ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି କ୍ଷତିକାରକ ରାସାୟନିକ ପଦାର୍ଥ ଯଥା ସ୍କ୍ଲୋରୋଫ୍ଲୋରୋ କାର୍ବନ (ସିଏଫ୍‌ସିଏସ୍‌) ପୃଥିବୀରେ ଅପୂରଣୀୟ କ୍ଷତି ଘଟାଇଥିଲା। ଏହା ଉପରେ ତ୍ୱରିତ ପଦକ୍ଷେପ ନ ନେବାରୁ ଆମେ ଜଳବାୟୁ ଅସ୍ଥିରତା, ପରିସଂସ୍ଥାର କ୍ଷୟ ଏବଂ ଖାଦ୍ୟ ବ୍ୟବସ୍ଥା ଭୁଶୁଡ଼ିବା ଭଳି ବିପଦର ସମ୍ମୁଖୀନ ହେଲୁ। ଯେଉଁ ପରିଣାମ ସମ୍ପର୍କରେ ଆମେ କେବେ ଭାବି ନ ଥିଲୁ, ତାହା ବାସ୍ତବରେ ଯନ୍ତ୍ରଣାଦାୟକ ହେଲା। କିନ୍ତୁ ସେତେବେଳେ ଓଜୋନ୍‌ ସ୍ତରର ସୁରକ୍ଷା ପାଇଁ ମାନବ ସମାଜ ଏକାଠି ହେବା ସବୁଠାରୁ ଉଲ୍ଲେଖନୀୟ ଘଟଣା ଥିଲା। ନୋବେଲ ବିଜେତା ବୈଜ୍ଞାନିକ ପଲ୍‌ କ୍ରୁଟ୍‌ଜେନ୍‌, ମାରିଓ ମୋଲିନା ଏବଂ ଶେର୍‌ଉଡ୍‌ ରୋଲାଣ୍ଡଙ୍କ ଚେତାବନୀକୁ ଦେଖିଲେ ଜଣାଯାଏ ଯେ, ସେମାନଙ୍କ ଗବେଷଣା ବିପଦର ଗମ୍ଭୀରତାକୁ ସାମ୍ନାକୁ ଆଣିଥିଲା। ଆମେ ବୈଜ୍ଞାନିକ ପ୍ରମାଣକୁ ଅଣଦେଖା କିମ୍ବା ନାକଚକରି ନ ଥିଲୁ କି ଆମେ ତାହାକୁ ଅସ୍ବୀକାର କରିନାହଁୁ। କିନ୍ତୁ ଦାବି କରୁଛୁ ଯେ ତାହା କଠିନ ଆହ୍ବାନ ଥିଲା। ଅନ୍ୟପଟେ ବିଶ୍ୱ ସମୁଦାୟ ଏକ ସମାବେଶୀ ପଦକ୍ଷେପର ଜରୁରୀ ଆବଶ୍ୟକତାକୁ ସ୍ବୀକାର କରିଥିଲା।
ବୈଜ୍ଞାନିକ ଜ୍ଞାନକୁ ବ୍ୟବହାରକରି ସମଗ୍ର ଶିଳ୍ପଗୁଡ଼ିକ ପରିବର୍ତ୍ତିତ ହୋଇଛି ଏବଂ ଦେଶକୁ ସଙ୍କଟରୁ ରକ୍ଷାକରିବା ଲାଗି ନ୍ୟାୟସଙ୍ଗତ ନୀତିସବୁ ଲାଗୁ କରାଗଲେ ବି ତାହା ସମସ୍ୟା ସମାଧାନ କରିପାରିଲାନାହିଁ। କିନ୍ତୁ ୧୯୭ ଦେଶ ଦ୍ୱାରା ଅନୁମୋଦିତ ମଣ୍ଟ୍ରିଲ ପ୍ରୋଟୋକଲ ଓଜୋନ୍‌ ଅବକ୍ଷୟର କାରଣ ପାଲଟୁଥିବା ପାଖାପାଖି ୯୯% ଦ୍ରବ୍ୟକୁ ଧୀରେ ଧୀରେ ଦୂରେଇଦେଇଛି। ଏହା ସହ ସିଏଫ୍‌ସିଏସ୍‌ ବ୍ୟବହାର ହ୍ରାସ ଏବଂ ଏହା ବଦଳରେ ଅନ୍ୟ ରାସାୟନିକ ବ୍ୟବହାର ଦ୍ୱାରା ଜଳବାୟୁ ପରିବର୍ତ୍ତନ ଅତିକମ୍‌ରେ ଏକ ଦଶନ୍ଧି ପର୍ଯ୍ୟନ୍ତ ଧିମା ରହିଛି। ଓଜୋନ୍‌ ସ୍ତର ସୁରକ୍ଷା ଲାଗି ଏହି ସଫଳ ବୈଶ୍ୱିକ ପଦକ୍ଷେପ ଆମ ସମସ୍ତଙ୍କ ପାଇଁ ଏକ ଆଶାର କିରଣ ସଞ୍ଚାର କରିଛି। ଏହା ମାନବ ଜଗତର ଏକ ବୃହତ୍‌ ପରିବେଶଗତ ସଫଳତା। ପ୍ରତିବଦ୍ଧତା, ନିଷ୍ଠା ଏବଂ ଦୃଢ଼ ଲକ୍ଷ୍ୟ ନେଇ ଏକାଠି କାମ କଲେ ଆମେ କ’ଣ ହାସଲ କରିପାରୁ ତାହା ଏହା ପ୍ରତିପାଦିତ କରୁଛି। କିନ୍ତୁ ଏହା ବି ଏକ ଚେତାବନୀ ଭାବରେ କାର୍ଯ୍ୟ କରିପାରେ। ଜୋହାନ୍‌ ରକ୍‌ଷ୍ଟ୍ରୋମ୍‌ ଏବଂ ୨୮ ଅନ୍ୟ ପ୍ରତିଷ୍ଠିତ ଜଳବାୟୁ ବୈଜ୍ଞାନିକ ୨୦୨୩ରେ ଏକ ନୂତନ ତଥା ଆଶ୍ଚର୍ଯ୍ୟଜନକ ବାସ୍ତବତା ପ୍ରକାଶ କରିଥିଲେ, ଯାହା କାଳ ବିଳମ୍ବ ନ କରି ପୃଥିବୀର ସୁରକ୍ଷା ପାଇଁ ଏକ ସମାବେଶୀ ଆଭିମୁଖ୍ୟ ଗ୍ରହଣ କରିବାର ଆବଶ୍ୟକତାକୁ ଦର୍ଶାଇଛି।
୨୦୦୯ରେ ରକ୍‌ଷ୍ଟ୍ରୋମ୍‌ ଏବଂ ଅନ୍ୟମାନଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ପ୍ଳାନେଟାରି ବାଉଣ୍ଡରିଜ୍‌ ମଡେଲ (ଯାହା ଏକ ସୀମା ମଧ୍ୟରେ ମାନବ ସମାଜର ବିକାଶ ଜାରି ରଖିବା ସହ ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରେ)। ସୁସ୍ଥ ପୃଥିବୀ ପାଇବା ଲାଗି ଏହା ଏକ ଅତି ଦରକାରୀ ଢାଞ୍ଚା ପ୍ରଦାନ କରିଥାଏ। ଏହା ଜଳବାୟୁ, ମଧୁରଜଳର ଉପଲବ୍ଧତା, ଜୈବ ବିବିଧତା ଏବଂ ଜମି ବ୍ୟବହାର ସମେତ ୯ଟି ପରସ୍ପର ସହ ଜଡ଼ିତ ବିଷୟକୁ ଚିହ୍ନଟ କରିଛି। ଏହା ପୃଥିବୀର ସ୍ଥିରତା ଏବଂ ବାସୋପଯୋଗୀ ପରିବେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରକ୍‌ଷ୍ଟ୍ରୋମ୍‌ ଏବଂ ତାଙ୍କର ସହ ଗବେଷକମାନେ ନିକଟରେ କରିଥିବା ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ, ପ୍ଳାନେଟାରି ବାଉଣ୍ଡରିଜ୍‌ ମଡେଲର ୯ଟି ବିଷୟ ମଧ୍ୟରୁ ୬ଟି ଉଲ୍ଲଂଘନ କରାଯାଇସାରିଛି, ଯାହା ପୃଥିବୀକୁ ଏକ ବିପଜ୍ଜନକ ପଥରେ ରଖିଛି। ଏହାଦ୍ୱାରା ପୃଥିବୀର ସହନୀୟତା କ୍ଷୁଣ୍ଣ ହେବା ସହ ମାନବ ସୁସ୍ଥତା ପ୍ରତି ବିପଦ ଦେଖାଦେଇଛି। ଉଲ୍ଲେଖନୀୟ ଯେ, ଓଜୋନ୍‌ ସ୍ତର ହେଉଛି ଏକମାତ୍ର କ୍ଷେତ୍ର ଯାହା ଉନ୍ନତିର ସଙ୍କେତ ଦେଉଛି।
ପୃଥିବୀ ଏକ ପରସ୍ପର ସହ ସଂଯୁକ୍ତ ସିଷ୍ଟମ ଭାବରେ କାର୍ଯ୍ୟ କରୁଥିବାରୁ ଅନ୍ୟ ସମସ୍ୟାଗୁଡ଼ିକ ଉପରେ ଧ୍ୟାନ ନ ଦେଲେ ଆମେ କେବଳ ଗୋଟିଏ ସମସ୍ୟାର ସମାଧାନ କରିପାରିବା ନାହିଁ। ପୃଥିବୀର ବାସସ୍ଥାନକୁ ସୁରକ୍ଷିତ ରଖିବାରେ ପ୍ଳାନେଟାରି ବାଉଣ୍ଡରିଜ ମଡେଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଅବଗତ ଥାଇ ମଧ୍ୟ ଆମେ ବିପର୍ଯ୍ୟୟର ଗତିପଥକୁ ବନ୍ଦ କରିବା ପାଇଁ ନିର୍ଣ୍ଣାୟକ ପଦକ୍ଷେପ ନେଇନାହୁଁ। ଉଦାହରଣ ସ୍ବରୂପ, ଆମେ ଜାଣୁ ଯେ ୧୦ ଲକ୍ଷରୁ ଅଧିକ ପ୍ରଜାତିର ଜୀବ ବିଲୁପ୍ତହେବାକୁ ଯାଉଛନ୍ତି, ଯାହା ସମଗ୍ର ପରିସଂସ୍ଥାର ପତନ ଘଟାଇପାରେ। ଏହା ମଧ୍ୟ ଆମେ ଜାଣୁ ଯେ, ନାଇଟ୍ରୋଜେନ୍‌ ଏବଂ ଫସ୍‌ଫରସ୍‌ ମହାସାଗର ଓ ମଧୁରଜଳ ପ୍ରଣାଳୀରେ ବିଷାକ୍ତ ପ୍ରବାଳ ବୃଦ୍ଧି କରୁଛି, ଫଳରେ ଜୈବ-ଭୂ ରସାୟନ ପ୍ରବାହ ସୀମା ଭଙ୍ଗ ହେଉଛି। ସେହିପରି ରାସାୟନିକ ପ୍ରଦୂଷଣର ବିପଜ୍ଜନକ ସ୍ତରଗୁଡ଼ିକୁ ସାମ୍ନା କରିବା ସହ ଆମ ପିଲାମାନଙ୍କୁ ସୂକ୍ଷ୍ମ ପ୍ଲାଷ୍ଟିକ କଣିକା ଖାଇବାକୁ ଦେବା ଦ୍ୱାରା ମଣିଷ ତିଷ୍ଠି ରହିବା ଲାଗି ଆବଶ୍ୟକ ଜୀବନ ବଞ୍ଚିବାର ପ୍ରଣାଳୀ ପ୍ରତି ସଙ୍କଟ ସୃଷ୍ଟିହେଉଛି।
ପୃଥିବୀର ସ୍ଥାୟିତ୍ୱକୁ ପୁନଃ ସ୍ଥାପନ କରିବା ପାଇଁ ବିଶ୍ୱର ସରକାରଗୁଡ଼ିକ ୯ଟି ପ୍ଲାନେଟାରି ବାଇଣ୍ଡରିଜ୍‌ର ଆବଶ୍ୟକତାକୁ ସ୍ବୀକାର କରିବା ଆବଶ୍ୟକ। ସବୁଜଗୃହ ବାଷ୍ପ ନିର୍ଗମନ ହ୍ରାସ ଏବଂ ଜୈବ ବିବିଧତା ଓ ଜଳଉତ୍ସର ସୁରକ୍ଷା ପାଇଁ ଏକ ନିରନ୍ତର ପ୍ରତିବଦ୍ଧତା ଆବଶ୍ୟକ। ଆମେ ସହଯୋଗ କଲେ ସଫଳ ହେବାର ସମ୍ଭାବନା ଅଧିକ ରହିବ। ଅନ୍ତର୍ଜାତୀୟ ସମୁଦାୟ ଓଜୋନ୍‌ ସ୍ତରକୁ ସୁଧାରିବା ପାଇଁ ଯେଭଳି ଚୁକ୍ତିବଦ୍ଧ ହୋଇଥିଲେ ସେଭଳି ଏକାଠି ହୋଇ ଯଦି କାମ କରନ୍ତି , ତେବେ ସଫଳତା ନିଶ୍ଚିତ ମିଳିବ ବୋଲି ଆଶା କରାଯାଏ। କିନ୍ତୁ ପ୍ରଥମରେ, ଆମେ ଆଦିବାସୀ ଓ ସ୍ଥାନୀୟ ସମୁଦାୟଙ୍କ ପରାମର୍ଶ ପ୍ରତି ଧ୍ୟାନଦେବା ଦରକାର। ପ୍ରକୃତି ଆମକୁ କ’ଣ କହୁଛି ତାହା ମଧ୍ୟ ଶୁଣିବା ଦରକାର। ବିଶ୍ୱ ଜନସଂଖ୍ୟାର ୫%ରୁ କମ୍‌ ହେବା ସତ୍ତ୍ୱେ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ପୃଥିବୀର ବୁଦ୍ଧିମାନ ସଂରକ୍ଷକ ଭାବେ କାମ କରି ବିଶ୍ୱର ଭୂମି, ସମୁଦ୍ରର ଏକଚତୁର୍ଥାଂଶ ଏବଂ ୮୦% ଜୈବ ବିବିଧତାର ସୁରକ୍ଷା କରୁଛନ୍ତି।
ଏହି ଦୃଷ୍ଟିକୋଣ ନେଇ ଆଗକୁ ବଢ଼ିବା ପାଇଁ ଆମେ ପ୍ଲାନେଟାରି ଗାର୍ଡିଆନ୍ସ ସହ ଆମର ଶକ୍ତିକୁ ଏକାଠି କରିଛୁ। ପ୍ଲାନେଟାରି ଗାର୍ଡିଆନ୍ସ ଏକ ଅଣ ଲାଭକାରୀ ସଂସ୍ଥା। ବୈଶ୍ୱିକ ନେତା, ବୈଜ୍ଞାନିକ ଏବଂ ପରିବେଶବିତ୍‌ଙ୍କ ସମର୍ଥନ ଏହା ପଛରେ ରହିଛି। ସମାବେଶୀ ବା ସମ୍ମିଳିତ ଜଳବାୟୁ ପଦକ୍ଷେପ ଉପରେ ବିଚାର ଓ ମାର୍ଗଦର୍ଶନ କରିବା ଲାଗି ଏହାକୁ ଏକ ଢାଞ୍ଚା ଭାବେ ଏହାର ଗ୍ରହଣୀୟତାକୁ ପ୍ରୋତ୍ସାହିତ କରିବା ଆମର ଲକ୍ଷ୍ୟ ହେବା ଦରକାର।
ବିଭିନ୍ନ ଦେଶ, ଶିଳ୍ପ, ବୟସ ବର୍ଗ ତଥା ଲିଙ୍ଗ ଏବଂ ସଂସ୍କୃତିର ନେତାମାନଙ୍କୁ ଏକାଠିକରି ପୃଥିବୀର ସୁରକ୍ଷା ପାଇଁ ସମାଧାନର ବାଟ ଖୋଜିବା ସକାଶେ ପ୍ଲାନେଟାରି ଗାର୍ଡିଆନ୍ସ ଆମର ବିବିଧ ପୃଷ୍ଠଭୂମି ଏବଂ ଅଭିଜ୍ଞତାକୁ ଉପଯୋଗ କରିବାକୁ ଲକ୍ଷ୍ୟ ରଖିଛିି। ପୃଥିବୀର ସଂସାଧନ ସବୁ ସୀମିତ ଥିବାବେଳେ ମାନବୀୟ ସୃଜନାମତ୍କ ଶକ୍ତି ଏବଂ ଜଟିଳ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଆମର ଦକ୍ଷତା ସୀମିତ ନୁହେଁ। ପ୍ରଶ୍ନ ହେଉଛି, ଭବିଷ୍ୟତ ପିଢ଼ି ପାଇଁ ଆମେ କି ପ୍ରକାର ପୃଥିବୀ ଛାଡ଼ିଯିବାକୁ ଚାହୁଁଛୁ। ଏହା ନିଶ୍ଚତ ଯେ,ଏହାର କୌଣସି ସରଳ ଉତ୍ତର ନାହିଁ। ଆମେ ଯେଉଁ ପଦକ୍ଷେପ ନେବାକୁ ଚାହୁଁଛୁ ତାହା ଉପରେ ଆମ ଭବିଷ୍ୟତ ନିର୍ଭର କରେ। କିିନ୍ତୁ ଓଜୋନ୍‌ ସ୍ତରକୁ ସୁରକ୍ଷା କରିବାରେ ଆମେ ଦେଖାଇଦେଇଛୁ ଯେ, ତ୍ୱରିତ, ତଥ୍ୟଭିତ୍ତିକ ତଥା ସାମୂହିକ ପଦକ୍ଷେପ ପୃଥିବୀରେ ମାନବ ଜୀବନ ବଜାୟ ରଖିବା ପାଇଁ ଆବଶ୍ୟକ ପରିବର୍ତ୍ତନକୁ କିଭଳି ସହଜ କରିପାରେ।

  • ରବର୍ଟ ରେଡ୍‌ଫୋର୍ଡ, ସହ ପ୍ରତିଷ୍ଠାତା, ରେଡ୍‌ଫୋର୍ଡ ସେଣ୍ଟର
  • ଜିୟେ ବାଷ୍ଟିଡା, ସହ ପ୍ରତିଷ୍ଠାତା, ରି-ଆର୍ଥ ଇନିସିଏଟିଭ

Enter your email to get our daily news in your inbox.

All Right Reserved By Dharitri.Com

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?