ଓଲଟି ପଡ଼ିଲା ବସ୍‌: ୬ ଗୁରୁତର

ଯାଜପୁର ଅଫିସ,୨।୧୧: ଯାଜପୁର ଜିଲା ପାଣିକୋଇଲି ଥାନା ୧୬ନମ୍ବର ଜାତୀୟ ରାଜପଥ ସାହାପୁର ନିକଟରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହୋଇ ରାସ୍ତା ତଳକୁ ଓଲଟି ପଡିଛି । ଫଳରେ ବସ୍‌ ମଧ୍ୟରେ ଥିବା ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ସନ୍ଧ୍ୟା ସମୟରେ ମୟୂରଭଞ୍ଜର ବେନିସାଗରରୁ ୪୦ ଯାତ୍ରୀ ନେଇ ଘରୋଇ ‘ଶାନ୍ତିଲତା’ ବସ୍‌ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା। ସାହାପୁର ନିକଟରେ ଡିଭାଇଡରରେ ପିଟି ହୋଇ ରାସ୍ତା ତଳକୁ ଓଲଟି ପଡିଥିଲା।