ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମର ସପ୍ତାହ ପରେ ଅଚଳ

ଭଞ୍ଜନଗର,୩୦।୧୨(ଡି.ଏନ.ଏ): କରୋନାର ସମ୍ଭାବ୍ୟ ଚତୁର୍ଥ ଲହରକୁ ସାମନା କରିବାକୁ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଉନ୍ନତୀ ପ୍ରତି ଯେତିକି ଧ୍ୟାନ ଦେବାକଥା ଦେଉନାହାନ୍ତି। ଏହି ଡାକ୍ତରଖାନାରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ହେଉନାହିଁ। କୋଭିଡ୍‌ ମୁକାବିଲା ଲାଗି ସ୍ଥାପନ ହୋଇଥିବା ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମର ସପ୍ତାହେ ପରଠୁ ଅଚଳ ହୋଇଛି। ୨୩ ଡାକ୍ତର ପଦବୀ ଥିବାବେଳେ ବର୍ତ୍ତମାନ ୧୪ ଜଣ ଡାକ୍ତର ଅଛନ୍ତି। ସେଥିମଧ୍ୟରୁ ୨ଜଣ ଡାକ୍ତର ସପ୍ତାହକୁ ୪ ଦିନ ଡେପୁଟେଶନରେ ଗାଲେରି ଏବଂ ଛତ୍ରପୁର ଯାଇଛନ୍ତି। ଫଳରେ ଅଧିକାଂଶ ସମୟ ଏଠାରେ ୧୨ଜଣ ଡାକ୍ତର ରହୁଛନ୍ତି। ୩ ମାସ ପୂର୍ବେ ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ଖାଲିଥିବା ଡ଼ାକ୍ତର ପଦବୀ ପୁରଣ ଦାବିରେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ବେଳେ ଜିଲାର ଅନ୍ୟ ମେଡ଼ିକାଲରୁ ୩ଜଣ ଡାକ୍ତରଙ୍କୁ ଡେପୁଟେସନରେ ଅଣାଯାଇଥିଲା । ଏହାପରେ ଆନ୍ଦୋଳନ ଥମିଯାଇଥିଲା । ଇତିମଧ୍ୟରେ ଡେପୁଟେସନରେ ଆସିଥିବା ୩ ଡାକ୍ତରଙ୍କୁ ନିଜ ସ୍ଥାନକୁ ଫେରାଇ ନିଆଯାଇଛି । ସେହିପରି ଏଠାରେ ୩୩ ନର୍ସ ରହିବା ବଦଳରେ ୨୨ଜଣ ଅଛନ୍ତି । କୋଭିଡ୍‌ ସମୟରେ ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ମେଡ଼ିକାଲରେ ଅକ୍ସିଜେନ୍‌ ପ୍ଲାଣ୍ଟ ବିଭିନ୍ନ ସଂସ୍ଥା ମାଧ୍ୟମରେ ସ୍ଥାପନ ହୋଇଥିଲା। ଭଞ୍ଜନଗର ମେଡ଼ିକାଲ ପରିସରରେ ସ୍ଥାପନ ହୋଇଥିବା ପ୍ଲାଣ୍ଟଟି ଆମେରିକା ଭାରତ ଫାଉଣ୍ଡେଶନ (ଏଆଇଏଫ୍‌) ସହଯୋଗରେ ହୋଇଥିଲା। ଗୁଜରାଟ ଅହମ୍ମଦାବାଦର ଲବ୍‌ ଗ୍ରୁପ୍‌ ପକ୍ଷରୁ ୨୦୨୧ ଅଗଷ୍ଟ ୫ ତାରିଖରେ ପ୍ଲାଣ୍ଟ ସ୍ଥାପନ ହୋଇଥିବା ବେଳେ ସେହିବର୍ଷ ଡିସେମ୍ବରରେ ପରୀକ୍ଷାମୂଳକ ଭାବେ ପ୍ଲାଣ୍ଟ ଚାଲିଥିଲା। ମେଡିକାଲ ଖଟିଆରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ପ୍ରାୟ ଏକ ସପ୍ତାହ ପାଇପ ଯୋଗେ ଅକ୍ସିଜେନ ଯୋଗାଣ ହୋଇଥିଲା। ଏହାପରେ ପ୍ଲାଣ୍ଟ ଅଚଳ ହୋଇପଡ଼ିଛି। ପ୍ଲାଣ୍ଟକୁ ସଚଳ କରିବା ପାଇଁ ଲବ୍‌ ଗ୍ରୁପକୁ ବାରମ୍ବାର ଚିଠି ଲେଖାଯାଇଥିଲା । କିନ୍ତୁ କମ୍ପାନୀ ଏଥିପ୍ରତି ଧ୍ୟାନ ଦେଇ ନ ଥିଲା । ଗତ ମାସରେ କମ୍ପାନୀ ମରାମତି ପାଇଁ ଲକ୍ଷାଧିକ ଟଙ୍କାର ଏକ ଏଷ୍ଟିମେଟ୍‌ ଭଞ୍ଜନଗର ମେଡ଼ିକାଲକୁ ପଠାଇଥିଲା। ଏହାପରେ ମେଡ଼ିକାଲ ପକ୍ଷରୁ ଉକ୍ତ ଏଷ୍ଟିମେଟ ସିଡ଼ିଏମ୍‌ଓଙ୍କ ପାଖକୁ ପଠାଇ


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri