ଓୟୋ ବ୍ୟାଙ୍କରପ୍ସି ଫାଇଲିଂ କରିନାହିଁ: ରିତେଶ

ନୂଆଦିଲ୍ଲୀ:  ଓୟୋ ରୁମ୍ସ ଦେବାଳିଆ ହେବା ଫଳରେ ବ୍ୟାଙ୍କ୍ରପ୍ସି ଫାଇଲିଂ କରିଥିବା ଏକ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହାକୁ ନେଇ କମ୍ପାନୀର ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲ ଟୁଇଟ ଯୋଗେ ସ୍ପଷ୍ଟୀକରଣ ଦେଇଛନ୍ତି। ଟୁଇଟରେ ସେ କହିଛନ୍ତି, ଓୟୋ ବ୍ୟାଙ୍କ୍ରପ୍ସି ଫାଇଲିଂ କରିନାହିଁ। ଏଭଳି ଖବରର କୌଣସି ସତ୍ୟତା ନାହିଁ। ଓୟୋ ବ୍ୟାଙ୍କ୍ରପ୍ସି ଫାଇଲିଂ କରିଥିବା ଏକ ପିଡିଏଫ୍‌ ଏବଂ ମେସେଜ ପ୍ରସାରିତ ହେଉଥିବା ଦେଖିବାକୁ ମିଳିଛି, ଯାହା ସମ୍ପୂର୍ଣ୍ଣ ଭାବେ ସତ ନୁହେଁ। ଆମର ଏକ ସହଯୋଗୀ ସଂସ୍ଥା ପରିଚାଳନା ଗତ ଋଣ ପ୍ରଦାନକାରୀଙ୍କ କିଛି ପରିମାଣର ଅର୍ଥ ବର୍ତ୍ତମାନ ପଇଠ କରିବାକୁ ସମସ୍ୟା ଉପୁଜିଛି। ଫଳରେ ସେମାନେ ଏନ୍‌ସିଏଲ୍‌ଟିଙ୍କ ନିକଟରେ କର୍ପୋରେଟ ଇନ୍‌ସଲଭେନ୍ସି ଆବେଦନ କରିଛନ୍ତି। ଏହି ଆବେଦନକୁ ଏନ୍‌ସିଏଲ୍‌ଟି ଗ୍ରହଣ କରିଛନ୍ତି। ଏନ୍‌ସିଏଲ୍‌ଟି ଅର୍ଡରକୁ ବର୍ତ୍ତମାନ ନ୍ୟାଶନାଲ କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଏଟି)ରେ ଆବେଦନ କରାଯାଇଥିବା ରିତେଶ କହିଛନ୍ତି। ବିବାଦୀୟ ରାଶିକୁ ବର୍ତ୍ତମାନ ପଇଠ କରାଯାଇଥିବା ରିତେଶ ସ୍ପଷ୍ଟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ମାମଲା ବର୍ତ୍ତମାନ ବିଚାରାଧୀନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ଏହି ୫ଟି ଦେଶରୁ ଭାରତକୁ ଆସୁଛି ବିପୁଳ ପରିମାଣରେ ସୁନା, ଜାଣନ୍ତୁ କେତେ ଟଙ୍କାର ହେଉଛି କାରବାର

ନୂଆଦିଲ୍ଲୀ,୧୪।୨:ଭାରତରେ ସୁନା ଆମଦାନୀକାରୀ: ଭାରତ ବିଶ୍ୱର ସବୁଠାରୁ ବଡ଼ ସୁନା ଆମଦାନୀକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଦେଶରେ ସୁନା ଉତ୍ପାଦନ ବହୁତ କମ, ଯେତେବେଳେ ଚାହିଦା (ଅଳଙ୍କାର,…

ଯୁବପିଢିଙ୍କୁ ପ୍ରତି ମାସରେ ମିଳିବ ୧୫୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ…

କୋଲକାତା,୧୪।୨: ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି ଯେ ତାଙ୍କର ନୂତନ ଯୋଜନା, “ବାଙ୍ଗଲାର ଯୁବ ସାଥୀ”, ଏପ୍ରିଲ 1 ରୁ ଆରମ୍ଭ ହେବ। ଏହି ଯୋଜନା ମୂଳତଃ…

ଘର କିଣିବା ପାଇଁ ‘ଜଏଣ୍ଟ ହୋମ୍‌ ଲୋନ୍‌’ ନେବାକୁ ଚାହୁଁଛନ୍ତି କି? ବୁଝିନିଅନ୍ତୁ ଏହାର ଲାଭ-କ୍ଷତିର ହିସାବ…

ନୂଆଦିଲ୍ଲୀ,୧୩।୨: ଘର କିଣିବା ପାଇଁ ଆଜିକାଲି ‘ଜଏଣ୍ଟ ହୋମ ଲୋନ୍‌’ (Joint Home Loan) ବା ଯୁଗ୍ମ ଗୃହ ଋଣ ଏକ ଲୋକପ୍ରିୟ ବିକଳ୍ପ ପାଲଟିଛି। ବିଶେଷ…

ଦେଶରେ ବୃଦ୍ଧି ପାଉଛି ବ୍ୟକ୍ତିଗତ ଆୟକର, ମଧ୍ୟବିତ୍ତଙ୍କ ପାଇଁ ଏପରି ପ୍ରତିକ୍ରିୟା ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩।୨: ଦେଶରେ ବୃଦ୍ଧି ପାଉଥିବା ବ୍ୟକ୍ତିଗତ ଆୟକର ସଂଗ୍ରହର ଉପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ। ”ଆୟକର ସଂଗ୍ରହ ଅର୍ଥ ଏହା ନୁହେଁ ଯେ ମଧ୍ୟବିତ୍ତ ଶ୍ରେଣୀ ଚାପରେ…

ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ: ଜାଣନ୍ତୁ ଭୁବନେଶ୍ୱରରେ କେତେ ଅଛି ମୂଲ୍ୟ

ଭୁବନେଶ୍ବର,୧୩।୨: ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସ ଯୋଗୁଁ ଭାରତୀୟ ବଜାରରେ ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ଶୁକ୍ରବାର ମଲ୍ଟି କମୋଡିଟି…

ବିଶ୍ୱ ବଜାରରେ କମିଲା ତୈଳ ଦର, ଭାରତରେ କମିବ କି ?

ନୂଆଦିଲ୍ଲୀ,୧୩।୨: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ କ୍ରମାଗତ ହ୍ରାସ ପରିଲକ୍ଷିତ ହେଉଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ତୈଳ ଦର କ୍ରମାଗତ ଦ୍ୱିତୀୟ ସପ୍ତାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri