କେସିଙ୍ଗାର ଦୁଇ ପଞ୍ଚାୟତକୁ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ଭେଟି: ଉଦ୍‌ଘାଟିତ ହେଲା…

କେସିଙ୍ଗା,୧୯।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଦୁଇଟି ପଞ୍ଚାୟତକୁ ଗ୍ରାମ ଉନ୍ନୟନ, ପଞ୍ଚାୟତ ରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଭେଟି ଦେଇଛନ୍ତି। କିକିଆ ପଞ୍ଚାୟତ ସ୍ଥିତ ଭେଜାପଦର  ଗ୍ରାମରେ ଓଭରହେଡ ପାଣି ଟାଙ୍କି  ଓ ଗାଈଗା ପଞ୍ଚାୟତ ସ୍ଥିତ କେରୋକୁଡ଼ା ଗ୍ରାମରେ ଗ୍ରାମୀଣ ହାଟକୁ ମନ୍ତ୍ରୀ ଶନିବାର ଉଦଘାଟନ କରିଛନ୍ତି।
ମନ୍ତ୍ରୀ ପ୍ରଥମେ ଭବାନୀପାଟଣା ସର୍କିଟ ହାଉସରୁ ଗାଡିରେ ବାହାରି କିକିଆ ଗ୍ରାମ ପଞ୍ଚାୟତର ଭେଜାପଦର ଗ୍ରାମରେ ପହଞ୍ଚିଥିଲେ। ସେଠାରେ ଆର.ଡବ୍ଲୁ,ଏସ୍‌.ଏସ୍‌.ବିଭାଗ ପକ୍ଷରୁ  ୭୭ଲକ୍ଷ ୮୬ ହାଜର ବ୍ୟୟ ଅଟକଳରେ ନିର୍ମିତ ଓଭରହେଡ ପାଣି ଟାଙ୍କିକୁ ମନ୍ତ୍ରୀ ଉଦଘାଟନ  କରିଥିଲେ। ତେବେ ଗ୍ରାମର ୫୩୦ଟି ପରିବାରକୁ  ପାନୀୟଜଳ ଯୋଗାଇ ଥିବାରୁ ମନ୍ତ୍ରୀଙ୍କୁ ଗ୍ରାମବାସୀ ଧନ୍ୟବାଦ ଜଣାଇଥିଲେ। ଏହି ଗ୍ରାମରେ ୧୨୭ଟି ଟ୍ୟାପ୍‌ ସଂଯୋଗ କରାଯାଇଛି। ଏଥିଯୋଗୁ ଗ୍ରାମର ପ୍ରତ୍ୟେକ ପରିବାର ପାନୀୟଜଳ  ସୁବିଧାରେ ପାଇପାରିବେ ବୋଲି  ବିଭାଗୀୟ ଉପଖଣ୍ଡ  ଅଧିକାରୀ ଧର୍ମେନ୍ଦ୍ର ସେଠୀ ପ୍ରକାଶ କରିଥିଲେ।
ପରେ ଭେଜାପଦରରୁ ଗାଈଗା ଗ୍ରାମ ପଞ୍ଚାୟତ ଅଭିମୁଖେ ପରିଦର୍ଶନ କରି କେରୋକୁ ଗ୍ରାମରେ ସାପ୍ତାହିକ ବୁଧବାର ବଜାର କୁ  ମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଏହି ଗ୍ରାମୀଣ  ହାଟ ଯୋଗୁ ଆଖପାଖ ଅଞ୍ଚଳର ଆଦିବାସୀ ଅଧ୍ୟୁଷିତ ଜନସାଧାରଣ ସୁବିଧାରେ ବଜାର କରି ପାରିବେ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।  ଏହା ଗତ ୨୦୨୪-୨୫ ଆର୍ଥିକ ବର୍ଷର ଯୋଜନାରୁ ୧୦ ଲକ୍ଷ ବ୍ୟୟ ଅଟକଳ ରେ ଶେଡ଼ ନିର୍ମାଣ କରାଯାଇଥିବାର ଯନ୍ତ୍ରୀ ଜଳେଶ୍ୱର ନାଏକ ପ୍ରକାଶ କରିଥିଲେ।
ପରିଶେଷରେ ଜିଲାପାଳ ଶ୍ରୀପ୍ରକାଶ  ମନ୍ତ୍ରୀଙ୍କୁ ଗଣେଷ ମୂର୍ତ୍ତି ଦେଇ ସ୍ବାଗତ ଓ ସମ୍ବର୍ଦ୍ଧନା କରିଥିଲେ। ସେଠାରୁ ଭବାନୀପାଟଣା ଅଭିମୁଖେ ଯାଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲାପାଳ ସଚିନ ପାୱାର  ପ୍ରକାଶ,ଜିଲାପରିଷଡ଼ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ବିଡ଼ିଓ ଜନ୍ମେଜୟ ସ୍ବାଇଁ,ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ପ୍ରମୁଖ ବିଭାଗୀୟ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ଓଡ଼ିଶା ଆସି ଓଡ଼ିଆରେ କହିଲେ ନିର୍ବାଚନ କମିଶନର, ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରି…

ପୁରୀ,୨୭ା୧୨: ଓଡ଼ିଶାରେ ଆସି ପହଞ୍ଚିଛନ୍ତି ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ୩ ଦିନିଆ ଓଡ଼ିଶା ଗସ୍ତରେ ସପରିବାର ଆସିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ...

ପାଖେଇ ଆସୁଛି ନୂଆବର୍ଷ, ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି

ପୁରୀ,୨୭।୧୨: ଡିସେମ୍ବର ମାସର ଶେଷ ଦିନଗୁଡ଼ିକରେ ପୁରୀ ଜଗନ୍ନାଥ ଧାମରେ ଭକ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବର୍ଦ୍ଧିତ ଭିଡ଼...

ଶ୍ରୀମନ୍ଦିରରେ ମୁଖ୍ୟ ନିର୍ବାଚନ କମିଶନର: ପରିବାର ସହ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ,୨୭।୧୨: ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ଶନିବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆର୍ଶୀବାଦ ଲାଭ କରିଛନ୍ତି । ମୁଖ୍ୟ...

ଡାକ୍ତରଙ୍କ ଆନ୍ଦୋଳନ: ଲାଇନ୍‌ରେ ଛିଡ଼ା ହୋଇଛନ୍ତି ରୋଗୀ

ଧର୍ମଶାଳା,୨୭।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରମାନେ ବିଭିନ୍ନ ଦାବି ନେଇ ୧ ଘଣ୍ଟିଆ ଆନ୍ଦୋଳନ ଆରମ୍ଭ କରିଛନ୍ତି। ରାଜ୍ୟରେ ମଞ୍ଜୁରୀପ୍ରାପ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri