Posted inଜାତୀୟ

୮ ଜଣଙ୍କୁ ଜାଳିଦେଲେ

କୋଲକାତା,୨୩ା୩: ପଶ୍ଚିମବଙ୍ଗର ବୀରଭୂମ ଜିଲାସ୍ଥିତ ରାମପୁରହାଟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବୋଗ୍‌ତୁଇ ଗ୍ରାମରେ ମଙ୍ଗଳବାର ଭୋର ସମୟରେ ଏକ ଭସ୍ମୀଭୂତ ଘରୁ ୨ ଶିଶୁଙ୍କ ସମେତ ୭ ଜଣଙ୍କ ମୃତଦେହ ମିଳିଛି। ଅନ୍ୟ ଜଣେ ଆହତ ହସ୍ପିଟାଲରେ ଆଖି ବୁଜିଦେଇଛନ୍ତି। ଶାସକ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ଜଣେ ନେତାଙ୍କୁ ହତ୍ୟା କରାଯିବା ପରେ ଏପରି ଘଟିଥିବାରୁ ଉଭୟ ଘଟଣାକୁ ଯୋଡ଼ି ଦେଖାଯାଉଛି। ଏନେଇ ୧୧ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି।
ପଶ୍ଚିମବଙ୍ଗ ପୋଲିସ ଡିଜି ମନୋଜ ମାଲବ୍ୟ କହିଛନ୍ତି, ବର୍ଶାଲ ଗ୍ରାମର ଟିଏମ୍‌ସି ପଞ୍ଚାୟତ ଉପମୁଖ୍ୟ ଭାଦୁ ଶେଖ୍‌ଙ୍କୁ ସୋମବାର ରାତି ୮ଟା ୩୦ରେ ହତ୍ୟା କରାଯାଇଥିଲା। ବୋମା ଫିଙ୍ଗି ଘଟାଯାଇଥିବା ହତ୍ୟାକାଣ୍ଡ ପଛରେ ବ୍ୟକ୍ତିଗତ ଶତ୍ରୁତା ଥିବା ଜଣାପଡ଼ିଛି। ଏହା ପରେ ଉକ୍ତ ଘରେ ଅଗ୍ନିକାଣ୍ଡ ଘଟିଥିଲା। ତେଣୁ ଦୁଇ ଘଟଣାର ପାରସ୍ପରିକ ସମ୍ପର୍କକୁ ନେଇ ପୋଲିସ ତନାଘନା ଚଳାଇଛି। ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇଦିଆଯାଇଛି। ନିଅଁାକୁ ଆୟତ୍ତ କରାଯିବା ପରେ ଜଳିଯାଇଥିବା ଘରୁ ୭ ଜଣଙ୍କ ମୃତଦେହ ମିଳିଥିଲା। ଅନ୍ୟ ୩ ଜଣଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତର ସେଠାରେ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଏହାର ତଦନ୍ତ ପାଇଁ ରାଜ୍ୟ ସରକାର ଏଡିଜି (ସିଆଇଡି) ଜ୍ଞାନବନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରିଛନ୍ତି।
ଏହି ଘଟଣା ପରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ଶାସକ ଟିଏମ୍‌ସି ଏହାକୁ ଚପାଇଦେବାକୁ ଉଦ୍ୟମ କରୁଥିବା ବିରୋଧୀ ଭାଜପା ଏବଂ ଭାରତୀୟ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଆଇଏମ୍‌) ଅଭିଯୋଗ ଆଣିଛନ୍ତି। ଟିଏମ୍‌ସି ଗୁଣ୍ଡାଙ୍କ ଦ୍ୱାରା କରାଯାଇଥିବା ଏହି ହତ୍ୟା ଅତ୍ୟନ୍ତ ନିନ୍ଦନୀୟ ବୋଲି ସିପିଆଇଏମ୍‌ ରାଜ୍ୟ ସମ୍ପାଦକ ମହମ୍ମଦ ସଲିମ୍‌ ନିନ୍ଦା କରିଛନ୍ତି। ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏକାଧିକ ଟୁଇଟ୍‌ କରି ‘ଆତଙ୍କବାଦ ଓ ଉତ୍ତେଜନା’ ହ୍ରାସ ଦିଗରେ କେନ୍ଦ୍ର ହସ୍ତକ୍ଷେପ କରୁ ବୋଲି କହିଛନ୍ତି। ଭାଜପା ନେତା ମନୋଜ ଟିଗା ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଦାବି କରିଛନ୍ତି। ଘଟଣା ଉପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିବୃତି ଦାବି କରି ଭାଜପା ବିଧାୟକମାନେ ‘ବନ୍ଦେ ମାତରମ୍‌’ ଏବଂ ‘ଧିକ୍କାର ଧିକ୍କାର’ ସ୍ଲୋଗାନ ଦେବା ସହ ବିଧାନସଭାରୁ କକ୍ଷତ୍ୟାଗ କରିଛନ୍ତି। ପଶ୍ଚିମବଙ୍ଗ ଭାଜପା ଏହାକୁ ନିର୍ବାଚନ ପରବର୍ତ୍ତୀ ହିଂସା ଭାବେ ଅଭିହିତ କରି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ହସ୍ତକ୍ଷେପ ଲୋଡ଼ିଛି। ରାଜ୍ୟର ସଂସଦୀୟ ବ୍ୟାପାର ମନ୍ତ୍ରୀ ପାର୍ଥ ଚାଟାର୍ଜୀ ବିଧାନସଭାରେ କହିଛନ୍ତି, ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ସ୍ବାଭାବିକ ସ୍ଥିତି ଫେରାଇଆଣିବା ପାଇଁ ଉଦ୍ୟମ ଚାଲିଛି। ଟିଏମ୍‌ସି ସାଧାରଣ ସମ୍ପାଦକ କୁନାଲ ଘୋଷ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ଅଗ୍ନିକାଣ୍ଡ ଆକସ୍ମିକ ଥିଲା। ପ୍ରଶାସନ ପକ୍ଷରୁ ଜରୁରୀ ପଦକ୍ଷେପ ନିଆଯାଇଛି। ଏସ୍‌ଡିପିଓ ଏବଂ ରାମପୁରହାଟ ଥାନାଧିକାରୀଙ୍କୁ କାର୍ଯ୍ୟରୁ ହଟାଇଦିଆଯାଇଛି। ଇତିମଧ୍ୟରେ କେତେଜଣ ଭାଜପା ସପକ୍ଷବାଦୀ ଆଇନଜୀବୀ ଘଟଣାର ସିବିଆଇ ତଦନ୍ତ ଦାବିକରି କାଲକାଟା ହାଇକୋର୍ଟରେ ପିଟିଶନ ଦାଏର କରିଛନ୍ତି। ଟିଏମ୍‌ସି ବିଧାୟକ ଫରହାଦ ହାକିମ୍‌ଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛି। ରାଜ୍ୟପାଳ ଜଗଦୀପ ଧନକର ଏହି ହିଂସାକୁ ‘ଗୃହଦାହ ସଉକ’ କହି ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri