Posted inଜାତୀୟ

ରାଜ୍ୟ ସଭାର ଫ୍ରଣ୍ଟ ରୋରେ ବସିବେ ଚିଦାମ୍ବରମ, ଦିଗବିଜୟ, ପଛକୁ ଗଲେ ମନମୋହନ

ନୂଆଦିଲ୍ଲୀ,୩ ।୨: ପୂର୍ବତନ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ରାଜ୍ୟ ସଭାରେ ବସିବାର ସିଟରେ ପରିବର୍ତ୍ତନ କରାଯାଇଛି । ରାଜ୍ୟ ସଭାରେ ଚିଦାମ୍ବରମଙ୍କ ବସିବାରୁ ନେଇ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇ ଏବେ ତାଙ୍କୁ ଫ୍ରଣ୍ଟ ରୋରେ ଏକ ସିଟ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ପାର୍ଲାମେଣ୍ଟର କେତେଜଣ ବରିଷ୍ଠ ସଦସ୍ୟ ବା ଏମପି, ପୂର୍ବତନ ପ୍ରଧାନମନ୍ତ୍ରୀ ଓ ସଂସଦୀୟ ଦଳର ଯୋଗ୍ୟ ନେତାଙ୍କୁ ଫ୍ରଣ୍ଟ ରୋର ସିଟ୍ ଦିଆଯାଉଛି ।
ସାତ ଥର ଲୋକ ସଭାର ସଦସ୍ୟ ଥିବା ଚିଦାମ୍ବରମ ପାର୍ଲାମେଣ୍ଟର ଅପର ହାଉରେ ନିଜର ଦ୍ୱିତୀୟ କାର୍ଯ୍ୟକାଳ ପୁରା କରୁଛନ୍ତି । ଫ୍ରଣ୍ଟ ରୋରେ ଭ୍ୟାକେଂସି କଂଗ୍ରେସ ନେତା ଏକେ ଅଣ୍ଟୋନି ଓ ଆନନ୍ଦ ଶର୍ମାଙ୍କ ରିଟାୟରମେଣ୍ଟ ସହ ହୋଇଥିଲା । ଚିଦାମ୍ବରମଙ୍କ ପ୍ରମୋଶନ ଆର୍ଥିକ ବର୍ଷ ୨୦୨୩-୨୪ର ସାଧାରଣ ବଜେଟ ପୂର୍ବରୁ ହୋଇଥିଲା । ଏହାସହ ସେ ବିରୋଧି ଦଳର ପ୍ରମୁଖ ବକ୍ତାଙ୍କ ମଧ୍ୟରୁ ଜଣେ ।
ଏହା ବ୍ୟତୀତ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜ୍ୟ ସଭା ଏମପି ମନମୋହନ ସିଂଙ୍କ ସିଟରେ ବି ପରିବର୍ତ୍ତନ କରାଯାଇଛି । ମନମୋହନ ସିଂ ରାଜ୍ୟ ସଭାରେ ଆଗ ଧାଡିରେ ବସୁଥିଲେ ହେଲେ ଏବେ ତାଙ୍କୁ ପଛକୁ ପଠାଇ ଦିଆଯାଇଛି । ସେ ଶେଷ ଲାଇନରେ ବସିବେ । ମନମୋହନ ସିଂ ଏବେ ଅସୁସ୍ଥ ଅଛନ୍ତି ଓ ହ୍ୱିଲ ଚେୟାରରେ ବସୁଛନ୍ତି, ତେଣୁ ଏହାକୁ ନଜରରେ ରଖି ତାଙ୍କୁ ପଛକୁ ସିଟ୍ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri