ମୋହନା,୧୬ା୫(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ନାରିଙ୍ଗୀ ଘାଟିରେ ବୋଲେରୋ ଦୁର୍ଘଟଣାଗସ୍ତ ହୋଇଛି। ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ହୋଇ ମୋହନା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଡ୍ରାଇଭର ଜଣକ ହେଲେ, ଚନ୍ଦ୍ରଗିରି ଗାଁର ଶିବରାମ ବଡ଼କୁମର। ବୋଲେରୋଟି ଚନ୍ଦ୍ରଗିରିରୁ ମୋହନା ଅଭମୁଖେ ଯାଉଥିବା ବେଳେ ସାମ୍ନା ପଟୁ ଦ୍ରୁତଗତିରେ ଆସୁଥିବା କାର୍କୁ ସାଇଡ୍ ଦେବାକୁ ଯାଇ ବୋଲେରୋଟି ଭାରସାମ୍ୟ ହାରାଇ ରାସ୍ତାର ବାମ ପଟକୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଛନ୍ତି। ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଅଧିକ ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିବା ଡାକ୍ତର ରିତେଶ କୁମାର ପାଢ଼ୀ କହିଛନ୍ତି। ଖବର ପାଇ ମୋହନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋଲେରୋ ଜବତ କରି ଅଧିକ ତଦନ୍ତ କରୁଛି।


