ହାଟଡିହୀରେ ବିରୋଧୀଙ୍କୁ ଶକ୍ତ ଝଟକା: ଭାଜପାରେ ମିଶିଲେ…

ହାଟଡିହୀ,୧୩।୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ମରୈଗାଁ ପଞ୍ଚାୟତ ବେତିରା ଗ୍ରାମର ୬୦ରୁ ଉର୍ଦ୍ଧ ଅନ୍ୟ ଦଳର କର୍ମୀ ଦଳ ଛାଡି ଭାଜପାରେ ଯୋଗ ଦେଇଛନ୍ତି । ଏମପି ପ୍ରତିନିଧି ହରମୋହନ ଶାସିନୀଙ୍କ ନେତୃତ୍ୱରେ ଭାଜପା ରେ ସାମିଲ ହୋଇଛନ୍ତି । ଏନେଇ ହାଟଡିହୀ ଭାଜପା କାର୍ଯ୍ୟାଳୟରେ ଆଲୋକଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜିତ ହୋଇଥିଲା ।

ବିଧାନସଭା ନେତା ଆଲୋକ ସେଠି, ବରିଷ୍ଠ କର୍ମୀ ଯୁଧିଷ୍ଠିର ମଲ୍ଲିକ, ମଣ୍ଡଳ ସଭାପତି ଦୀପକ ଜେନା, କର୍ମୀ ସୁଶାନ୍ତ ଜେନା, ପଞ୍ଚାୟତ ସଭାପତି ଅନ୍ତର୍ଯ୍ୟାମୀ ସେନାପତି, କୈଳାଶ ସାମଲ, ନାରୀ ନେତ୍ରୀ ତୃପ୍ତିମୟୀ ଜେନାଙ୍କ ସମେତ ଅନ୍ୟ ଭାଜପା କର୍ମୀମାନେ ଉପସ୍ଥିତ ଥିଲେ । ନବାଗତମାନଙ୍କୁ ଦଳୀୟ ଟୋପି ଏବଂ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରାଯାଇଥିଲା ।

ନବାଗତ ପ୍ରଫୁଲ୍ଲ ଦାସ, ହରିହର ମିଶ୍ର, ଟୁକୁନା ଦାସ,ବିଷ୍ଣୁ ଦାସ, ଚୈତନ୍ୟ ଦାସ, ରମାକାନ୍ତ ଦାସ,ପର୍ଶୁରାମ ଦାସ, ଗଣନାଥ ଦାସ,ଝୁମର ଦାସ, ପଞ୍ଚାନନ ଦାସ, ଅନିଲ ଦାସ, ମୁରଲୀ ଦାସ,ଚନ୍ଦ୍ରମଣି ଦାସ ପ୍ରମୁଖଙ୍କ ସମେତ ଅନ୍ୟମାନେ କହିଛନ୍ତି ଯେ କାର୍ଯ୍ୟରେ ବିଶ୍ୱାସ କରୁଥିବା ଭାଜପା ସରକାରଙ୍କ ସୁଶାସନ ବ୍ୟବସ୍ଥା ଏବଂ ଭାଜପା ନେତା ଆଲୋକଙ୍କ ନେତୃତ୍ୱକୁ ସମର୍ଥନ ଜଣାଇ ଭାଜପାରେ ସାମିଲ ହୋଇଛୁ । ଆସନ୍ତା ପଞ୍ଚାୟତ ନିର୍ବାଚନ ଦିନକୁ ଦିନ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ଭାଜପା ଏଠାରେ ନିଜର ସ୍ଥିତିକୁ ମଜଭୁତ କରିବାରେ ଲାଗିଛି । ଯାହାକି ବିରୋଧୀଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଫଳରେ ରାଜନୈତିକ ବାତାବରଣ ଅନେକ ସମୟରେ ରୋଚକ ମୋଡ଼ ନେଉଛି ।

 

Dharitri – Odisha’s No.1 Odia Daily

Share