କେସିଙ୍ଗା,,୧୨।୭(ତୁମେଶ୍ୱର ସାହୁ): ଜୈନ ମୁନି ହିମାଂଶୁ ରାଜସ୍ଥାନରୁ ହଜାର ହଜାର କିଲୋମିଟର ପଦ ଯାତ୍ରା କରି ସାତ ଗୋଟି ନିୟମକୁ ଆଧାର କରି କେସିଙ୍ଗାର ରାଇସ ମିଲରେ ରବିବାର ପହଞ୍ଚିଛନ୍ତି।ସେ ଏଠି ଦୀର୍ଘ ଚାରି ମାସ ରହି ଚତୁର୍ମାସ୍ୟା ବ୍ରତ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ସୁଦୂର ରାଜସ୍ଥାନରୁ ପଦଯାତ୍ରା କରିମୁନି ହିମାଂଶୁ କେସିଙ୍ଗାକୁ ପହଞ୍ଚିଛନ୍ତି ।
ମୁନି ହିମାଂଶୁ ସାରା ଜଗତର କଲ୍ୟାଣ ନିମନ୍ତେ ପଦଯାତ୍ରା କରି ସମାଜର ଲୋକଙ୍କୁ ସଦ ମାର୍ଗରେ ଚାଲିବାକୁ ଉପଦେଶ ଦେଉଛନ୍ତି ।ଅନେକ ଜୈନ ଧର୍ମାବଲମ୍ବୀମାନେ ଜୈନ ଗୁରୁଙ୍କୁ ଦର୍ଶନ କରୁଛନ୍ତି । ସାତଟି ନିୟମ ହେଲା ପ୍ରଥମେ ସମାଜରେ ଭଲ କାମ କରିବା, ନିଶା ନିବାରଣ, ଚରିତ୍ରକୁ ଇଜ୍ଜତ ସହ ବଞ୍ଚିବାକୁ ହେଲେ ଅଣୁ ବ୍ରତପାଳନ କରିବା କଥା ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି ଯେ,ପରିବେଶ ଠିକ କରିବା, ଲୋକଙ୍କ ପ୍ରତି ମାନବୀୟତା ଦେଖାଇବା, ଜୀବପ୍ରତି ଦୟା ଦେଖାଇବା କାହାରିକୁବି ଦୁଃଖ କିମ୍ବା କଷ୍ଟ ନ ଦେବା, ଅହିଂସା, ସତ୍ୟ କହିବା ଏବଂ ଚୋରୀ କରିବା ନାହିଁ। ବ୍ରହ୍ମଚାର୍ଯ୍ୟ ବ୍ରତ ପାଳନ କରିବା ସହିତ ଅନ୍ୟର ମା, ଭଉଣୀ ପ୍ରତି ଖରାଫ ନଜରରେ ଦେଖିବା ନାହିଁ।
ପରଧନ ପ୍ରତି ଲୋଭ କରିବା ନାହିଁ। ପରିଶେଷରେ ସନ୍ଧ୍ୟା ପୂର୍ବରୁ ଖାଦ୍ୟ ଗ୍ରହଣ କରିବା ରାତ୍ରି ଭୋଜନ କରିବା ନାହିଁ। ଘରର ରୋଷେଇ ଘରକୁ ସଫା ସୁତୁରା ରଖି ବା ବୋଲି ମୁନି ସମାଜକୁ ଉପଦେଶ ଦେଇ ପଦଯାତ୍ରା କରୁଛନ୍ତି। କେସିଙ୍ଗାରେ ଚତୁର୍ମାସ୍ୟା ବ୍ରତ ପାଳନ କରିବାକୁ ମୁନି ହିମାଂଶୁ ସ୍ଥିର କରିଛନ୍ତି। ତାଙ୍କ ସାଙ୍ଗରେ ଶିଷ୍ୟ ହେମନ୍ତ ରହିଛନ୍ତି । ଜୈନ ଧର୍ମାବଲମ୍ବୀମାନେ ମୁନିଙ୍କ ନିକଟକୁ ଯାଇ ଦର୍ଶନ କରୁଥିବାର ଦେଖା ଯାଉଛି।