Posted inଜାତୀୟ

ରାଜ୍ୟ ସଭାର ଫ୍ରଣ୍ଟ ରୋରେ ବସିବେ ଚିଦାମ୍ବରମ, ଦିଗବିଜୟ, ପଛକୁ ଗଲେ ମନମୋହନ

ନୂଆଦିଲ୍ଲୀ,୩ ।୨: ପୂର୍ବତନ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ରାଜ୍ୟ ସଭାରେ ବସିବାର ସିଟରେ ପରିବର୍ତ୍ତନ କରାଯାଇଛି । ରାଜ୍ୟ ସଭାରେ ଚିଦାମ୍ବରମଙ୍କ ବସିବାରୁ ନେଇ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇ ଏବେ ତାଙ୍କୁ ଫ୍ରଣ୍ଟ ରୋରେ ଏକ ସିଟ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ପାର୍ଲାମେଣ୍ଟର କେତେଜଣ ବରିଷ୍ଠ ସଦସ୍ୟ ବା ଏମପି, ପୂର୍ବତନ ପ୍ରଧାନମନ୍ତ୍ରୀ ଓ ସଂସଦୀୟ ଦଳର ଯୋଗ୍ୟ ନେତାଙ୍କୁ ଫ୍ରଣ୍ଟ ରୋର ସିଟ୍ ଦିଆଯାଉଛି ।
ସାତ ଥର ଲୋକ ସଭାର ସଦସ୍ୟ ଥିବା ଚିଦାମ୍ବରମ ପାର୍ଲାମେଣ୍ଟର ଅପର ହାଉରେ ନିଜର ଦ୍ୱିତୀୟ କାର୍ଯ୍ୟକାଳ ପୁରା କରୁଛନ୍ତି । ଫ୍ରଣ୍ଟ ରୋରେ ଭ୍ୟାକେଂସି କଂଗ୍ରେସ ନେତା ଏକେ ଅଣ୍ଟୋନି ଓ ଆନନ୍ଦ ଶର୍ମାଙ୍କ ରିଟାୟରମେଣ୍ଟ ସହ ହୋଇଥିଲା । ଚିଦାମ୍ବରମଙ୍କ ପ୍ରମୋଶନ ଆର୍ଥିକ ବର୍ଷ ୨୦୨୩-୨୪ର ସାଧାରଣ ବଜେଟ ପୂର୍ବରୁ ହୋଇଥିଲା । ଏହାସହ ସେ ବିରୋଧି ଦଳର ପ୍ରମୁଖ ବକ୍ତାଙ୍କ ମଧ୍ୟରୁ ଜଣେ ।
ଏହା ବ୍ୟତୀତ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜ୍ୟ ସଭା ଏମପି ମନମୋହନ ସିଂଙ୍କ ସିଟରେ ବି ପରିବର୍ତ୍ତନ କରାଯାଇଛି । ମନମୋହନ ସିଂ ରାଜ୍ୟ ସଭାରେ ଆଗ ଧାଡିରେ ବସୁଥିଲେ ହେଲେ ଏବେ ତାଙ୍କୁ ପଛକୁ ପଠାଇ ଦିଆଯାଇଛି । ସେ ଶେଷ ଲାଇନରେ ବସିବେ । ମନମୋହନ ସିଂ ଏବେ ଅସୁସ୍ଥ ଅଛନ୍ତି ଓ ହ୍ୱିଲ ଚେୟାରରେ ବସୁଛନ୍ତି, ତେଣୁ ଏହାକୁ ନଜରରେ ରଖି ତାଙ୍କୁ ପଛକୁ ସିଟ୍ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri