କୁଏତରେ ଥାଇ ପାକିସ୍ତାନକୁ ଏଭଳି କହି ପରିହାସ କଲେ ଓଓ୍ବାଇସି

କୁଏତ/ନୂଆଦିଲ୍ଲୀ,୨୭।୫: କୁଏତରେ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା ବେଳେ AIMIM ମୁଖ୍ୟ ତଥା ହାଇଦ୍ରାବାଦ ଏମ୍‌ପି ଅସଦୁଦ୍ଦିନ ଓଓ୍ବାଇସି ପାକିସ୍ତାନର ନକଲି ପ୍ରଚାରକୁ ନିନ୍ଦା କରିଛନ୍ତି। ଭାରତ ଉପରେ ବିଜୟର ନକଲି ପ୍ରମାଣ ଭାବେ ୨୦୧୯ ଚାଇନା ସାମରିକ ଅଭ୍ୟାସର ଫଟୋ ବ୍ୟବହାର କରିବା ପାଇଁ ପାକିସ୍ତାନକୁ ପରିହାସ କରିଛନ୍ତି। ସେ ଜନସାଧାରଣଙ୍କୁ ପାକିସ୍ତାନର ଦାବି ଉପରେ ବିଶ୍ୱାସ ନ କରିବାକୁ ଅନୁରୋଧ କରିଛନ୍ତି। ଏପରିକି ‘ନକଲ କରିବାକୁ ଅକଲ ଦରକାର’ ବୋଲି ପାକିସ୍ତାନକୁ କହିବା ସହ ବୋକା ବୋଲି କହି କଟାକ୍ଷ କରିଛନ୍ତି ଓଓ୍ବାଇସି।

ସୂଚନା ଯୋଗ୍ୟ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଫିଲ୍ଡ ମାର୍ଶାଲ ପଦବୀ ପ୍ରଦାନ କରିବା ଅବସରରେ ଆୟୋଜିତ ଏକ ଉତ୍ସବରେ ତାଙ୍କୁ ଏହି ଫଟୋଗ୍ରାଫ ପ୍ରଦାନ କରିଥିଲେ। ଫଟୋ ଚିତ୍ରରେ ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନ ସେନାର ତୋପ ଭାରତ ଉପରେ କିପରି ଆକ୍ରମଣ କରିଥିଲା ତାହା ଦର୍ଶାଉଛି। ଚିତ୍ରଟିରେ ଏକାଧିକ ରକେଟ ଲଞ୍ଚର୍‌ ସିଷ୍ଟମ ଏକକାଳୀନ ଗୁଳିଚାଳନା କରୁଥିବା ଦେଖାଯାଉଛି। ରକେଟ ଫାୟାରିଂ ଯୋଗୁ ଚିତ୍ରରେ ନିଆଁର ଏକ ମେଘ ମଧ୍ୟ ଦୃଶ୍ୟମାନ ହେଉଛି।

ଫଟୋଟିର ସତ୍ୟତା ଯାଞ୍ଚ କରାଯିବା ବେଳେ ଜଣାପଡିଛି ଯେ, ଫଟୋଟି ପାକିସ୍ତାନୀ ସେନାର ନୁହେଁ ବରଂ ଚାଇନାର ପିଏଲଏ ସେନାର ରକେଟ ଫୋର୍ସର। ଏହି ଫଟୋଟି ୨୦୧୯ ମସିହାର, ଯାହାକୁ ଚାଇନା ସେନା ଏକ ସାମରିକ ଅଭ୍ୟାସ ସମୟରେ ଉଠାଇଥିଲା। ଏହି ଫଟୋଟି ଚାଇନାର ପିଏଲଏ-ସେନାର ୱେବସାଇଟରେ ମଧ୍ୟ ଦେଖିପାରିବେ। ଶେହବାଜ ଶରିଫ ମୁନିରଙ୍କୁ ୨୦୧୯ ବର୍ଷର ଚାଇନା ସେନାର ଏକ ଫଟୋ ଉପହାର ଦେଇଥିବା ଜଣାପଡିବା ମାତ୍ରେ, ପାକିସ୍ତାନର ଜନସାଧାରଣ ତାଙ୍କୁ ଉପହାସ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

ବିଜୁଳି ଖୁଣ୍ଟରେ ପିଟିହେଲା ଟ୍ରାକ୍ଟର, ଆଉ ତା’ପରେ…

ବାଲିଶଙ୍କରା,୩ା୪(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ସାକୁଶପାନୀ ଗ୍ରାମରେ ଶୁକ୍ରବାର ବିଜୁଳି ଖୁଣ୍ଟରେ ଏକ ଟ୍ରାକ୍ଟର ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରାକ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri