ଧାନ, ଚିନାବାଦାମ ଫସଲ ଉଜାଡୁଛି ବାର୍‌ହା

ନୂଆପଡ଼ା ଅଫିସ,୨୯।୫: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ବୃଦ୍ଧିକୋମନା ପଞ୍ଚାୟତ ଅଧୀନସ୍ଥ ଲଙ୍କେଶ୍ୱରୀ ପାହାଡ ତଳି ଧୁମାଭଟା, ପଣ୍ଡରାପଥର, ମୁଷାପାଲି ଗାଁର ଶହ ଶହ ଚାଷୀଙ୍କ ଏକର ଏକର ଧାନ ଫସଲ ଉଜାଡି ଦେଉଛି ବାର୍‌ହା। ସୁନ୍ଦର ଜଳସେଚନ ପ୍ରକଳ୍ପ ପାଣିରେ ଉକ୍ତ ଗ୍ରାମର ଚାଷୀମାନେ ଧାନ ସହ ଚିନାବାଦାମ, ମୁଗ, ବିରି ଓ ପନିପରିବା ଚାଷ କରିଥାନ୍ତି। ପାଖରେ ଲଙ୍କେଶ୍ୱରୀ ପାହାଡ ଜଙ୍ଗଲ ରହିଥିବାରୁ ବାର୍‌ହା ଆସି ଧାନ, ଚିନାବାଦାମ, ମୁଗ, ବିରି ଖାଇବା ସହ ଚାଷ ସବୁ ଉଜାଡି ଦେଉଛି। ଫଳରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚଳିତ ରବି ଋତୁରେ ଶିବସାଏ ଧରୁଆ ୫ ଏକର ଜମିରେ ଧାନ ଚାଷ କରିଥିବା ବେଳେ ଜ୍ଞାନେଶ୍ୱର ବାଗ ୫ ଏକର, ରୋହିତ ଦାସ ୩ ଏକର, ଗିରିଧାରି ବାଗ ୨ ଏକର ୨୦ ଡେସିମିଲ, ଜୟନ୍ତି ନିଆଲ ୧ ଏକର, ଭାଗୀରଥି ହଂସ ୧ ଏକର, ମୋହନ ଦାସ ଦେଢ ଏକର, ଶୁକଲାଲ ବାଗ ଦେଢ ଏକର, ରଘୁନାଥ ବେମାଲ ୧ ଏକର, ସନ୍ତରାମ ଅହିର ଅଢେଇ ଏକର ଏପରି ଶହ ଶହ ଚାଷୀ ଧାନ ଓ ଚିନାବାଦାମ ଚାଷ କରିଥିଲେ। ଲଙ୍କେଶ୍ୱରୀ ପାହାଡ ଜଙ୍ଗଜକୁ ଲାଗି ଚାଷ ଜମି ରହିଥିବାରୁ ରାତିରେ ବାର୍‌ହା ଆସି ଧାନ ଫସଲ ସବୁ ଖାଇବା ସହ ନଷ୍ଟ କରି ଦେଉଛି। ଏହା ପ୍ରଥମ ନୁହେଁ ପ୍ରତି ବର୍ଷ ବାରାହା ଚାଷ ନଷ୍ଟ କରିଥାଏ। ବନ ବିଭାଗକୁ ଚାଷୀ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଶହେ ପ୍ରତିଶତ ଚାଷ ନଷ୍ଟ ହୋଇଥିଲେ ୨୫ ପ୍ରତିଶତ ସହାୟତା ମିଳିଥାଏ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷୀ ପ୍ରାଥମିକ କୃଷି ସମବାୟ ସମିତି କିମ୍ବା ମହାଜନି ଋଣ ଆଣି ଚାଷ କରନ୍ତି। ଧାନ ଅମଳ ହେଲେ ବିକ୍ରି କରି ଋଣ ପରିଶୋଧ କରି ପୁଣି ଋଣ ଆଣି ଖରିଫ ଋତୁରେ ଚାଷ କରିଥାନ୍ତି। ପ୍ରତିବର୍ଷ ବାର୍‌ହା ଚାଷ ନଷ୍ଟ କରୁଥିବାରୁ ଚାଷୀମାନେ ଋଣ ପରିଶୋଧ କରି ପାରୁନାହାନ୍ତି। ଏ ସଂକ୍ରାନ୍ତରେ କୋମନା ବନ ବିଭାଗ ରେଞ୍ଜର ଦେବଦତ ସୁତାରଙ୍କୁ ପଚାରିବାରୁ ଆମ ପାଖକୁ ସେମିତି ରିପୋର୍ଟ ଆସି ନାହିଁ। ଆପଣମାନେ କହିବା ପରେ ମଁୁ ଜାଣୁଛି। ସୋମବାର ମୁଁ ନିଜେ ଯାଇ କ୍ଷୟକ୍ଷତିର ଆକଳନ କରି ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ଦେଇ ସହାୟତା ରାଶି ଯୋଗାଇବା ବ୍ୟବସ୍ଥା କରିବି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri