ଅଧିକାରୀ ଓ ହିତାଧିକାରୀ

ଏକ ଜନମଙ୍ଗଳକାରୀ ରାଷ୍ଟ୍ରରେ ଲୋକଙ୍କ ହିତ ଲାଗି ସରକାର ଅନେକ ଯୋଜନା ପ୍ରଣୟନ କରିଥାନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ କେତେକ ପ୍ରାୟ ସବୁ ଲୋକଙ୍କର କାମରେ ଆସୁଥିବା ବେଳେ କେତେକ ଯୋଜନା ଛାତ୍ରୀଛାତ୍ର, କୃଷକ, ଶ୍ରମିକ, ବୃଦ୍ଧାବୃଦ୍ଧ, ଆର୍ଥିକ ଅନଗ୍ରସର, ମହିଳା, ଶିଶୁ ଓ ଭିନ୍ନକ୍ଷମ ଆଦିଙ୍କ ଉପକାରରେ ଆସିଥାଏ। ସରକାର ଏମାନଙ୍କ ଆର୍ଥିକ ଅବସ୍ଥାର ପରିବର୍ତ୍ତନ କରିବା ଲାଗି କଲ୍ୟାଣକାରୀ ଯୋଜନା ମାନ ପ୍ରଣୟନ କରାଇଥାନ୍ତି। ଏହିସବୁ ଯୋଜନା ଲୋକଙ୍କର ହିତରେ ଆସୁଥିବାରୁ ଏମାନେ ହେଲେ ହିତାଧିକାରୀ ବା ଲାଭାର୍ଥୀ। ସେହିପରି ସରକାରୀ ଯୋଜନାଗୁଡିକୁ କାର୍ଯ୍ୟକାରୀ କରାଇବାର ଦାୟିତ୍ୱ ଯେଉଁମାନଙ୍କ ହାତରେ ରହିଥାଏ ସେମାନେ ହେଉଛନ୍ତି ଅଧିକାରୀ। ଏମାନେ ହିତାଧିକାରୀଙ୍କୁ ଯୋଜନା ସମ୍ପର୍କରେ ସବିଶେଷ ସୂଚନା ଦେବା ସହିତ ଆବଶ୍ୟକ ସ୍ଥଳେ ସଚେତନତା ସୃଷ୍ଟି କରାଇବେ, ଆବେଦନ କରିବାର ବାଟ ବତାଇ ଦେବେ, ଆବେଦନକାରୀଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀ ଚୟନ କରିବେ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେମାନେ ଯେଭଳି ଯୋଜନାର ସୁଫଳ ପ୍ରାପ୍ତ ହେବେ ସେଥିନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ଅଧିକାରୀମାନେ ଏହିସବୁ କାର୍ଯ୍ୟ ଅତ୍ୟନ୍ତ ନିଷ୍ଠା ଓ ଆନ୍ତରିକତାର ସହିତ ଏବଂ ସରକାରୀ ନୀତିନିୟମ ଆଧାରରେ ସମ୍ପାଦନ କରିବେ। ଏଥିରେ କୌଣସି ପାତରଅନ୍ତର ଅବା ପ୍ରିୟାପ୍ରୀତି ତୋଷଣ ନୀତି ଅନୁସରଣ କରିପାରିବେ ନାହିଁ କିମ୍ବା ହିତାଧିକାରୀଙ୍କଠାରୁ ଏଥିନେଇ କୌଣସି ଉତ୍କୋଚ ଦାବି କରିପାରିବେ ନାହିଁ। ଯାହାଦ୍ୱାରା ଯୋଗ୍ୟ ହିତାଧିକାରୀଟିଏ ଯେକୌଣିସ ସରକାରୀ ଯୋଜନାରେ ସାମିଲ ହେବାର ସୁଯୋଗ ଲାଭ କରିପାରିବ ଏବଂ ଏଥିରୁ ଉପକୃତ ହୋଇପାରିବ। ଏଭଳି ହୋଇପାରିଲେ ସରକାରୀ ଯୋଜନାରୁ କେହିଜଣେ ବି ହିତାଧିକାରୀ ବଞ୍ଚତ୍ତ ହେବେ ନାହିଁ ଆଉ ସରକାରୀ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ନେଇ କୌଣସି ପ୍ରଶ୍ନବାଚୀ ଦେଖାଦେବ ନାହିଁ। ସମାଜର ସବୁ ବର୍ଗର ଲୋକେ ଉପକୃତ ହେଲେ ଶାସକ ଓ ଶାସନକୁ ନେଇ କେହି ଆପତ୍ତି ଉଠାଇବେ ନାହିଁ। ତେବେ ବଡ଼କଥା ହେଉଛି ସରକାରୀ ଯୋଜନାଗୁଡିକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରାଇବା ନେଇ ଉଭୟ ଅଧିକାରୀ ଓ ହିତାଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏମାନଙ୍କ ସାଧୁତା ଓ ନିରପେକ୍ଷ ବିଚାରଧାରା ଯେକୌଣସି ଯୋଜନାର ସଫଳ ରୂପାୟନର ମାର୍ଗ ପ୍ରସ୍ତୁତ କରିଥାଏ। କାରଣ, କୌଣସି ଯୋଜନାରେ ସାମିଲ ହେବା ଲକ୍ଷ୍ୟରେ ହିତାଧିକାରୀଟି ନିଜକୁ ଯୋଗ୍ୟ ବୋଲି ସାବ୍ୟସ୍ତ କରିବା ଯେତିକି ସାମାଜିକ ମୂଲ୍ୟବୋଧ ବହନ କରିଥାଏ, ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାରେ ଅଧିକାରୀଙ୍କ ନିଷ୍ଠା ଓ କାର୍ଯ୍ୟଦକ୍ଷତା ସାଧାରଣରେ ସେତିକି ଗୁରୁତ୍ୱ ବହନ କରିଥାଏ। ଏ କ୍ଷେତ୍ରରେ ଉଭୟ ସ୍ବଚ୍ଛତାର ପଥ ଅନୁସରଣ କରିପାରିଲେ ଜଣେ ହେଲେ କେହି ଅଯୋଗ୍ୟ ହିତାଧିକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହେବାର ସୁଯୋଗ ପାଇ ପାରନ୍ତା ନାହିଁ କି କେହି ଜଣେ ହେଲେ ବି ଏଥିରୁ ବଞ୍ଚତ୍ତ ହେବାର ଆଶଙ୍କା ସୃଷ୍ଟି ହୁଅନ୍ତା ନାହିଁ।
ଦେଶ ସ୍ବାଧୀନତାଠାରୁ ଏକାଧିକ ସରକାର ଦେଶ/ରାଜ୍ୟକୁ ଶାସନ କଲେଣି। ସେମାନଙ୍କ ଶାସନ କାଳରେ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ବିଶେଷକରି ସମାଜରେ ଗରିବ ଓ ଅବହେଳିତ ବର୍ଗଙ୍କ ଲାଗି ପ୍ରଣୀତ ଯୋଜନାରୁ ହିତାଧିକାରୀମାନେ ଆଂଶିକ ଭାବେ ଉପକୃତ ହୋଇଥିବା ବେଳେ ଅଧିକାଂଶ ଯୋଜନାରୁ ସେମାନଙ୍କୁ କୌଣସି ସୁଫଳ ମିଳିପାରିନି। ଯେଉଁ ଉଦ୍ଦେଶ୍ୟ ନେଇ ସରକାର ଯୋଜନା ପ୍ରଣୟନ କରିଥାଆନ୍ତି ତାହା ଫଳପ୍ରସୂ ନ ହୋଇପାରିଲେ ଉଦ୍ଦେଶ୍ୟ ସାଧିତ ହୋଇପାରେ ନାହିଁ। ଉଦାହରଣସ୍ବରୂପ ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଯେତେ ଅର୍ଥ ବ୍ୟୟ କରିଆସୁଛନ୍ତି ତାହାଦ୍ୱାରା ଆଜିଯାଏ ଦାରିଦ୍ର୍ୟ ଦୂର ହୋଇ ପାରିନାହିଁ। ଆଜି ବି କିଛି କିଛି ନୂଆ ଯୋଜନା ପ୍ରଣୟନ କରାଯାଉଛି। ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ମଧ୍ୟାହ୍ନଭୋଜନ, ପୋଷାକ, ସାଇକେଲ, ପାଠ୍ୟପୁସ୍ତକ ଓ ଆର୍ଥିକ ପ୍ରୋତ୍ସାହନ, ଆବାସ ଯୋଜନାରେ ପକ୍କାଗୃହ ଯୋଗାଇବା, ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣାରେ ରାଶନ ପ୍ରଦାନ, ବୃଦ୍ଧାବୃଦ୍ଧ, ବିଧବା ଓ ଭିନ୍ନକ୍ଷମଙ୍କୁ ଭତ୍ତା, କୃଷକଙ୍କୁ ଆର୍ଥିକ ପ୍ରୋତ୍ସାହନ, ଆତ୍ମନିର୍ଭରଶୀଳ ହେବାକୁ ବେକାର ଯୁବକ ଓ ମହିଳାଙ୍କୁ କମ୍‌ ସୁଧ ହାରରେ ଦୀର୍ଘମିଆଦୀ ଋଣ ଯୋଗାଇବା ସର୍ବୋପରି ରୋଗୀର ଚିକିତ୍ସା ଲାଗି ସହାୟତା ଆଦି ଅନେକ ଯୋଜନା ପ୍ରଣୟନ କରାଯାଇଛି। ଏହାବ୍ୟତୀତ ସାମଗ୍ରିକ ଭାବେ କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି ଓ ପାନୀୟ ଜଳ ଯୋଗାଣ ଓ ଗମନାଗମନର ସୁବ୍ୟବସ୍ଥା କରାଯିବାକୁ ଅନେକ ଯୋଜନା ପ୍ରଣୟନ କରାଯାଇଛି। ହେଲେ ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକେ ଆଜି ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ଦୁଃଖକଷ୍ଟ ଭୋଗ କରୁଛନ୍ତି। ସେମାନଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗ ମିଳିପାରୁନି। ଏ କ୍ଷେତ୍ରରେ ଅବଶ୍ୟ ସରକାରଙ୍କର କିଛି ଦୋଷ ଦୁର୍ବଳତା ରହିଛି। ତେବେ ଦାୟିତ୍ୱରେ ଥିବା ଅଧିକାରୀମାନେ ଏଥିପାଇଁ ଅନେକ ମାତ୍ରାରେ ଦାୟୀ। ସେମାନଙ୍କ ଅବହେଳା ଓ ଦାୟିତ୍ୱହୀନତାରୁ ସରକାରୀ ଯୋଜନା ହିତାଧିକାରୀଙ୍କ ପାଖରେ ପହଞ୍ଚତ୍ ପାରୁନି। ସେସବୁ ଅଞ୍ଚଳରେ ଅଧିକାରୀ ଓ ହିତାଧିକାରୀଙ୍କ ମଧ୍ୟରେ ନିବିଡ଼ତା ବଦଳରେ ଦୂରତା ବଢିବାରେ ଲାଗିଛି।
ଅନ୍ୟପକ୍ଷେ ଅଧିକାରୀମାନେ ସେମାନଙ୍କ ଚାକିରି ବଞ୍ଚାଇବା ଲକ୍ଷ୍ୟରେ ସରକାରୀ କାର୍ଯ୍ୟକୁ କେବଳ ବିଧିରକ୍ଷା ଭିତରେ ସୀମିତ ରଖୁଥିବା ବେଳେ ଯୋଜନାର ସଫଳ ରୂପାୟନ ନେଇ ସେମାନେ ଆଦୌ ବିବ୍ରତ ହୁଅନ୍ତି ନାହିଁ। ରାଜନୈତିକ ଚାପରେ ପଡ଼ି ଅଧିକାରୀମାନେ ନିଷ୍ପତ୍ତି ଗ୍ରହଣ କରୁଥିବାରୁ ପ୍ରକୃତ ଯୋଗ୍ୟ ହିତାଧିକାରୀମାନେ ଯୋଜନାରୁ ବାଦ ପଡୁଥିବା ବେଳେ ଅଯୋଗ୍ୟମାନେ ଯୋଜନାରୁ ଲାଭ ଉଠାଉଛନ୍ତି। ଏପରି କ୍ଷେତ୍ରରେ ଅଧିକାରୀମାନେ ସେମାନଙ୍କ ମନୋଭାବର ପରିବର୍ତ୍ତନ କରିବା ସହିତ ହିତାଧିକାରୀଙ୍କ ହିତରେ ଆପଣାର ବିବେକାନୁମୋଦିତ କାର୍ଯ୍ୟ ଜାରି ରଖିପାରିଲେ ହିତାଧିକାରୀମାନେ ଯୋଜନାରୁ ବହୁଳ ମାତ୍ରାରେ ଉପକୃତ ହୋଇପାରନ୍ତେ।

ଯଦୁମଣି ପାଣିଗ୍ରାହୀ
ଶଙ୍ଖତ୍ଡ଼ା, ତିହିଡ଼ି, ଭଦ୍ରକ
ମୋ: ୯୯୩୭୫୬୫୫୨୭


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ଆଖି ଦେଖାଇଲା ପାକିସ୍ତାନ! ବାଂଲାଦେଶରୁ କଲା ଗର୍ଜନ…

ଢାକା,୯।୧୧: ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ହେବା ପରଠାରୁ, ପାକିସ୍ତାନ ସହିତ ବାଂଲାଦେଶର ସମ୍ପର୍କରେ ଯଥେଷ୍ଟ ଉନ୍ନତି ଆସିଛି। ଏହା ପ୍ରଥମ ଥର ପାଇଁ...

ରାତି ପାହିଲେ ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ: ପୂର୍ବରୁ ୨୫୬ଟି ଅଭିଯୋଗ ଶୁଣି କରିଥିଲେ ରେକର୍ଡ

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସର ମଧ୍ୟରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷନ ଏବଂ ଏଏସ୍‌ପି ହରିଶ ବିସିଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ...

ମ୍ୟାନ ଅଫ ଦି ମ୍ୟାଚ ଖେଳାଳି କେତେ ଟଙ୍କା ପାଆନ୍ତି? ଏହା ମ୍ୟାଚ ଫି ଠାରୁ କେତେ କମ

ନୂଆଦିଲ୍ଲୀ,୯।୧୧: ନିକଟରେ, ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ମହିଳା ODI ବିଶ୍ୱକପ ଜିତିଥିଲା। ଫାଇନାଲ ମ୍ୟାଚରେ, ଶାଫାଲି ବର୍ମା ଏକ ଚମତ୍କାର ଇନିଂସ...

ଦାରିଙ୍ଗବାଡିରେ ଖସୁଛି ପାରଦ: ୨ ଦିନ ହେଲା ଶୀତ, ନିଆଁ ଲଗାଇ ବସୁଛନ୍ତି…

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ଶୀତ ଆସିବାରେ ବିଳମ୍ବ ହୋଇଛି । ତେବେ ଗତ ୨ ଦିନ ହେଲା ପାରଦ ଖସୁଛି ଏବଂ...

ବିଜେଡି, ଭାଜପାର ରୋଡ୍‌ ଶୋ’କୁ ନେଇ ଚର୍ଚ୍ଚା

ନୂଆପଡ଼ା,୯ା୧୧(ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ। ରବିବାର ପ୍ରଚାର ଶେଷ ହୋଇଯିବ। ଅପରାହ୍ନ ୪ଟା ସୁଦ୍ଧା ନୂଆପଡ଼ା ଛାଡ଼ି ଚାଲିଯିବାକୁ ବାହାର ନେତା...

ନୂଆପଡ଼ା ଉପନିର୍ବାଚନ ବିଜୟ ପାଇଁ ପ୍ରମୁଖ ଦଳର କସରତ୍‌

ନୂଆପଡ଼ା,୯ା୧୧ (ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଏହାକୁ ନେଇ ଆଲୋଚନା ସେତେ...

ଘାସିରାମ ନିଷ୍କଳଙ୍କ: ଚେୟାରମ୍ୟାନ ଥାଇ ନିଜ ବିଡିଓଙ୍କୁ ଧରାଇଥିଲେ ଭିଜିଲାନ୍ସ ହାତରେ

ନୂଆପଡ଼ା,୯ା୧୧ (ମକାରୁ ବେମାଲ): କଂଗ୍ରେସ ହେଉଛି ଏକମାତ୍ର ଦଳ ଯିଏ ଏହି ମାଟିର ମଣିଷ, ନିଷ୍କଳଙ୍କ ବ୍ୟକ୍ତି ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ପ୍ରାର୍ଥୀ...

ଏଇ ଭାରତରେ

ରୋଗପୋକ ନିୟନ୍ତ୍ରଣ ଓ ଜଳବାୟୁର ପ୍ରତିକୂଳ ସ୍ଥିତି ସମ୍ପର୍କିିତ ତଥ୍ୟ ସଂଗ୍ରହ କରୁଥିବା ଟେକ୍ନୋଲୋଜି ଏବେ ଆଧୁନିକ କୃଷିକୁ ନୂଆ ଦିଗ ଦେଖାଇଛି। ଏହି କ୍ରମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri