ରେଭେନ୍‌ଶାରେ ହେବ ଅମ୍ଳଜାନ ଶୁଦ୍ଧତା ପରୀକ୍ଷା

କଟକ,୧୪ା୭(ସୁପ୍ରିୟା ପ୍ରିୟଦର୍ଶିନୀ):ଭାରତ ସରକାରଙ୍କ ନ୍ୟାଶନାଲ ଆକ୍ରିଡିଏଶନ ବୋର୍ଡ ଫର୍‌ ଟେଷ୍ଟିଂ ଆଣ୍ଡ୍‌ କାଲିବ୍ରେଶନ ଲାବୋରୋଟୋରିଜ୍‌ (ଏନ୍‌ଏବିଏଲ୍‌)ରୁ ରେଭେନ୍‌ଶା ବିଶ୍ୱବିଦ୍ୟାଳୟକୁ ମାନ୍ୟତା ମିଳିଛି। ରାଜ୍ୟର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ରେଭେନ୍‌ଶା ଏହି ମାନ୍ୟତା ପାଇଛି। ଏଥିସହ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ଇତିହାସରେ ଆଉ ଏକ ନୂତନ ଫର୍ଦ୍ଦ ଯୋଡ଼ି ହୋଇଛି। ଏଣିକି ରେଭେନ୍‌ଶାରେ ଅକ୍ସିଜେନର ଶୁଦ୍ଧତା ପରୀକ୍ଷା କରାଯାଇପାରିବ। ରସାୟନ ବିଜ୍ଞାନ ବିଭାଗରେ ଏହାର ଲାବୋରେଟୋରି କାର୍ଯ୍ୟ ଆରମ୍ଭ ହୋଇଛି। ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲରେ ରୋଗୀସେବା କ୍ଷେତ୍ରରେ ବ୍ୟବହାର ହେଉଥିବା ଅକ୍ସିଜେନର ଶୁଦ୍ଧତା ଓ ମାନକୁ ଏହି ଲାବୋରେଟୋରିଜ୍‌ରେ ପରୀକ୍ଷା କରାଯାଇ ସାର୍ଟିଫିକେଟ ହାସଲ କରିପାରିବେ। ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ପ୍ରଦତ୍ତ ୫୫ ଲକ୍ଷ ଟଙ୍କା ବ୍ୟୟରେ ଏହା ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ସ୍ଥାପନ କରାଯାଇଛି।
ଏହି ପଦ୍ଧତି ଅନୁଯାୟୀ ଏକ ଅମ୍ଳଜାନ ସିଲିଣ୍ଡରରେ କେତେ ପ୍ରତିଶତ ଅମ୍ଳଜାନ, କାର୍ବନ ଡାଇଅକ୍ସାଇଡ, ନାଇଟ୍ରୋଜେନ ଓ କାର୍ବନ ମନୋଅକ୍ସାଇଡ୍‌ ରହିଛି ତାହାକୁ ଯାଞ୍ଚ କରାଯିବ। ସାଧାରଣତଃ ରୋଗୀସେବା କ୍ଷେତ୍ରରେ ବ୍ୟବହୃତ ଅକ୍ସିଜେନ ସିଲିଣ୍ଡରରେ ୯୩ ପ୍ରତିଶତ ଅମ୍ଳଜାନ, ୫ ପିପିଏମ୍‌ କାର୍ବନ ମନୋଅକ୍ସାଇଡ, ୩୦୦ ପିପିଏମ୍‌ କାର୍ବନ ଡାଇଅକ୍ସାଇଡ ଏବଂ ନାଇଟ୍ରୋଜେନ ୫ରୁ ୬ ପ୍ରତିଶତ ରହିବା ଆବଶ୍ୟକ। ଏହାଠାରୁ ଅଧିକ ଥିଲେ, ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ସୂଚନା ମିଳିପାରିବ।
ଏଭଳି ପଦ୍ଧତି ଦ୍ୱାରା କଟକ ସମେତ ରାଜ୍ୟର ବିଭିନ୍ନ ମେଡିକାଲରେ ବ୍ୟବହୃତ ହେଉଥିବା ଅକ୍ସିଜେନ ସିଲିଣ୍ଡରଗୁଡ଼ିକର ମାନ ଓ ଶୁଦ୍ଧତା ପରୀକ୍ଷା କରାଯାଇ ପାରିବ। ୨୦୧୬ ମସିହାରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗରେ ଗ୍ୟାସ୍‌ କ୍ରୋମାଟୋଗ୍ରାଫି-ମାସ୍‌ ସ୍ପେକ୍ଟ୍ରୋମେଟ୍ରି (ଜିସି-ଏମ୍‌ଏସ୍‌) ଲ୍ୟାବ୍‌ ପ୍ରତିଷ୍ଠା କରାଯାଇଥିଲା। ଏହା ଛାତ୍ରୀଛାତ୍ରଙ୍କ ଗବେଷଣା ଅଧ୍ୟୟନ ନିମନ୍ତେ ବ୍ୟବହାର ହେଉଥିଲା। ତେବେ କରୋନା ସମୟରେ ରାଜ୍ୟରେ ଅମ୍ଳଜାନର ଅଭାବ ଦେଖାଦେଇଥିଲା। ଏହି ସମୟରେ କେତେଜଣ ପ୍ରଫେସର ଏବଂ ବହୁ ଘରୋଇ ସଂସ୍ଥା ରେଭେନ୍‌ଶାରେ ଅମ୍ଳଜାନ ଶୁଦ୍ଧତା ପରୀକ୍ଷା ସୁବିଧା କରିବାକୁ ପ୍ରସ୍ତାବ ଦେଇଥିଲେ। ପରେ ବିଭାଗ ଦ୍ୱାରା ପ୍ରୟାସ ଆରମ୍ଭ ହୋଇଥିଲା। ତତ୍କାଳୀନ ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ସିଦ୍ଧାର୍ଥ ଭରଦ୍ୱାଜ, ଆସୋସିଏଟ୍‌ ପ୍ରଫେସର ଡ. ପୂର୍ଣ୍ଣେନ୍ଦୁ ପାଢ଼ୀ ଏବଂ ଡ. ଜୟ ପ୍ରକାଶ ଦାସ ମିଳିତ ଭାବେ ଏ ଦିଗରେ ଗବେଷଣା କରି ଏକ ପଦ୍ଧତି ପ୍ରସ୍ତୁତ କରିଥିଲେ। ଏଥିପାଇଁ ସେମାନଙ୍କୁ ପ୍ରାୟ ୧୨ ମାସ ସମୟ ଲାଗିଥିଲା। ଏହାପରେ ଏନ୍‌ଏବିଏଲ୍‌ର ଦୁଇଜଣିଆ ଟିମ୍‌ ରେଭେନ୍‌ଶାକୁ ସର୍ଭେ କରିବାକୁ ଆସିଥିଲେ। ଅମ୍ଳଜାନ ପରୀକ୍ଷାର ସୁବିଧା ଏବଂ ପରୀକ୍ଷା ପଦ୍ଧତିକୁ ଯାଞ୍ଚ କରିବା ପରେ ଗତ ଜୁନରେ ଏହି ମାନ୍ୟତା ପ୍ରଦାନ କରାଯାଇଛି ବୋଲି ବରିଷ୍ଠ ଆସୋସିଏଟ୍‌ ପ୍ରଫେସର ଡ. ଦାସ ସୂଚନା ଦେଇଛନ୍ତି। ତେବେ ଏହାଦ୍ୱାରା ଓଡିଶାକୁ ଅକ୍ସିଜେନ ଶୁଦ୍ଧତା ପରୀକ୍ଷା ନିମନ୍ତେ ଆଉ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିିବ ନାହିଁ। ଓଡ଼ିଶା ନିଜେ ଆତ୍ମନିର୍ଭରଶୀଳ ହୋଇପାରିବ ବୋଲି ଡ. ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri