Posted inଜାତୀୟ

ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ତଳେ ମୁଣ୍ଡ ନୁଆଁଇଛି ଦେଶର ସେନା: ଭାଜପା ଉପମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ

ଭୋପାଳ,୧୬।୫: ମଧ୍ୟପ୍ରଦେଶରେ ଭାଜପା ମନ୍ତ୍ରୀ ବିଜୟ ଶାହଙ୍କ ବିବାଦୀୟ ବୟାନ ଥମି ନଥିଲା ବେଳେ ଆଉ ଏକ ବୟାନ ଚର୍ଚ୍ଚାକୁ ଆସିଛି। ମଧ୍ୟପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଜଗଦୀଶ ଦେବଡା ପୁଣି ଥରେ ନିଜ ବୟାନକୁ ନେଇ ବିବାଦରେ ପଡ଼ିଛନ୍ତି। ଜବଲପୁରରେ ଆୟୋଜିତ ନାଗରିକ ପ୍ରତିରକ୍ଷା ସ୍ବେଚ୍ଛାସେବକଙ୍କ ଏକ ତାଲିମ କାର୍ଯ୍ୟକ୍ରମରେ, ଉପମୁଖ୍ୟମନ୍ତ୍ରୀ ଏମିତି ଏକ ବୟାନ ଦେଇଛନ୍ତି, ଯାହାକୁ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।

ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଦେବଡା କହିଥିଲେ, ଆଜି ସମଗ୍ର ଦେଶ, ଦେଶର ସେନା ଏବଂ ଆମର ସୈନିକମାନେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ ତଳେ ପ୍ରଣାମ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ପହଲଗାମ ଆକ୍ରମଣର ପ୍ରତିଶୋଧ ନେବାର ଉପାୟ ପ୍ରଶଂସନୀୟ। ଦେବଡ଼ାଙ୍କ ଏହି ବୟାନରେ, ସଭାସ୍ଥଳରେ ଉପସ୍ଥିତ ଲୋକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ତାଳି ମଧ୍ୟ ମାରିଥିଲେ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀତି ଏବଂ ନିଷ୍ପତ୍ତି ଯୋଗୁ ଦେଶର ସୁରକ୍ଷା ବ୍ୟବସ୍ଥା ଅଧିକ ମଜଭୁତ ହୋଇଛି। ଦେଶର ସୀମା ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ, ଏବଂ ଏହାର ସମସ୍ତ ଶ୍ରେୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯାଏ।

ବିରୋଧୀ ଦଳଗୁଡ଼ିକ ଏହାକୁ କଡ଼ା ବିରୋଧ କରିଛନ୍ତି ଏବଂ କହିଛନ୍ତି ଯେ, ସେନାକୁ ରାଜନୀତିରେ ଟାଣିବା ଭୁଲ ଏବଂ ଏହି ବକ୍ତବ୍ୟ ସେନାର ମର୍ଯ୍ୟାଦା ପ୍ରତି ଅପମାନ। କଂଗ୍ରେସ ମୁଖପାତ୍ରମାନେ ଦେବଡାଙ୍କଠାରୁ କ୍ଷମା ମାଗିବା ଦାବି କରିଛନ୍ତି ଏବଂ କହିଛନ୍ତି ଯେ, ସେନା ଦେଶର ସମ୍ବିଧାନ ଏବଂ ଗଣତନ୍ତ୍ରକୁ ସୁରକ୍ଷା ଦିଏ ଏବଂ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନିକଟରେ ମୁଣ୍ଡ ନୁଆଁଏ ନାହିଁ।

 

 


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଡ୍ୟାମ୍‌ର ପୁଣି ୨ ଗେଟ୍‌ ଖୋଲିଲା, ୧୧୦ ଫୁଟ ଟପିଲା ଜଳପତ୍ତନ

ସମ୍ବଲପୁର,୧୮ା୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। କ୍ରମଶଃ ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ପାଉଥିବାରୁ ଶୁକ୍ରବାର ଅପରାହ୍ନରେ...

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି! D ଏରିଆରେ ପ୍ରବେଶ କଲେ ୩ ସନ୍ଦିଗ୍ଧ

ମୋତିହାରୀ,୧୮।୭: ମୋତିହାରୀର ଗାନ୍ଧୀ ମଇଦାନରେ ଶୁକ୍ରବାର ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି ସମୟରେ କଡ଼ା ସୁରକ୍ଷା ମଧ୍ୟରେ, ସନ୍ଦେହଜନକ ପରିସ୍ଥିତିରେ ତିନି ଜଣ ବ୍ୟକ୍ତି...

ଇନ୍‌କମ୍‌ ଟ୍ୟାକ୍ସ ଦେବା ଏବେ ଆହୁରି ହେଲା ସହଜ, ଅନ୍‌ଲାଇନ୍‌ରେ ଏମିତି ପୂରଣ କରିପାରିବେ ITR-2 ଫର୍ମ

ନୂଆଦିଲ୍ଲୀ,୧୮ା୭: ଆୟକର ବିଭାଗ ୧୮ ଜୁଲାଇ ୨୦୨୫ରୁ ଅନ୍‌ଲାଇନ୍‌ରେ ITR-୨ ଫର୍ମ ଦାଖଲ କରିବାର ସୁବିଧା ଆରମ୍ଭ କରିଛି। ଏବେ ଯେଉଁ ବେତନଭୋଗୀ କରଦାତାମାନଙ୍କର ପୁଞ୍ଜି...

ସୌମ୍ୟାଶୀଙ୍କ ମୃତ୍ୟୁ ଘଟଣା: ପୁଣି ବଡ଼ ଘୋଷଣା କରିଦେଲେ ଭକ୍ତ, ହେବ…

ଭୁବନେଶ୍ୱର,୧୮।୭: ଆସନ୍ତା ୨୧ ତାରିଖରେ ବିଜେଡି ଆରଡିସି ସ୍ତରୀୟ ବିକ୍ଷୋଭ ପାଇଁ ଘୋଷଣା କରିଥିବା ବେଳେ କଂଗ୍ରେସ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛି। ଏଫ୍‌ଏମ୍‌...

ଶ୍ରାବଣ ମାସରେ KFC ବନ୍ଦ, ହିନ୍ଦୁ ସଂଗଠନର କଡା ଚେତାବନୀ

ଗାଜିଆବାଦ,୧୮।୭: ଉତ୍ତରପ୍ରଦେଶର ଗାଜିଆବାଦର ବସୁନ୍ଧରା ଅଞ୍ଚଳରେ ଶୁକ୍ରବାର ହିନ୍ଦୁ ରକ୍ଷା ଦଳର ସଦସ୍ୟମାନେ ଶ୍ରାବଣ ମାସ ଓ କାଉଡିଆ ଯାତ୍ରା ଚାଲିଥିବା ବେଳେ ଦୁଇଟି ଲୋକପ୍ରିୟ...

କ୍ଲାସ୍‌ ଚାଲିଥିବାବେଳେ ଇଞ୍ଜିନିୟରିଂ କଲେଜରେ ଲାଗିଲା ନିଆଁ: ୬୦ରୁ ଅଧିକ ଛାତ୍ରୀଛାତ୍ର…

ଭୁବନେଶ୍ୱର,୧୮ା୭: ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଶୁକ୍ରବାର ପୂର୍ବାହ୍ନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ତେବେ ଅଗ୍ନିକାଣ୍ଡ ପରେ ୬୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ଭାବେ...

ଗୋଟିଏ ଯୁବତୀଙ୍କୁ ବିବାହ କଲେ ୨ ଭାଇ: ଏହି ଜିଲାର ପରମ୍ପରା ବିଷୟରେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମହାଭାରତ ଯୁଗରେ ଦ୍ରୌପଦୀ ପାଞ୍ଚ ଭାଇଙ୍କୁ ବିବାହ କରିଥିଲେ ଏବଂ ସେ ପାଞ୍ଚ ଭାଇଙ୍କ ସହିତ ସମୟ ବିତାଉଥିଲେ। କିନ୍ତୁ ଆଜିର ସମୟରେ, ଯଦି କେହି...

କୋରମ ଅଭାବରୁ ଆରମ୍ଭ ହୋଇପାରୁନି ଜିଲାପରିଷଦ ବୈଠକ, ୧୯ ସଭ୍ୟ ଅନୁପସ୍ଥିତ

ନୟାଗଡ଼,୧୮ା୭(ଲୋକନାଥ ମିଶ୍ର): କୋରମ ଅଭାବରୁ ଆରମ୍ଭ ହୋଇପାରୁନି ନୟାଗଡ଼ ଦଶମ ଜିଲା ପରିଷଦ ବୈଠକ। ୨୨ ଜିଲା ପରିଷଦ ସଭ୍ୟ ମଧରୁ ୧୯ ସଭ୍ୟ ଅନୁପସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri