ରେଭେନ୍‌ଶାରେ ହେବ ଅମ୍ଳଜାନ ଶୁଦ୍ଧତା ପରୀକ୍ଷା

କଟକ,୧୪ା୭(ସୁପ୍ରିୟା ପ୍ରିୟଦର୍ଶିନୀ):ଭାରତ ସରକାରଙ୍କ ନ୍ୟାଶନାଲ ଆକ୍ରିଡିଏଶନ ବୋର୍ଡ ଫର୍‌ ଟେଷ୍ଟିଂ ଆଣ୍ଡ୍‌ କାଲିବ୍ରେଶନ ଲାବୋରୋଟୋରିଜ୍‌ (ଏନ୍‌ଏବିଏଲ୍‌)ରୁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟକୁ ମାନ୍ୟତା ମିଳିଛି। ରାଜ୍ୟର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ରେଭେନ୍‌ଶା ଏହି ମାନ୍ୟତା ପାଇଛି। ଏଥିସହ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ଇତିହାସରେ ଆଉ ଏକ ନୂତନ ଫର୍ଦ୍ଦ ଯୋଡ଼ି ହୋଇଛି। ଏଣିକି ରେଭେନ୍‌ଶାରେ ଅକ୍ସିଜେନର ଶୁଦ୍ଧତା ପରୀକ୍ଷା କରାଯାଇପାରିବ। ରସାୟନ ବିଜ୍ଞାନ ବିଭାଗରେ ଏହାର ଲାବୋରେଟୋରି କାର୍ଯ୍ୟ ଆରମ୍ଭ ହୋଇଛି। ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲରେ ରୋଗୀସେବା କ୍ଷେତ୍ରରେ ବ୍ୟବହାର ହେଉଥିବା ଅକ୍ସିଜେନର ଶୁଦ୍ଧତା ଓ ମାନକୁ ଏହି ଲାବୋରେଟୋରିଜ୍‌ରେ ପରୀକ୍ଷା କରାଯାଇ ସାର୍ଟିଫିକେଟ ହାସଲ କରିପାରିବେ। ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ପ୍ରଦତ୍ତ ୫୫ ଲକ୍ଷ ଟଙ୍କା ବ୍ୟୟରେ ଏହା ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ସ୍ଥାପନ କରାଯାଇଛି।
ଏହି ପଦ୍ଧତି ଅନୁଯାୟୀ ଏକ ଅମ୍ଳଜାନ ସିଲିଣ୍ଡରରେ କେତେ ପ୍ରତିଶତ ଅମ୍ଳଜାନ, କାର୍ବନ ଡାଇଅକ୍ସାଇଡ, ନାଇଟ୍ରୋଜେନ ଓ କାର୍ବନ ମନୋଅକ୍ସାଇଡ୍‌ ରହିଛି ତାହାକୁ ଯାଞ୍ଚ କରାଯିବ। ସାଧାରଣତଃ ରୋଗୀସେବା କ୍ଷେତ୍ରରେ ବ୍ୟବହୃତ ଅକ୍ସିଜେନ ସିଲିଣ୍ଡରରେ ୯୩ ପ୍ରତିଶତ ଅମ୍ଳଜାନ, ୫ ପିପିଏମ୍‌ କାର୍ବନ ମନୋଅକ୍ସାଇଡ, ୩୦୦ ପିପିଏମ୍‌ କାର୍ବନ ଡାଇଅକ୍ସାଇଡ ଏବଂ ନାଇଟ୍ରୋଜେନ ୫ରୁ ୬ ପ୍ରତିଶତ ରହିବା ଆବଶ୍ୟକ। ଏହାଠାରୁ ଅଧିକ ଥିଲେ, ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ସୂଚନା ମିଳିପାରିବ।
ଏଭଳି ପଦ୍ଧତି ଦ୍ୱାରା କଟକ ସମେତ ରାଜ୍ୟର ବିଭିନ୍ନ ମେଡିକାଲରେ ବ୍ୟବହୃତ ହେଉଥିବା ଅକ୍ସିଜେନ ସିଲିଣ୍ଡରଗୁଡ଼ିକର ମାନ ଓ ଶୁଦ୍ଧତା ପରୀକ୍ଷା କରାଯାଇ ପାରିବ। ୨୦୧୬ ମସିହାରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗରେ ଗ୍ୟାସ୍‌ କ୍ରୋମାଟୋଗ୍ରାଫି-ମାସ୍‌ ସ୍ପେକ୍ଟ୍ରୋମେଟ୍ରି (ଜିସି-ଏମ୍‌ଏସ୍‌) ଲ୍ୟାବ୍‌ ପ୍ରତିଷ୍ଠା କରାଯାଇଥିଲା। ଏହା ଛାତ୍ରୀଛାତ୍ରଙ୍କ ଗବେଷଣା ଅଧ୍ୟୟନ ନିମନ୍ତେ ବ୍ୟବହାର ହେଉଥିଲା। ତେବେ କରୋନା ସମୟରେ ରାଜ୍ୟରେ ଅମ୍ଳଜାନର ଅଭାବ ଦେଖାଦେଇଥିଲା। ଏହି ସମୟରେ କେତେଜଣ ପ୍ରଫେସର ଏବଂ ବହୁ ଘରୋଇ ସଂସ୍ଥା ରେଭେନ୍‌ଶାରେ ଅମ୍ଳଜାନ ଶୁଦ୍ଧତା ପରୀକ୍ଷା ସୁବିଧା କରିବାକୁ ପ୍ରସ୍ତାବ ଦେଇଥିଲେ। ପରେ ବିଭାଗ ଦ୍ୱାରା ପ୍ରୟାସ ଆରମ୍ଭ ହୋଇଥିଲା। ତତ୍କାଳୀନ ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ସିଦ୍ଧାର୍ଥ ଭରଦ୍ୱାଜ, ଆସୋସିଏଟ୍‌ ପ୍ରଫେସର ଡ. ପୂର୍ଣ୍ଣେନ୍ଦୁ ପାଢ଼ୀ ଏବଂ ଡ. ଜୟ ପ୍ରକାଶ ଦାସ ମିଳିତ ଭାବେ ଏ ଦିଗରେ ଗବେଷଣା କରି ଏକ ପଦ୍ଧତି ପ୍ରସ୍ତୁତ କରିଥିଲେ। ଏଥିପାଇଁ ସେମାନଙ୍କୁ ପ୍ରାୟ ୧୨ ମାସ ସମୟ ଲାଗିଥିଲା। ଏହାପରେ ଏନ୍‌ଏବିଏଲ୍‌ର ଦୁଇଜଣିଆ ଟିମ୍‌ ରେଭେନ୍‌ଶାକୁ ସର୍ଭେ କରିବାକୁ ଆସିଥିଲେ। ଅମ୍ଳଜାନ ପରୀକ୍ଷାର ସୁବିଧା ଏବଂ ପରୀକ୍ଷା ପଦ୍ଧତିକୁ ଯାଞ୍ଚ କରିବା ପରେ ଗତ ଜୁନରେ ଏହି ମାନ୍ୟତା ପ୍ରଦାନ କରାଯାଇଛି ବୋଲି ବରିଷ୍ଠ ଆସୋସିଏଟ୍‌ ପ୍ରଫେସର ଡ. ଦାସ ସୂଚନା ଦେଇଛନ୍ତି। ତେବେ ଏହାଦ୍ୱାରା ଓଡିଶାକୁ ଅକ୍ସିଜେନ ଶୁଦ୍ଧତା ପରୀକ୍ଷା ନିମନ୍ତେ ଆଉ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିିବ ନାହିଁ। ଓଡ଼ିଶା ନିଜେ ଆତ୍ମନିର୍ଭରଶୀଳ ହୋଇପାରିବ ବୋଲି ଡ. ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri