିକ ସ୍ଥଳ, ଜେଲରେ ଇସ୍ରାଏଲ୍‌ର ଆକ୍ରମଣ

ତେଲ୍‌ ଆଭିଭ୍‌/ତେହରାନ,୨୪ା୬: ଇରାନର ୩ଟି ନ୍ୟୁକ୍ଲିୟର ଫାସିଲିଟି ଉପରେ ଆମେରିକା ଜୋର୍‌ଦାର ଆକ୍ରମଣ କରିବାର ଦିନକ ପରେ ସୋମବାର ଇସ୍ରାଏଲ୍‌ ପୁନର୍ବାର ତେହରାନ୍‌ର ଆଣବିକ ସ୍ଥଳକୁ ଟାର୍ଗେଟ କରିଛି। ଆମେରିକା ରବିବାର ଇରାନର ୩ ଆଣବିକ ସ୍ଥଳ ଉପରେ ଶକ୍ତିଶାଳୀ ବଙ୍କର ବଷ୍ଟର ବୋମାମାଡ଼ କରିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ଆକ୍ରମଣ ପରେ ତେହରାନ୍‌ ସୋମବାର ଇସ୍ରାଏଲ୍‌ ଉପରେ ପ୍ରବଳ ମିଶାଇଲ୍‌ ମାଡ଼ କରିଥିଲା। ଜେରୁଜେଲମ୍‌ରେ ବିସ୍ଫୋରଣ ଶବ୍ଦ ଶୁଣାଯିବା ସହ ଉତ୍ତର ଇସ୍ରାଏଲ୍‌ରେ ସାଇରନ୍‌ ବାଜିଥିଲା। ଦକ୍ଷିଣ ଭାଗରେ ଥିବା ଆଶ୍‌ଡୋଡ୍‌ରେ ମଧ୍ୟ ମିଶାଇଲ ମାଡ଼ ହୋଇଥିତ୍ବା ଇରାନ ସେନା ସ୍ପଷ୍ଟ କରିଛି। ଫଳରେ ଉତ୍ତେଜନା ବଢ଼ିବା ସହ ଇସ୍ରାଏଲୀ ଡିଫେନ୍ସ ଫୋର୍ସ ଏହାର ଜବାବ ଦେବାକୁ ଯାଇ ଫରଦୋ ନ୍ୟୁକ୍ଲିୟର ସାଇଟ୍‌ ଉପରେ ସାନି ଆକ୍ରମଣ କରିବା ସହ ତେହରାନରେ ଥିବା ଇରାନ ସରକାରଙ୍କ ବିଭିନ୍ନ ପ୍ରତିଷ୍ଠାନ ଏବଂ ଜେଲ ଉପରେ ଆକ୍ରମଣ କରିଛି।
ଅଣୁଅସ୍ତ୍ର ସ୍ତର ପାଖାପାଖି ୟୁରାନିୟମ୍‌କୁ ଏନ୍‌ରିଚ୍‌ମେଣ୍ଟ କରିବା କ୍ଷମତା ଫର୍‌ଦୋ ନ୍ୟୁକ୍ଲିୟର ଫାସିଲିଟିର ରହିଛି। ଏହା ଭୂପୃଷ୍ଠଠାରୁ ୮୦ରୁ ୯୦ ମିଟର ତଳେ ରହିଥିବାରୁ ଏହାକୁ ଭେଦ କରିବା ପାଇଁ ଆବଶ୍ୟକ ଅସ୍ତ୍ର କେବଳ ଆମେରିକା ପାଖରେ ରହିଛି। ଆମେରିକାର ‘ଅପରେଶନ ମିଡ୍‌ନାଇଟ୍‌ ହାମର’ର ପ୍ରଭାବ ସମ୍ପର୍କରେ ଏହାର ପ୍ରତିରକ୍ଷା ଅଧିକାରୀମାନେ ଏପର୍ଯ୍ୟନ୍ତ ନିର୍ଣ୍ଣୟ କରି ନ ଥିବାବେଳେ ବୋମାମାଡ଼ ଯୋଗୁ ଫର୍‌ଦୋ ଭୂତଳ ଅଞ୍ଚଳର ଉଲ୍ଲେଖନୀୟ କ୍ଷତି ହୋଇଥାଇପାରେ ବୋଲି ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା (ଆଇଏଇଏ) କହିଛି। ୩ ଆଣବିକ ସ୍ଥଳକୁ ଟାର୍ଗେଟ କରିବା ପାଇଁ ଆମେରିକା ୩୦,୦୦୦ ପାଉଣ୍ଡ ବଙ୍କର-ବଷ୍ଟର ବୋମା ବ୍ୟବହାର କରିଥିଲା। ତେବେ ଏହା ପୂର୍ବରୁ ତେହରାନ ଉକ୍ତ ସ୍ଥଳରୁ ଆଣବିକ ସାମଗ୍ରୀ ଅନ୍ୟତ୍ର ନେଇଯାଇଥିଲା ବୋଲି କେତେଜଣ ଇରାନୀୟ ଅଧିକାରୀ ଏବଂ ସେଠାର ଆଣବିକ ଶକ୍ତି ସଂଗଠନ ମୁଖପାତ୍ର ବେହରୋଜ କମଲଭାଣ୍ଡି କହିଛନ୍ତି। ଆଣବିକ ଉପକରଣ ଏବଂ ସାମଗ୍ରୀଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଇସ୍ରାଏଲ୍‌ ସ୍ବତନ୍ତ୍ର ପଦକ୍ଷେପ ଆପଣାଇବ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରୀ ଆବ୍ବାସ ଆରାଘଚି ପୂର୍ବରୁ ସୂଚନା ଦେଇଥିବା ଆଇଏଇଏ ମୁଖ୍ୟ ରାଫେଲ ଗ୍ରୋସି ଏହାର ଗଭର୍ନର ବୋର୍ଡକୁ ସୋମବାର କହିଛନ୍ତି।
ଇରାନର ଆକ୍ରମଣ ପରେ ଇସ୍ରାଏଲୀ ସେନା ତେହରାନରେ ଥିବା ଦୁର୍ଦ୍ଧର୍ଷ ଏଭିନ୍‌ ଜେଲ ଉପରେ ଆକ୍ରମଣ କରିବା ସହ ରିଭଲ୍ୟୁଶନାରି ଗାଡର୍‌ସର ସୁରକ୍ଷା ମୁଖ୍ୟାଳୟକୁ ଟାର୍ଗେଟ କରିଛି। ଆକ୍ରମଣ ପାଇଁ ଇରାନର ଏକଚ୍ଛତ୍ରବାଦୀ ଶାସକ ଦଣ୍ଡିତ ହେବେ ବୋଲି ଇସ୍ରାଏଲ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ଇରାନ ସୋମବାରର ଆକ୍ରମଣକୁ ଅପରେଶନ ଟ୍ରୁ ପୋମିଜ୍‌-୩ ବୋଲି କହିଛି। ଏହା ଇସ୍ରାଏଲ୍‌ର ହାଇଫା ଏବଂ ତେଲ୍‌ ଆଭିଭ୍‌କୁ ଟାର୍ଗେଟ କରିଥିବା ଇରାନ ସରକାରଙ୍କ ଟେଲିଭିଜନରେ ପ୍ରସାରିତ ଖବରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?